ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହିତ ନିର୍ମଳାଙ୍କ ଆଲୋଚନା

0

ନୂଆଦିଲ୍ଲୀ: କରୋନା ମାମଲା ଦେଶରେ ହ୍ରାସ ପାଇବା ପରେ ଅର୍ଥନୈତିକ କାର୍ଯ୍ୟକଳାପରେ ଦ୍ରୁତ ଗତିରେ ସୁଧାର ଆସୁଛି। ଏହାରି ମଧ୍ୟରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅଛି। ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ସହିତ ବୈଠକ କରିବେ ନିର୍ମଳା ସୀତାରମଣ। କେନ୍ଦ୍ର ଶାସିତ ଅଂଚଳର ଉପରାଜ୍ୟପାଳ ବି ବୈଠକରେ ଉପସ୍ଥିତ ରହିବେ।

ଭର୍ଚୁଆଲ ମାଧ୍ୟମରେ ବସିବାକୁ ଥିବା ଏହି ବୈଠକରେ କେନ୍ଦ୍ର ସରକାରଙ୍କ ବିଭାଗୀୟ ମନ୍ତ୍ରୀ,ସଚିବ ଓ ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବ ଓ ଅର୍ଥ ସଚିବ ସାମିଲ ହେବେ। ଅର୍ଥନୀତିକୁ ବୃଦ୍ଧି କରିବାରେ ଘରୋଇ ପୁଞ୍ଜିବିନିଯୋଗକୁ ଆକର୍ଷିତ କରିବା ପାଇଁ ପଦକ୍ଷେପ ବିଷୟରେ ବୈଠକରେ ଆଲୋଚନା କରାଯାଇପାରେ।ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଅନୁକୂଳ ପୁଞ୍ଜିନିବେଶ ଓ ବାତାବରଣ ସଂକ୍ରାନ୍ତରେ କେନ୍ଦ୍ର ଅର୍ଥମନ୍ତ୍ରୀ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ।

ବ୍ୟାବସାୟିକ ସୁବିଧା ସୁଯୋଗ ସୃଷ୍ଟି, ଆବଶ୍ୟକୀୟ ସଂସ୍କାର ଆଣିବା ଏବଂ ନିବେଶକ ମନୋବୃତ୍ତିକୁ ପ୍ରୋତ୍ସାହାନ ଦେବା ଆଦି ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇପାରେ। ଅର୍ଥମନ୍ତ୍ରାଳୟ ପକ୍ଷରୁ ଟୁଇଟ କରି କୁହାଯାଇଛି,ଭର୍ଚୁଆଲ ବୈଠକରେ ଅର୍ଥ ରାଜ୍ୟମନ୍ତ୍ରୀ ପଙ୍କଜ ଚୌଧୁରୀ ଓ ଭାଗବତ କରାଡ ଯୋଗଦେବେ ମନ୍ତ୍ରାଳୟ ଆହୁରି କହିଛି ଯେ, ପୁଞ୍ଜିବିନିଯୋଗ ପାଇଁ ଏକ ଅନୁକୂଳ ଇକୋ ସିଷ୍ଟମ ସୃଷ୍ଟି କରିବାକୁ ହେବ।

ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବୈଠକରେ ଯୋଗଦେବେ ବୋଲି ଜଣାପଡିଛି। ମହାମାରୀ ସମୟରେ ଓଡିଶାରେ ସାଢେ ୪ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ରାଜ୍ୟର ୨ଟି ମେଗା ପ୍ରୋଜେକ୍ଟ ସମ୍ପର୍କରେ ବୈଠକରେ ଆଲୋଚନା ହୋଇପାରେ। ଗତ ଆର୍ଥିକ ବର୍ଷରେ ୨୦୨୦-୨୧ରେ ମହାମାରୀ କରୋନା ପାଇଁ ଭାରତୀୟ ଅର୍ଥନୀତିରେ ୭.୩ ପ୍ରତିଶତ ହ୍ରାସ ଘଟିଥିଲା। ଚଳିତ ଆର୍ଥିକ ବର୍ଷର ପ୍ରଥମ ଏପ୍ରିଲ-ଜୁନ ତିନିମାସରେ ଭାରତୀୟ ଅର୍ଥନୀତି ୨୦.୧ ପ୍ରତିଶତ ବୃଦ୍ଧି ଘଟିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରିମାସରେ ୬୪ ବିଲିୟନ ଡଲାରର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ ଦେଶକୁ ଆସିଛି।

Leave A Reply

Your email address will not be published.