ପ୍ରମୁଖ ଖବର

ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟରେ ସୋମବାର ଅପରାହ୍ନ ୫ଟା ସୁଦ୍ଧା ୪୯ଟି ଆସନରେ ୫୬.୬୮% ମତଦାନ
ଓଡିଶା ରାଜ୍ୟରେ ଅପରାହ୍ଣ ୫ଟା ସୁଦ୍ଧା ୬୦.୫୪ ପ୍ରତିଶତ ମତଦାନ
ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀରେ ରୋଡ ସୋ’ କରିଛନ୍ତି
ଛତିଶଗଡ଼ରେ ୨୦ଫୁଟ ତଳକୁ ଓଲଟିଲା ପିକଅପ ଭ୍ୟାନ, ୧୭ମୃତ, ୧୨ ଆହତ

ରାଜରାସ୍ତାରେ ମାରଣାସ୍ତ୍ର ସହ ଖେଳ!

0

କଟକ: ଅସୁରକ୍ଷିତ ହୋଇପଡିଛି ଟୁଇନ ସିଟି। ରାଜରାସ୍ତାରେ ଖୁଲମାଖୁଲା ମାରଣାସ୍ତ୍ର ସହ ଖେଳ। କାହା ହାତରେ ବନ୍ଧୁକ ତା ଆଉ କାହା ହାତରେ ଖଣ୍ଡା। ତେବେ ଟୁଇନସିଟିରେ ହାତରେ ଖଣ୍ଡା, ବନ୍ଧୁକ ଧରି ଅସମାଜିକ ଯୁବକଙ୍କର ଭିଡିଓ ନିଶା ଏବେ ପୁଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହି ଅସାମାଜିକ ଯୁବକ ମାନେ ମାରଣାସ୍ତ୍ର ସହ ନାଚୁଛନ୍ତି ଓ ତାର ଭିଡିଓ ବି କରୁଛନ୍ତି । ପୁରା ଫିଲ୍ମ ଷ୍ଟାଇଲରେ ଚକ୍କର କାଟି କମିସନରେଟ ପୁଲିସକୁ ଚ୍ୟାଲେଞ୍ଜ ବି ଦେଉଛନ୍ତି।

ଭୁବନେଶ୍ୱର ‘ରକ୍ତ ଚରିତ୍ର’ ପରେ କଟକରେ ‘ପବ୍ଲିକ ଷଣ୍ଢ’ଗ୍ରୁପ। ହାତରେ ବନ୍ଧୁକ ଓ ଖଣ୍ଡା ଧରି ଆତଙ୍କ ସୃଷ୍ଟି କରି ଭିଡିଓ କରୁଛନ୍ତି ଯୁବଗୋଷ୍ଠୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ଜଣଙ୍କୁ ଉଠାଇନେଇଛି। ମାଲଗୋଦାମ ଥାନା ପୁଲିସ ଜଣକୁ ଉଠାଇନେଇ ପଚରାଉଚରା କରୁଛି। ଭିଡିଓରେ ଧରିଥିବା ବନ୍ଧୁକ ଜବତ କରାଯିବ ସହ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି। ସେପଟେ ଡିସିପି କହିଛନ୍ତି, ପୂରା ଘଟଣା ଉପରେ ପୁଲିସ ଯାଞ୍ଚ କରୁଛି।

ହାତରେ ମାରଣାସ୍ତ୍ର ଧରି ଯୁବଗୋଷ୍ଠୀ ସର୍ବସାଧାରଣ ସ୍ଥାନରେ କରିଛନ୍ତି ସର୍ଟ ଭିଡିଓ। ତାଳଦେଣ୍ଡା ନିକଟବର୍ତ୍ତୀ ଅଞ୍ଚଳରେ ଏହି ଭିଡିଓ ସୁଟ କରାଯାଇଥିବା ଜଣାପଡିଛି। ଏନେଇ ଖବର ମିଳିବା ପରେ କଟକ କମିସନରେଟ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଯୁବଗୋଷ୍ଠୀ ସମାଜରେ ଆତଙ୍କ ସୃଷ୍ଟି କଲା ଭଳି ଭିଡିଓ ଛାଡିବା ଏବେ ଏକ ପ୍ରକାର ଟ୍ରେଣ୍ଡ ହୋଇଗଲାଣି।

ରାଜଧାନୀରେ ‘ରକ୍ତ ଚରିତ୍ର’ଗ୍ରୁପର ଏଭଳି ଭିଡ଼ିଓ ଛାଡ଼ିଥିବା ୯ ଜଣଙ୍କୁ ପୁଲିସ ଗିରଫ କଲାଣି। ୨୯ ଜଣିଆ ଵାଣ୍ଟେଡ୍ ଲିଷ୍ଟରୁ ଆଉ ୨୦ ଜଣଙ୍କୁ ପୁଲିସ ଏବେ ଖୋଜୁଛି। ରାଜଧାନୀ ଭୁବନେଶ୍ୱର ଭୟାନକ ଚିତ୍ର ସାମନାକୁ ଆସିବା ପରେ କମିସନରେଟ ପୁଲିସର ନିଦ ହଜିଯାଇଛି। ରାତି ବଢିଲାକୁ ଅପରାଧୀଙ୍କୁ ରାଜରାସ୍ତା ଉପରେ ରାଜୁତି ଚାଲୁଛି। ଲୋକେ ଘରୁ ବାହାରିବାକୁ ମଧ୍ୟ ଭୟ କଲେଣି।

Leave A Reply

Your email address will not be published.