ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ..ବିଗୁଡିଛି ସ୍ଥିତି

0

ରାଜଧାନୀ ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ । ଆଶ୍ୱସ୍ତି ମିଳିବା ପରିବର୍ତ୍ତେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ଆଗାମୀ ଦୁଇ ଦିନରେ ପ୍ରଦୂଷଣ ବହୁ ମାତ୍ରାରେ ବଢିଯିବାର ସମ୍ଭାବନା ରହିଛି । ଫଳରେ ଲୋକଙ୍କ ଆଖି ଜଳିବା, ନିଶ୍ୱାସ ନେବାରେ ସମସ୍ୟା, ଗଳା ଓ ନାକରେ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଉଛି ।

ଦିଲ୍ଲୀରେ ୨୪ ଘଣ୍ଟାରେ ଏକ୍ୟୁଆଇ ୪୧୧ ରେକର୍ଡ କରାଯାଇଛି । ବୁଧବାର ୨୪ ଘଣ୍ଟ।ରେ ହାରାହାରି ଏକ୍ୟୁଆଇ ଥିଲା ୩୭୨ । ଗୁରୁବାର ଅପରାହ୍ନରେ ଫରିଦାବାଦ(୪୧୨), ଗାଜିଆବାଦ(୪୬୧) , ଗ୍ରେଟର ନୋଏଡା(୪୧୭)ଏବଂ ନୋଏଡାରେ (୪୩୪)ବାୟୁ ଗୁଣବତ୍ତା ରେକର୍ଡ କରାଯାଇଥିଲା । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ଜଣେ ଅଧିକାରୀ କହିଛନ୍ତି ଯେ, ହାଲୁକା କୁହୁଡି ସହିତ ସକାଳେ ତାପମାତ୍ରା ହ୍ରାସ ପାଇଛି । ଦିଲ୍ଲୀରେ ଗୁରୁବାର ସର୍ବନିମ୍ନ ତାପମାତ୍ରା ୧୨.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଓ ସଫଦରଜଙ୍ଗ ବିମାନବନ୍ଦରରେ ଦୃଶ୍ୟମାନ୍ୟତା ସ୍ତର ୬୦୦ରୁ ୮୦୦ ମିଟରକୁ ଖସିଆସିଛି ।

ନଭେମ୍ବର ମାସ ଆରମ୍ଭରୁ ପ୍ରତିଦିନ ବାୟୁର ମାନ କମିବାରେ ଲାଗିଛି । ରାଜରାସ୍ତାରେ ଯାତାୟାତ କରୁଥିବା ହଜାର ହଜାର ଗାଡ଼ି ସ୍ଥିତିକୁ ଆହୁରି ବିଗାଡିଦେଉଛି । ଉତ୍ତର ପ୍ରଦେଶ ଆଗ୍ରାରେ ମଧ୍ୟ ସ୍ଥିତି ଜଟିଳ ରହିଛି । ଏଠାରେ ମଧ୍ୟ ବିଷାକ୍ତ ପବନ ଯୋଗୁଁ ସ୍ଥିତି ବିଗିଡିଲାଣି । ନିଶ୍ୱାସପ୍ରଶ୍ୱାସରେ ସମସ୍ୟା ଭୋଗୁଥିବା ରୋଗୀ ଅଧିକ କଷ୍ଟ ପାଉଛନ୍ତି । ମେଡିକାଲରେ ମଧ୍ୟ ଶ୍ୱାସରୋଗୀଙ୍କ ସଂଖ୍ୟା ବଢୁଛି ।

Leave A Reply

Your email address will not be published.