ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ରାଜରାସ୍ତାରେ ମାରଣାସ୍ତ୍ର ସହ ଖେଳ!

0

କଟକ: ଅସୁରକ୍ଷିତ ହୋଇପଡିଛି ଟୁଇନ ସିଟି। ରାଜରାସ୍ତାରେ ଖୁଲମାଖୁଲା ମାରଣାସ୍ତ୍ର ସହ ଖେଳ। କାହା ହାତରେ ବନ୍ଧୁକ ତା ଆଉ କାହା ହାତରେ ଖଣ୍ଡା। ତେବେ ଟୁଇନସିଟିରେ ହାତରେ ଖଣ୍ଡା, ବନ୍ଧୁକ ଧରି ଅସମାଜିକ ଯୁବକଙ୍କର ଭିଡିଓ ନିଶା ଏବେ ପୁଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହି ଅସାମାଜିକ ଯୁବକ ମାନେ ମାରଣାସ୍ତ୍ର ସହ ନାଚୁଛନ୍ତି ଓ ତାର ଭିଡିଓ ବି କରୁଛନ୍ତି । ପୁରା ଫିଲ୍ମ ଷ୍ଟାଇଲରେ ଚକ୍କର କାଟି କମିସନରେଟ ପୁଲିସକୁ ଚ୍ୟାଲେଞ୍ଜ ବି ଦେଉଛନ୍ତି।

ଭୁବନେଶ୍ୱର ‘ରକ୍ତ ଚରିତ୍ର’ ପରେ କଟକରେ ‘ପବ୍ଲିକ ଷଣ୍ଢ’ଗ୍ରୁପ। ହାତରେ ବନ୍ଧୁକ ଓ ଖଣ୍ଡା ଧରି ଆତଙ୍କ ସୃଷ୍ଟି କରି ଭିଡିଓ କରୁଛନ୍ତି ଯୁବଗୋଷ୍ଠୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ଜଣଙ୍କୁ ଉଠାଇନେଇଛି। ମାଲଗୋଦାମ ଥାନା ପୁଲିସ ଜଣକୁ ଉଠାଇନେଇ ପଚରାଉଚରା କରୁଛି। ଭିଡିଓରେ ଧରିଥିବା ବନ୍ଧୁକ ଜବତ କରାଯିବ ସହ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି। ସେପଟେ ଡିସିପି କହିଛନ୍ତି, ପୂରା ଘଟଣା ଉପରେ ପୁଲିସ ଯାଞ୍ଚ କରୁଛି।

ହାତରେ ମାରଣାସ୍ତ୍ର ଧରି ଯୁବଗୋଷ୍ଠୀ ସର୍ବସାଧାରଣ ସ୍ଥାନରେ କରିଛନ୍ତି ସର୍ଟ ଭିଡିଓ। ତାଳଦେଣ୍ଡା ନିକଟବର୍ତ୍ତୀ ଅଞ୍ଚଳରେ ଏହି ଭିଡିଓ ସୁଟ କରାଯାଇଥିବା ଜଣାପଡିଛି। ଏନେଇ ଖବର ମିଳିବା ପରେ କଟକ କମିସନରେଟ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଯୁବଗୋଷ୍ଠୀ ସମାଜରେ ଆତଙ୍କ ସୃଷ୍ଟି କଲା ଭଳି ଭିଡିଓ ଛାଡିବା ଏବେ ଏକ ପ୍ରକାର ଟ୍ରେଣ୍ଡ ହୋଇଗଲାଣି।

ରାଜଧାନୀରେ ‘ରକ୍ତ ଚରିତ୍ର’ଗ୍ରୁପର ଏଭଳି ଭିଡ଼ିଓ ଛାଡ଼ିଥିବା ୯ ଜଣଙ୍କୁ ପୁଲିସ ଗିରଫ କଲାଣି। ୨୯ ଜଣିଆ ଵାଣ୍ଟେଡ୍ ଲିଷ୍ଟରୁ ଆଉ ୨୦ ଜଣଙ୍କୁ ପୁଲିସ ଏବେ ଖୋଜୁଛି। ରାଜଧାନୀ ଭୁବନେଶ୍ୱର ଭୟାନକ ଚିତ୍ର ସାମନାକୁ ଆସିବା ପରେ କମିସନରେଟ ପୁଲିସର ନିଦ ହଜିଯାଇଛି। ରାତି ବଢିଲାକୁ ଅପରାଧୀଙ୍କୁ ରାଜରାସ୍ତା ଉପରେ ରାଜୁତି ଚାଲୁଛି। ଲୋକେ ଘରୁ ବାହାରିବାକୁ ମଧ୍ୟ ଭୟ କଲେଣି।

Leave A Reply

Your email address will not be published.