ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ..ବିଗୁଡିଛି ସ୍ଥିତି

0

ରାଜଧାନୀ ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ । ଆଶ୍ୱସ୍ତି ମିଳିବା ପରିବର୍ତ୍ତେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ଆଗାମୀ ଦୁଇ ଦିନରେ ପ୍ରଦୂଷଣ ବହୁ ମାତ୍ରାରେ ବଢିଯିବାର ସମ୍ଭାବନା ରହିଛି । ଫଳରେ ଲୋକଙ୍କ ଆଖି ଜଳିବା, ନିଶ୍ୱାସ ନେବାରେ ସମସ୍ୟା, ଗଳା ଓ ନାକରେ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଉଛି ।

ଦିଲ୍ଲୀରେ ୨୪ ଘଣ୍ଟାରେ ଏକ୍ୟୁଆଇ ୪୧୧ ରେକର୍ଡ କରାଯାଇଛି । ବୁଧବାର ୨୪ ଘଣ୍ଟ।ରେ ହାରାହାରି ଏକ୍ୟୁଆଇ ଥିଲା ୩୭୨ । ଗୁରୁବାର ଅପରାହ୍ନରେ ଫରିଦାବାଦ(୪୧୨), ଗାଜିଆବାଦ(୪୬୧) , ଗ୍ରେଟର ନୋଏଡା(୪୧୭)ଏବଂ ନୋଏଡାରେ (୪୩୪)ବାୟୁ ଗୁଣବତ୍ତା ରେକର୍ଡ କରାଯାଇଥିଲା । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ଜଣେ ଅଧିକାରୀ କହିଛନ୍ତି ଯେ, ହାଲୁକା କୁହୁଡି ସହିତ ସକାଳେ ତାପମାତ୍ରା ହ୍ରାସ ପାଇଛି । ଦିଲ୍ଲୀରେ ଗୁରୁବାର ସର୍ବନିମ୍ନ ତାପମାତ୍ରା ୧୨.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଓ ସଫଦରଜଙ୍ଗ ବିମାନବନ୍ଦରରେ ଦୃଶ୍ୟମାନ୍ୟତା ସ୍ତର ୬୦୦ରୁ ୮୦୦ ମିଟରକୁ ଖସିଆସିଛି ।

ନଭେମ୍ବର ମାସ ଆରମ୍ଭରୁ ପ୍ରତିଦିନ ବାୟୁର ମାନ କମିବାରେ ଲାଗିଛି । ରାଜରାସ୍ତାରେ ଯାତାୟାତ କରୁଥିବା ହଜାର ହଜାର ଗାଡ଼ି ସ୍ଥିତିକୁ ଆହୁରି ବିଗାଡିଦେଉଛି । ଉତ୍ତର ପ୍ରଦେଶ ଆଗ୍ରାରେ ମଧ୍ୟ ସ୍ଥିତି ଜଟିଳ ରହିଛି । ଏଠାରେ ମଧ୍ୟ ବିଷାକ୍ତ ପବନ ଯୋଗୁଁ ସ୍ଥିତି ବିଗିଡିଲାଣି । ନିଶ୍ୱାସପ୍ରଶ୍ୱାସରେ ସମସ୍ୟା ଭୋଗୁଥିବା ରୋଗୀ ଅଧିକ କଷ୍ଟ ପାଉଛନ୍ତି । ମେଡିକାଲରେ ମଧ୍ୟ ଶ୍ୱାସରୋଗୀଙ୍କ ସଂଖ୍ୟା ବଢୁଛି ।

Leave A Reply

Your email address will not be published.