ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ବିବାଦ ମଧ୍ୟରେ ବାଇଡେନ-ଜିନପିଙ୍ଗ ଆଲୋଚନା

0

ବିବାଦ ମଧ୍ୟରେ ଆସନ୍ତା ୧୫ ତାରିଖ ଅର୍ଥାତ ସୋମବାର ଦିନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ ମଧ୍ୟରେ ବୈଠକ ବସିବ । ହ୍ୱାଇଟ ହାଉସ ଅନୁଯାୟୀ, ଭର୍ଚୁଆଲ ମାଧ୍ୟମରେ ଏହି ବୈଠକ ବସିବ । ବାଇଡେନ, ଜିନପିଙ୍ଗଙ୍କ ସାମନାରେ ଆମେରିକାର ଉଦ୍ଦେଶ୍ୟ ଓ ପ୍ରାଥମିକତା ନେଇ ସ୍ପଷ୍ଟ କରିବେ । ଏହା ସହ ଜିନପିଙ୍ଗଙ୍କ ଆଗରେ ଆମେରିକାର ଚିନ୍ତାଧାରା ମଧ୍ୟ ସ୍ପଷ୍ଟ ଭାବରେ ଉପସ୍ଥାପିତ କରିବେ ।

ଆମେରିକା ଅଧିକାରୀ କହିଛନ୍ତି , ଗତ ମାସରେ ଆମେ ଚଳିତ ବର୍ଷ ଶେଷ ସୁଦ୍ଧା ବାଇଡେନ ଓ ଜିନପିଙ୍ଗଙ୍କ ମଧ୍ୟରେ ଏକ ବୈଠକ କରିବାକୁ ଚୀନ ସହ ଚୁକ୍ତିନାମା କରିଛୁ । ହ୍ୱାଇଟ ହାଉସର ପ୍ରେସ ସଚିବ ଜୈନ ସାକି କହିଛନ୍ତି ଯେ, ଆମେରିକା ଓ ଚୀନ ମଧ୍ୟରେ ବସିବାକୁ ଥିବା ଏହି ବୈଠକରେ ବାଇଡେନ ସୁରକ୍ଷା ପ୍ରସଙ୍ଗ ଉଠାଇବେ । ଏଥିରେ ସାମୂଦ୍ରିକ ସରକ୍ଷା ପ୍ରସଙ୍ଗ ବି ସ୍ଥାନ ପାଇବ ।

ଗତ କିଛି ବର୍ଷ ହେବ ଆମେରିକା ଓ ଚୀନ ମଧ୍ୟରେ ବିବାଦ ବଢିଛି । ଡୋନାଲ୍ଟ ଟ୍ରମ୍ପଙ୍କ ପରି ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଚୀନ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କୋଟି କୋଟି ଡଲାର ମୂଲ୍ୟର ଚାଇନାର ସାମଗ୍ରୀ ଉପରେ ଟ୍ରମ୍ପ ଆମଦାନୀ ଶୁଳ୍କ ଲଗାଇଥିଲେ । ଏହାକୁ ନେଇ ଚୀନ ଅସନ୍ତୋଷ ପ୍ରକାଶ କରିଥିଲା । ।

ବାଇଡେନ ପ୍ରଶାସନ ଟ୍ରମ୍ପଙ୍କ କଠୋର ଆଭିମୁଖ୍ୟ ବଜାୟ ରଖିଛି । ଏବଂ ମାନବାଧିକାର, ତାଇୱାନ, ସିନଜିଆଙ୍ଗ ଓ ତିଦ୍ଦତ ସମେତ ଅନେକ ପ୍ରସଙ୍ଗରେ ବେଜିଂକୁ ସାମୂହିକ ଭାବରେ ଚାପ ଦେବା ପାଇଁ ଆମେରିକାର ପୁରୁଣା ସହଯୋଗୀମାନଙ୍କ ସହ ଘନିଷ୍ଠ ଭାବେ ମିଶିକି କାର୍ଯ୍ୟ କରିଛି । ବାଇଡେନ ମଧ୍ୟ ଭାରତ-ପ୍ରଶାନ୍ତ ମହାସାଗରରେ ଆମେରିକାର ପାଟ୍ରୋଲିଂ ବୃଦ୍ଧି କରିଛନ୍ତି । ଯେଉଁଠିରେ ଚୀନ ସୈନ୍ୟ ମାନଙ୍କ ଆକ୍ରମଣ ନଜର ଆସୁଥିଲା ।

ତେବେ ଚୀନ ଓ ଆମେରିକା ଚଳିତ ସପ୍ତାହରେ ଦୁଇ ଦେଶ ମଧ୍ୟରେ ଜଳବାୟୁ ସହଯୋଗ ବୃଦ୍ଧି କରିବାକୁ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ବୁଧବାର ଗ୍ଲାସଗୋ ଠାରେ ଅନୁଷ୍ଠିତ ଜଳବାୟୁ ଶିଖର ସମ୍ମିଳନୀରେ ଦୁଇ ବିଶ୍ୱ ପ୍ରତିଦ୍ୱନ୍ଦୀଙ୍କ ଦ୍ୱାରା ଏହା ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.