ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ
ଡିସିପି ଅଫିସରେ ଆତ୍ମସମର୍ପଣ ପରେ ଗିରଫ ହେଲେ ଜଗନ୍ନାଥ ପ୍ରଧାନ
ଦେବାଶିଷ ସିଂହ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ
ସ୍କୁଲ ଗ୍ରେଡିଂ ସିଷ୍ଟମ: ଜାତୀୟ ସ୍ତରରେ ୫ମ ସ୍ଥାନରେ ଓଡ଼ିଶା
ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ଵସ୍ତି
ଆସନ୍ତା ୬ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
କଟକ: ଡ୍ୟୁଟି ସାରି ଫେରିବା ବେଳେ ମହିଳା ହୋମ୍‌ଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ୍

ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବେ କି ଇମ୍ରାନ!

0

ପାକିସ୍ତାନରେ ସେନା ଓ ସରକାର ମୁହାଁମୁହିଁ । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଓ ସେନା ମୁଖ୍ୟ କମର୍ ଜାଭେଦ ବାଜୱାଙ୍କ ମଧ୍ୟରେ ବିବାଦ ଦେଖାଦେଇଥିବା ବେଳେ ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ ବିଦା ହୋଇପାରନ୍ତି । ଜାତୀୟ ଗଣମାଧ୍ୟରେ ଏନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି ।

ତେବେ ଇମ୍ରାନ ଓ ବାଜୱାଙ୍କ ମଧ୍ୟରେ ଆଇଏସଆଇର ମୁଖ୍ୟଙ୍କ ନିଯୁକ୍ତିଙ୍କୁ ନେଇ ମତାନ୍ତର ଦେଖାଦେଇଛି । ଆସନ୍ତା ୨୦ ତାରିଖରେ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସଆଇର ମଙ୍ଗ ସମ୍ଭାଳିବାକୁ ଯାଉଛନ୍ତି ଲେଫ୍ଟନାଂଟ ଜେନେରାଲ ନଦୀମ ଅଞ୍ଜୁମ । କିନ୍ତୁ ସେନା ମୁଖ୍ୟ ବାଜୱା ଚାହାଁନ୍ତି ଆଇଏସଆଇର ମୁଖ୍ୟ ଲେଫ୍ଟନାଂଟ ଜେନେରାଲ ଭାବରେ ଫୈଜ ହମିଦ୍‌ଙ୍କୁ ରଖାଯାଉ । ଏହାକୁ ନେଇ ଇମ୍ରାନ ଓ ବାଜୱାଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଂଚିଛି ।

ତେବେ ଏଭଳି ସ୍ଥିତିରେ ଇମ୍ରାନ ଖାନଙ୍କ ଆଗରେ ଦୁଇଟି ବିକଳ୍ପ ରଖାଯାଇଛି । ଗୋଟିଏ ହେଲା ଖୁବ ଶୀଘ୍ର ଅର୍ଥାତ ନଭେମ୍ବର ୨୦ ପୂର୍ବରୁ ପଦ ଛାଡନ୍ତୁ । ଦ୍ୱିତୀୟ ବିକଳ୍ପଟି ହେଲା ସଂସଦ ଛାଡିବେ ବିରୋଧୀ । ତେବେ ଏହି ଦୁଇଟି ଯାକ ବିକଳ୍ପରେ ଇମ୍ରାନ ପଦବୀରୁ ହଟିବା ଏକ ପ୍ରକାର ନିଶ୍ଚିତ ।

ତେବେ ଇମ୍ରାନ ଯଦି ପଦରୁ ହଟୁଛନ୍ତି ତାଙ୍କ ସ୍ଥାନରେ ପିଟିଆଇର ପରଭେଜ ଖଟକ ଓ ପାକିସ୍ତାନ ମୁସଲିମ ଲିଗ୍‌ର ଶାହବାଜ ଶରୀଫ ପ୍ରଧାନମନ୍ତ୍ରୀ ହେବା ନେଇ ସମ୍ଭାବନା ରହିଛି । ସେହିପରି ଟିଏଲପି ଓ ଇମ୍ରାନଙ୍କ ତେହରିକ ଇନସାଫ ଦଳ ମଧ୍ୟରେ ସେନା ବିବାଦ ସୃଷ୍ଟି କରୁଛି ବୋଲି ଚର୍ଚ୍ଚା ହେଉଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଇମ୍ରାନଙ୍କ ସରକାରକୁ ହଟାଇବା ।

Leave A Reply

Your email address will not be published.