ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

କ୍ୟାଟ୍ରିନାଙ୍କ ବିବାହକୁ ଆସିବେନି ସଲମାନ!

0

ମୁମ୍ବାଇ: ବଲିଉଡ଼ର ଲଭ ବାର୍ଡ କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଡିସେମ୍ବର ୭ରୁ ୯ ତାରିଖ ଭିତରେ ଉଭୟ ବିବାହ କରିବା ନେଇ ଖବର ଆସୁଛି। ରାଜସ୍ଥାନର ଜୟପୁର ସ୍ଥିତ ସିକ୍ସ ସେନସନ୍ସ ଆଭିଜାତ୍ୟ ସମ୍ପନ୍ନ ହୋଟେଲରେ ଏହି ଚର୍ଚ୍ଚିତ ବିବାହ ଅନୁଷ୍ଠିତ ହେବ ବୋଲି ଜଣାପଡୁଛି। କୁହାଯାଉଛି ଯେ ବାହାଘରରେ ଅନ୍ତରଙ୍ଗ ବନ୍ଧୁ ଓ ପରିବାରର ସଦସ୍ୟ ହିଁ କେବେଳ ସାମିଲ ହେବେ।

ତେବେ ଜି ନ୍ୟୁଜ ରିପୋର୍ଟ ଅନୁସାରେ, ସୁପରଷ୍ଟାର ସଲମାନ ଖାନ୍ ପରିବାର ସହ ଏହି ବିବାହ କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ। କୁହାଯାଉଛି ଯେ କ୍ୟାଟ୍ରିନା ଓ ଭିକ୍କିଙ୍କ ବିବାହରେ ଯୋଗଦେବାକୁ ସଲମାନ ଓ ତାଙ୍କ ପରିବାର ପାଖକୁ ପ୍ରଥମ ନିମନ୍ତ୍ରଣ ପଠାଯାଇଥିଲା। କିନ୍ତୁ ସଲମାନ ଏହି ବିବାହରେ ଯୋଗଦେଇନପାରନ୍ତି। ତେବେ ସମସ୍ତଙ୍କୁ ଜଣା ଅଛି ଯେ, ସଲମାନ ଓ କ୍ୟାଟ୍ରିନାଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ରହିଛି। ଭଲ ଓ ଖରାପ ସମୟରେ ସଲମାନ ସବୁବେଳେ କ୍ୟାଟ୍ରିନାଙ୍କ ସହ ଛିଡା ହୋଇଛନ୍ତି।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ, କ୍ୟାଟ୍ରିନା ଓ ଭିକ୍କି ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଇଣ୍ଡଷ୍ଟ୍ରିରେ ବହୁ ସାଙ୍ଗ ଓ ମେଣ୍ଟର୍ସଙ୍କୁ ଡାକିବେ । ଏହି ତାଲିକାରେ କରଣ ଜୋହର, କିୟାରା ଆଡଭାନୀ,ସିଦ୍ଧାର୍ଥ ମଲହୋତ୍ରା , ମୀନି ମାଥୁର ଓ ରୋହିତ ସେଟ୍ଟୀଙ୍କ ନାଁ ରହିଛି । ଏହା ବ୍ୟତୀତ ବରୁଣ ଧୱନ ଓ ନତାଶା ଦଲାଲ ମଧ୍ୟ ବାହାଘରରେ ଯୋଗଦେଇପାରନ୍ତି।

ନିର୍ଦ୍ଦେଶକ କବୀର ଖାନ୍‌ଙ୍କ ମୁମ୍ବାଇ ଘରେ କ୍ୟାଟ୍ରିନାଙ୍କ ରୋକା ସମାରୋହ ଅନୁଷ୍ଠିତ ହୋଇଛି। କ୍ୟାଟ୍ରିନା , କବୀର ଖାନଙ୍କ ବହୁ ନିକଟତର। ଏବଂ ତାଙ୍କ ସହ ପାରିବାରିକ ସମ୍ପର୍କ ରହିଛି। ରୋକା କାର୍ଯ୍ୟକ୍ରମରେ କେବେଳ କ୍ୟାଟ୍ରିନା ଓ ଭିକ୍କିଙ୍କ ପରିବାର ଲୋକ ସାମିଲ ଥିଲେ।

Leave A Reply

Your email address will not be published.