ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଏନସିବି ଅଫିସରେ ବିତିଲା ଆର୍ଯ୍ୟନଙ୍କ ଜନ୍ମଦିନ

0

ବଲିଉଡ ଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ଙ୍କ ନଭେମ୍ବର ୧୨ ଅର୍ଥାତ୍‌ ଶୁକବ୍ରାର ଜନ୍ମଦିନ ଥିଲା । କିନ୍ତୁ ଜନ୍ମଦିନରେ ସେଲିବ୍ରେସନ ବଦଳରେ ଏନସିବି ଅଫିସରେ ବିତିଥିଲା । ଜନ୍ମଦିନରେ ଏନସିବି ଆର୍ଯ୍ୟନ ଖାନଙ୍କୁ ପାଖାପାଖି ୬ ଘଣ୍ଟ। ଧରି ପଚରାଉଚରା କରିଥିଲା । ଦିନ ୪ଟା ୪୫ରେ ପଚରାଉଚରା ପାଇଁ ତାଙ୍କୁ ଡକାଯାଇଥିଲା ବେଳେ ରାତି ୧୧ଟା ୩୬ରେ ଏନସିବି ଅଫିସରୁ ବାହାରିଥିଲେ ।

ଆର୍ଯ୍ୟନ ଖାନ୍ ଜନ୍ମଦିନରେ ଏକ ହଳଦିଆ ରଙ୍ଗର ଟି ସାର୍ଟ, ନୀଳ ଜ୍ୟାକେଟ ଓ କାର୍ଗୋ ଷ୍ଟାଇଲ ପ୍ୟାଣ୍ଟ ପିନ୍ଧିଥିଲେ । ଆର୍ଯ୍ୟନଙ୍କ ସହିତ ତାଙ୍କ ଓକିଲ ମଧ୍ୟ ଉପସ୍ଥିତ ଥିଲେ । ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଆର୍ଯ୍ୟନଙ୍କୁ ଅକ୍ଟୋବର ୨ରେ ଏନସିବି ଗିରଫ କରିବା ପରେ ସେ ଆର୍ଥର ରୋଡ ଜେଲରେ ଥିଲେ । ଏହା ପରେ ବହୁ କଷ୍ଟରେ ୨୮ ଦିନ ପରେ ତାଙ୍କୁ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । କୋର୍ଟ ଆର୍ଯ୍ୟନଙ୍କୁ ଜାମିନ ତ ଦେଇଥିଲେ କିନ୍ତୁ ୧୪ଟି ସର୍ତ୍ତ ରଖିଥିଲେ ।

ଆର୍ଯ୍ୟନ ଖାନ୍ କୋର୍ଟର ସର୍ତ୍ତ ଅନୁସାରେ, ପ୍ରତି ଶୁକ୍ରବାର ଏନସିବି ଅଫିସରେ ହାଜର ହେବେ । ଏହା ସହିତ ଅନ୍ୟ କୌଣସି ଅଭିଯୁକ୍ତଙ୍କ ସହ ସେ ଯୋଗାଯୋଗ ରଖିପାରିବେ ନାହିଁ । ଦେଶ ଛାଡି ବାହାରକୁ ମଧ୍ୟ ଯାଇପାରିବେ ନାହିଁ । ଏବଂ କୌଣସି ପ୍ରକାର ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିବେ ନାହିଁ । ଏସବୁ ସର୍ତ୍ତ ଓ ୧ ଲକ୍ଷ ଟଙ୍କା ମୁଚଲିକାରେ ତାଙ୍କୁ କୋର୍ଟ ଜାମିନ ଦେଇଥିଲେ । କୋର୍ଟରେ ଆର୍ଯ୍ୟନ ଖାନଙ୍କୁ ତାଙ୍କ ପାସପୋର୍ଟ ଜମା କରିବାର ଥିଲା । ବିନା ଅନୁମତିରେ ମୁମ୍ବାଇ ବାହାରକୁ ଯାଇପାରିବେ ନାହିଁ ଆର୍ଯ୍ୟନ । ଯଦି ଜରୁରୀ ଥାଏ ତାହେଲେ ଏନସିବିର ଅନୁମତି ନେଇ ବାହାରକୁ ଯିବେ ବୋଲି କୁହାଯାଇଛି ।ଆର୍ଯ୍ୟନଙ୍କ ସମେତ ଅରବାଜ ମର୍ଚା ଓ ମୁନମୁନ ଧାମେଚାଙ୍କୁ ମଧ୍ୟ ଜାମିନ ମିଳିସାରିଛି । ।

Leave A Reply

Your email address will not be published.