ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ବିବାଦ ମଧ୍ୟରେ ବାଇଡେନ-ଜିନପିଙ୍ଗ ଆଲୋଚନା

0

ବିବାଦ ମଧ୍ୟରେ ଆସନ୍ତା ୧୫ ତାରିଖ ଅର୍ଥାତ ସୋମବାର ଦିନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ ମଧ୍ୟରେ ବୈଠକ ବସିବ । ହ୍ୱାଇଟ ହାଉସ ଅନୁଯାୟୀ, ଭର୍ଚୁଆଲ ମାଧ୍ୟମରେ ଏହି ବୈଠକ ବସିବ । ବାଇଡେନ, ଜିନପିଙ୍ଗଙ୍କ ସାମନାରେ ଆମେରିକାର ଉଦ୍ଦେଶ୍ୟ ଓ ପ୍ରାଥମିକତା ନେଇ ସ୍ପଷ୍ଟ କରିବେ । ଏହା ସହ ଜିନପିଙ୍ଗଙ୍କ ଆଗରେ ଆମେରିକାର ଚିନ୍ତାଧାରା ମଧ୍ୟ ସ୍ପଷ୍ଟ ଭାବରେ ଉପସ୍ଥାପିତ କରିବେ ।

ଆମେରିକା ଅଧିକାରୀ କହିଛନ୍ତି , ଗତ ମାସରେ ଆମେ ଚଳିତ ବର୍ଷ ଶେଷ ସୁଦ୍ଧା ବାଇଡେନ ଓ ଜିନପିଙ୍ଗଙ୍କ ମଧ୍ୟରେ ଏକ ବୈଠକ କରିବାକୁ ଚୀନ ସହ ଚୁକ୍ତିନାମା କରିଛୁ । ହ୍ୱାଇଟ ହାଉସର ପ୍ରେସ ସଚିବ ଜୈନ ସାକି କହିଛନ୍ତି ଯେ, ଆମେରିକା ଓ ଚୀନ ମଧ୍ୟରେ ବସିବାକୁ ଥିବା ଏହି ବୈଠକରେ ବାଇଡେନ ସୁରକ୍ଷା ପ୍ରସଙ୍ଗ ଉଠାଇବେ । ଏଥିରେ ସାମୂଦ୍ରିକ ସରକ୍ଷା ପ୍ରସଙ୍ଗ ବି ସ୍ଥାନ ପାଇବ ।

ଗତ କିଛି ବର୍ଷ ହେବ ଆମେରିକା ଓ ଚୀନ ମଧ୍ୟରେ ବିବାଦ ବଢିଛି । ଡୋନାଲ୍ଟ ଟ୍ରମ୍ପଙ୍କ ପରି ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଚୀନ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କୋଟି କୋଟି ଡଲାର ମୂଲ୍ୟର ଚାଇନାର ସାମଗ୍ରୀ ଉପରେ ଟ୍ରମ୍ପ ଆମଦାନୀ ଶୁଳ୍କ ଲଗାଇଥିଲେ । ଏହାକୁ ନେଇ ଚୀନ ଅସନ୍ତୋଷ ପ୍ରକାଶ କରିଥିଲା । ।

ବାଇଡେନ ପ୍ରଶାସନ ଟ୍ରମ୍ପଙ୍କ କଠୋର ଆଭିମୁଖ୍ୟ ବଜାୟ ରଖିଛି । ଏବଂ ମାନବାଧିକାର, ତାଇୱାନ, ସିନଜିଆଙ୍ଗ ଓ ତିଦ୍ଦତ ସମେତ ଅନେକ ପ୍ରସଙ୍ଗରେ ବେଜିଂକୁ ସାମୂହିକ ଭାବରେ ଚାପ ଦେବା ପାଇଁ ଆମେରିକାର ପୁରୁଣା ସହଯୋଗୀମାନଙ୍କ ସହ ଘନିଷ୍ଠ ଭାବେ ମିଶିକି କାର୍ଯ୍ୟ କରିଛି । ବାଇଡେନ ମଧ୍ୟ ଭାରତ-ପ୍ରଶାନ୍ତ ମହାସାଗରରେ ଆମେରିକାର ପାଟ୍ରୋଲିଂ ବୃଦ୍ଧି କରିଛନ୍ତି । ଯେଉଁଠିରେ ଚୀନ ସୈନ୍ୟ ମାନଙ୍କ ଆକ୍ରମଣ ନଜର ଆସୁଥିଲା ।

ତେବେ ଚୀନ ଓ ଆମେରିକା ଚଳିତ ସପ୍ତାହରେ ଦୁଇ ଦେଶ ମଧ୍ୟରେ ଜଳବାୟୁ ସହଯୋଗ ବୃଦ୍ଧି କରିବାକୁ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ବୁଧବାର ଗ୍ଲାସଗୋ ଠାରେ ଅନୁଷ୍ଠିତ ଜଳବାୟୁ ଶିଖର ସମ୍ମିଳନୀରେ ଦୁଇ ବିଶ୍ୱ ପ୍ରତିଦ୍ୱନ୍ଦୀଙ୍କ ଦ୍ୱାରା ଏହା ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.