ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

କାହିଁକି ଏସବିଆଇ ଗ୍ରାହକ ଡିସେମ୍ବର ୧ରୁ ଦେବେ ଅଧିକ ଟଙ୍କା

0

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକଙ୍କ ପାଇଁ ଜରୁରୀ ଖବର। ଯଦି ଆପଣ ଏସବିଆଇ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଏବେ ଆପଣଙ୍କୁ କ୍ରୟ ଉପରେ ପୂର୍ବ ତୁଳନାରେ ଅଧିକ ଖର୍ଚ୍ଚ କରିବାକୁ ପଡିବ। ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଡିସେମ୍ବର ୧, ୨୦୨୧ ପରେ ଯେଉଁ ବି ଗ୍ରାହକ କ୍ରେଡିଟ କାର୍ଡ ବ୍ୟବହାର କରିବେ ତାଙ୍କ ଇଏମଆଇ ଦେବା ନେବା ଉପରେ ୯୯ ଟଙ୍କା ପ୍ରୋସେସିଂ ଫି ଏବଂ ଟ୍ୟାକ୍ସ ପଡିବ।

ଏସବିଆଇ କାର୍ଡସ ଆଣ୍ଡ ପେମେଂଟ ସର୍ଭିସେସ ପ୍ରାଇଭେଟ ଲିମିଟେଡ଼ (ଏସବିଆଇସିପିଏସଏଲ) ପକ୍ଷରୁ ଏହି ସୂଚନା ଗ୍ରାହକଙ୍କୁ ଦିଆଯାଇଛି। ଏସବିଆଇ
କହିଛି ଯେ, ଏସବିଆଇସିପିଏସଏଲ ରିଟେଲ ଆଉଟଲେଟସ ଏବଂ ଆମାଜନ,ଫ୍ଲିପକାର୍ଟ ପରି ଇ କମର୍ସ ୱେବସାଇଟରେ କରାଯାଇଥିବା ସମସ୍ତ ଇଏମଆଇ କାରବାର ଉପରେ ପ୍ରକ୍ରିୟାକରଣ ଶୁଳ୍କ ଦେବାକୁ ପଡିବ। କମ୍ପାନି ଗ୍ରାହକଙ୍କୁ ଇମେଲ କରି ଏ ବିଷୟରେ ସୂଚନା ଦେଇଛି।

ଏସବିଆଇ ପକ୍ଷରୁ ଜାରି କରାଯାଇଥିବା ବିବୃତି ମୁତାବକ, କ୍ରେଡିଟ କାର୍ଡ ମର୍ଚେଂଟ ଆଉଟଲେଟସ ଉପରେ ଏହି ଶୁଳ୍କ ଆଦାୟ କରାଯିବ। ଏହା ଗ୍ରାହକଙ୍କୁ ‘ବାଓ ନାଓ ପେ ଲେଟର’ (ବିଏନପିଏଲ)ଅପସନ ମାଧ୍ୟମରେ ହେଉଥିବା କ୍ରୟ ମଧ୍ୟ ମହଙ୍ଗା ହୋଇପାରେ। ସେହି ସମୟରେ ଯଦି ଆପଣଙ୍କର ଇଏମଆଇ ଟ୍ରାଞ୍ଜାକସନ ବାତିଲ ହୁଏ,ତେବେ ଆପଣଙ୍କୁ ପ୍ରୋସେସିଂ ଫି ମଧ୍ୟ ଫେରସ୍ତ ମିଳିଯିବ।

Leave A Reply

Your email address will not be published.