ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

କାହିଁକି ଏସବିଆଇ ଗ୍ରାହକ ଡିସେମ୍ବର ୧ରୁ ଦେବେ ଅଧିକ ଟଙ୍କା

0

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକଙ୍କ ପାଇଁ ଜରୁରୀ ଖବର। ଯଦି ଆପଣ ଏସବିଆଇ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଏବେ ଆପଣଙ୍କୁ କ୍ରୟ ଉପରେ ପୂର୍ବ ତୁଳନାରେ ଅଧିକ ଖର୍ଚ୍ଚ କରିବାକୁ ପଡିବ। ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଡିସେମ୍ବର ୧, ୨୦୨୧ ପରେ ଯେଉଁ ବି ଗ୍ରାହକ କ୍ରେଡିଟ କାର୍ଡ ବ୍ୟବହାର କରିବେ ତାଙ୍କ ଇଏମଆଇ ଦେବା ନେବା ଉପରେ ୯୯ ଟଙ୍କା ପ୍ରୋସେସିଂ ଫି ଏବଂ ଟ୍ୟାକ୍ସ ପଡିବ।

ଏସବିଆଇ କାର୍ଡସ ଆଣ୍ଡ ପେମେଂଟ ସର୍ଭିସେସ ପ୍ରାଇଭେଟ ଲିମିଟେଡ଼ (ଏସବିଆଇସିପିଏସଏଲ) ପକ୍ଷରୁ ଏହି ସୂଚନା ଗ୍ରାହକଙ୍କୁ ଦିଆଯାଇଛି। ଏସବିଆଇ
କହିଛି ଯେ, ଏସବିଆଇସିପିଏସଏଲ ରିଟେଲ ଆଉଟଲେଟସ ଏବଂ ଆମାଜନ,ଫ୍ଲିପକାର୍ଟ ପରି ଇ କମର୍ସ ୱେବସାଇଟରେ କରାଯାଇଥିବା ସମସ୍ତ ଇଏମଆଇ କାରବାର ଉପରେ ପ୍ରକ୍ରିୟାକରଣ ଶୁଳ୍କ ଦେବାକୁ ପଡିବ। କମ୍ପାନି ଗ୍ରାହକଙ୍କୁ ଇମେଲ କରି ଏ ବିଷୟରେ ସୂଚନା ଦେଇଛି।

ଏସବିଆଇ ପକ୍ଷରୁ ଜାରି କରାଯାଇଥିବା ବିବୃତି ମୁତାବକ, କ୍ରେଡିଟ କାର୍ଡ ମର୍ଚେଂଟ ଆଉଟଲେଟସ ଉପରେ ଏହି ଶୁଳ୍କ ଆଦାୟ କରାଯିବ। ଏହା ଗ୍ରାହକଙ୍କୁ ‘ବାଓ ନାଓ ପେ ଲେଟର’ (ବିଏନପିଏଲ)ଅପସନ ମାଧ୍ୟମରେ ହେଉଥିବା କ୍ରୟ ମଧ୍ୟ ମହଙ୍ଗା ହୋଇପାରେ। ସେହି ସମୟରେ ଯଦି ଆପଣଙ୍କର ଇଏମଆଇ ଟ୍ରାଞ୍ଜାକସନ ବାତିଲ ହୁଏ,ତେବେ ଆପଣଙ୍କୁ ପ୍ରୋସେସିଂ ଫି ମଧ୍ୟ ଫେରସ୍ତ ମିଳିଯିବ।

Leave A Reply

Your email address will not be published.