ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବେ କି ଇମ୍ରାନ!

0

ପାକିସ୍ତାନରେ ସେନା ଓ ସରକାର ମୁହାଁମୁହିଁ । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଓ ସେନା ମୁଖ୍ୟ କମର୍ ଜାଭେଦ ବାଜୱାଙ୍କ ମଧ୍ୟରେ ବିବାଦ ଦେଖାଦେଇଥିବା ବେଳେ ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ ବିଦା ହୋଇପାରନ୍ତି । ଜାତୀୟ ଗଣମାଧ୍ୟରେ ଏନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି ।

ତେବେ ଇମ୍ରାନ ଓ ବାଜୱାଙ୍କ ମଧ୍ୟରେ ଆଇଏସଆଇର ମୁଖ୍ୟଙ୍କ ନିଯୁକ୍ତିଙ୍କୁ ନେଇ ମତାନ୍ତର ଦେଖାଦେଇଛି । ଆସନ୍ତା ୨୦ ତାରିଖରେ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସଆଇର ମଙ୍ଗ ସମ୍ଭାଳିବାକୁ ଯାଉଛନ୍ତି ଲେଫ୍ଟନାଂଟ ଜେନେରାଲ ନଦୀମ ଅଞ୍ଜୁମ । କିନ୍ତୁ ସେନା ମୁଖ୍ୟ ବାଜୱା ଚାହାଁନ୍ତି ଆଇଏସଆଇର ମୁଖ୍ୟ ଲେଫ୍ଟନାଂଟ ଜେନେରାଲ ଭାବରେ ଫୈଜ ହମିଦ୍‌ଙ୍କୁ ରଖାଯାଉ । ଏହାକୁ ନେଇ ଇମ୍ରାନ ଓ ବାଜୱାଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଂଚିଛି ।

ତେବେ ଏଭଳି ସ୍ଥିତିରେ ଇମ୍ରାନ ଖାନଙ୍କ ଆଗରେ ଦୁଇଟି ବିକଳ୍ପ ରଖାଯାଇଛି । ଗୋଟିଏ ହେଲା ଖୁବ ଶୀଘ୍ର ଅର୍ଥାତ ନଭେମ୍ବର ୨୦ ପୂର୍ବରୁ ପଦ ଛାଡନ୍ତୁ । ଦ୍ୱିତୀୟ ବିକଳ୍ପଟି ହେଲା ସଂସଦ ଛାଡିବେ ବିରୋଧୀ । ତେବେ ଏହି ଦୁଇଟି ଯାକ ବିକଳ୍ପରେ ଇମ୍ରାନ ପଦବୀରୁ ହଟିବା ଏକ ପ୍ରକାର ନିଶ୍ଚିତ ।

ତେବେ ଇମ୍ରାନ ଯଦି ପଦରୁ ହଟୁଛନ୍ତି ତାଙ୍କ ସ୍ଥାନରେ ପିଟିଆଇର ପରଭେଜ ଖଟକ ଓ ପାକିସ୍ତାନ ମୁସଲିମ ଲିଗ୍‌ର ଶାହବାଜ ଶରୀଫ ପ୍ରଧାନମନ୍ତ୍ରୀ ହେବା ନେଇ ସମ୍ଭାବନା ରହିଛି । ସେହିପରି ଟିଏଲପି ଓ ଇମ୍ରାନଙ୍କ ତେହରିକ ଇନସାଫ ଦଳ ମଧ୍ୟରେ ସେନା ବିବାଦ ସୃଷ୍ଟି କରୁଛି ବୋଲି ଚର୍ଚ୍ଚା ହେଉଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଇମ୍ରାନଙ୍କ ସରକାରକୁ ହଟାଇବା ।

Leave A Reply

Your email address will not be published.