ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମଣିପୁର ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଏହି ସଂଗଠନ

0

ମଣିପୁରରେ ଆତଙ୍କବାଦୀ ଆକ୍ରମଣରେ ୭ ଜଣ ଆଖିବୁଜିଛନ୍ତି । ଜଣେ କର୍ଣ୍ଣେଲଙ୍କ ସମେତ ୪ ଯବାନ ସହିଦ ହୋଇଛନ୍ତି। ଏବଂ କର୍ଣ୍ଣେଲଙ୍କ ପରିବାରର ୨ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଆକ୍ରମଣକୁ ନେଇ ସାରା ଦେଶ କ୍ରୋଧିତ। ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚର୍ଚ୍ଚା ହେଉଛି।
ଏହାରି ଭିତରେ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ମଣିପୁର ନାଗା ପିପୁଲ୍ସ ଫ୍ରଣ୍ଟ (ଏମଏନଏଫପି)।

ମଣିପୁର ନାଗା ପିପୁଲ୍ସ ଫ୍ରଣ୍ଟ ଆକ୍ରମଣ ପାଇଁ ନିଜକୁ ଦାୟୀ କରିବା ସହିତ ଏକ ବିବୃତି ଜାରି କରିଛି । ସେଥିରେ ଆକ୍ରମଣ ନେଇ ବିସ୍ତୁତ ଭାବରେ ଲେଖାଯାଇଛି। କୁହାଯାଇଛି ଯେ, ଆକ୍ରମଣକାରୀଙ୍କୁ ଏହା ଜଣାନଥିଲା ଯେ, ସେଥିରେ କର୍ଣ୍ଣେଲଙ୍କ ସ୍ତ୍ରୀ ଓ ପୁଅ ଥିଲେ। ଲେଖାଯାଇଥିବା ନୋଟରେ ସୈନିକମାନଙ୍କୁ ଏହା ପରାମର୍ଶ ଦିଆଯାଇଛି ଯେ, ସମ୍ବେଦନଶୀଳ ଅ ଳକୁ ସେମାନେ ପରିବାର ସଦସ୍ୟଙ୍କୁ ଆଣିବା ଉଚିତ୍ ନୁହେଁ।

ଏହି ମିଳିତ ବିବୃତି ଉପପ୍ରଚାର ସଚିବ ରୋବେନ ଖୁମାନ ଏବଂ ଥୋମାସ ନୁମାଇ ଜାରି କରିଛନ୍ତି। ତାଙ୍କ ତରଫରୁ ଏହି ଆକ୍ରମଣ ପାଇଁ ସମ୍ପୂର୍ଣ୍ଣ ନିଜକୁ ଦାୟୀ
କରିଛନ୍ତି। ଏବେ ସରକାର କେବେ ଓ କିଭଳି ଭାବେ ଏହି ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା। ମଣିପୁର ମୁଖ୍ୟମନ୍ତ୍ରୀ
ବୀରେନ ସିଂହ ପୂର୍ବରୁ କହିସାରିଛନ୍ତି ଯେ, ଆକ୍ରମଣକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। କାହାକୁ ଛଡାଯିବନି।

ଆକ୍ରମଣରେ ସହିଦ ବିପ୍ଲବ ଓ ତାଙ୍କ ପତ୍ନୀ ଏବଂ ପୁଅଙ୍କ ମୃତଦେହ ଆଜି ସନ୍ଧ୍ୟା ସୁଦ୍ଧା ରାୟଗଡ଼ ପହଞ୍ଚିବ। ମୃତଦେହ ବିମାନ ଦ୍ୱାରା ରାୟପୁର ଏୟାରପୋର୍ଟରେ ପହଞ୍ଚିବ। ଏହା ପରେ ମୃତଦେହକୁ ସେନା ହେଲିକପ୍ଟର ଯୋଗେ ରାୟପୁରରୁ ନେଇ ଜିନ୍ଦଲ ଏୟାରଷ୍ଟ୍ରିପରେ ଅବତରଣ କରିବେ। ତାହା ପରେ ରାମଲୀଳା ମୈଦାନରେ ଅନ୍ତିମ ଦର୍ଶନ ପାଇଁ ମୃତଦେହକୁ ରଖାଯିବ।

ଶନିବାର ସକାଳ ପାଖାପାଖି ୧୦ଟା ସମୟରେ ମଣିପୁର ଚୁରାଚନ୍ଦ୍ରପୁର ଜିଲ୍ଲାର ସିଘାଂଟରେ ଆତଙ୍କବାଦୀ ମାନେ ଆକ୍ରମଣ କରିଥିଲେ। ୪୬ ଆସାମ ରାଇଫଲ୍ସର କମାଣ୍ଡିଙ୍ଗ ଅଫିସର କେ ଲ ବିପ୍ଲବ ତ୍ରିପାଠୀଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରିଥିଲେ। ଏହି ଆକ୍ରମଣ ସେତେବେଳେ ହୋଇଥିଲା ଯେତେବେଳେ ୬ ଆସାମ ରାଇଫଲ୍ସର କମାଣ୍ଡିଙ୍ଗ ଅଫିସର କର୍ଣ୍ଣେଲ ବିପ୍ଲବ ତ୍ରିପାଠୀଙ୍କ ଫରୱାର୍ଡ କ୍ୟାମ୍ପରୁ ଫେରୁଥିଲେ।

Leave A Reply

Your email address will not be published.