ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଏନସିବି ଅଫିସରେ ବିତିଲା ଆର୍ଯ୍ୟନଙ୍କ ଜନ୍ମଦିନ

0

ବଲିଉଡ ଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ଙ୍କ ନଭେମ୍ବର ୧୨ ଅର୍ଥାତ୍‌ ଶୁକବ୍ରାର ଜନ୍ମଦିନ ଥିଲା । କିନ୍ତୁ ଜନ୍ମଦିନରେ ସେଲିବ୍ରେସନ ବଦଳରେ ଏନସିବି ଅଫିସରେ ବିତିଥିଲା । ଜନ୍ମଦିନରେ ଏନସିବି ଆର୍ଯ୍ୟନ ଖାନଙ୍କୁ ପାଖାପାଖି ୬ ଘଣ୍ଟ। ଧରି ପଚରାଉଚରା କରିଥିଲା । ଦିନ ୪ଟା ୪୫ରେ ପଚରାଉଚରା ପାଇଁ ତାଙ୍କୁ ଡକାଯାଇଥିଲା ବେଳେ ରାତି ୧୧ଟା ୩୬ରେ ଏନସିବି ଅଫିସରୁ ବାହାରିଥିଲେ ।

ଆର୍ଯ୍ୟନ ଖାନ୍ ଜନ୍ମଦିନରେ ଏକ ହଳଦିଆ ରଙ୍ଗର ଟି ସାର୍ଟ, ନୀଳ ଜ୍ୟାକେଟ ଓ କାର୍ଗୋ ଷ୍ଟାଇଲ ପ୍ୟାଣ୍ଟ ପିନ୍ଧିଥିଲେ । ଆର୍ଯ୍ୟନଙ୍କ ସହିତ ତାଙ୍କ ଓକିଲ ମଧ୍ୟ ଉପସ୍ଥିତ ଥିଲେ । ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଆର୍ଯ୍ୟନଙ୍କୁ ଅକ୍ଟୋବର ୨ରେ ଏନସିବି ଗିରଫ କରିବା ପରେ ସେ ଆର୍ଥର ରୋଡ ଜେଲରେ ଥିଲେ । ଏହା ପରେ ବହୁ କଷ୍ଟରେ ୨୮ ଦିନ ପରେ ତାଙ୍କୁ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । କୋର୍ଟ ଆର୍ଯ୍ୟନଙ୍କୁ ଜାମିନ ତ ଦେଇଥିଲେ କିନ୍ତୁ ୧୪ଟି ସର୍ତ୍ତ ରଖିଥିଲେ ।

ଆର୍ଯ୍ୟନ ଖାନ୍ କୋର୍ଟର ସର୍ତ୍ତ ଅନୁସାରେ, ପ୍ରତି ଶୁକ୍ରବାର ଏନସିବି ଅଫିସରେ ହାଜର ହେବେ । ଏହା ସହିତ ଅନ୍ୟ କୌଣସି ଅଭିଯୁକ୍ତଙ୍କ ସହ ସେ ଯୋଗାଯୋଗ ରଖିପାରିବେ ନାହିଁ । ଦେଶ ଛାଡି ବାହାରକୁ ମଧ୍ୟ ଯାଇପାରିବେ ନାହିଁ । ଏବଂ କୌଣସି ପ୍ରକାର ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିବେ ନାହିଁ । ଏସବୁ ସର୍ତ୍ତ ଓ ୧ ଲକ୍ଷ ଟଙ୍କା ମୁଚଲିକାରେ ତାଙ୍କୁ କୋର୍ଟ ଜାମିନ ଦେଇଥିଲେ । କୋର୍ଟରେ ଆର୍ଯ୍ୟନ ଖାନଙ୍କୁ ତାଙ୍କ ପାସପୋର୍ଟ ଜମା କରିବାର ଥିଲା । ବିନା ଅନୁମତିରେ ମୁମ୍ବାଇ ବାହାରକୁ ଯାଇପାରିବେ ନାହିଁ ଆର୍ଯ୍ୟନ । ଯଦି ଜରୁରୀ ଥାଏ ତାହେଲେ ଏନସିବିର ଅନୁମତି ନେଇ ବାହାରକୁ ଯିବେ ବୋଲି କୁହାଯାଇଛି ।ଆର୍ଯ୍ୟନଙ୍କ ସମେତ ଅରବାଜ ମର୍ଚା ଓ ମୁନମୁନ ଧାମେଚାଙ୍କୁ ମଧ୍ୟ ଜାମିନ ମିଳିସାରିଛି । ।

Leave A Reply

Your email address will not be published.