ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ପତ୍ରଲେଖା କିଏ ? ଯିଏ ରାଜକୁମାର ରାଓଙ୍କୁ କଲେ ବିବାହ..

0

ବଲିଉଡର ଭର୍ସାଟାଇଲ ଆକ୍ଟର ରାଜକୁମାର ରାଓ ନିଜର ବାନ୍ଧବୀ ପତ୍ରଲେଖାଙ୍କୁ ବିବାହ କରିଛନ୍ତି । ନିକଟରେ ଦୁଇ ଜଣ ସୋସିଆଲ ମିଡିଆରେ ବିବାହର ସୁନ୍ଦର ଫଟୋ ସେୟାର କରିଛନ୍ତି । ଫଟୋ ସେୟାର ପରେ ଏବେ ସବୁଆଡେ ରାଜକୁମାର ଓ ପତ୍ରଲେଖାଙ୍କ ବିବାହକୁ ନେଇ ଚର୍ଚ୍ଚା ।

ରାଜକୁମାରଙ୍କୁ ତ ସମସ୍ତେ ଜାଣନ୍ତି, କିପରି ସେ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । କେତେ ସଂଘର୍ଷ କରିଛନ୍ତି ଏଠାରେ ପହଚିଂବାକୁ । ହେଲେ ପତ୍ରଲେଖା ବିଷୟରେ ବହୁତ କମ ଲୋକ ଜାଣିଥିବେ । ଏଫଟିଆଇଆଇର ପୂର୍ବତନ ଛାତ୍ର ହେଉଛନ୍ତି ଅନ୍ୱିତା ପାଲ, ଯାହାଙ୍କୁ ଲୋକେ ପତ୍ରଲେଖା ନାଁରେ ଜାଣନ୍ତି । ପତ୍ରଲେଖା ୧୯୯୦ରେ ମେଘାଳୟରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଚାର୍ଟାଡ ଆକାଉଂଟ ଥିବାବେଳେ ସେ ସବୁବେଳେ ଚାହୁଁଥିଲେ ପତ୍ରଲେଖା ମଧ୍ୟ ଏହି ପ୍ରଫେସନରେ ନିଜର କ୍ୟାରିୟର କରନ୍ତୁ । ପତ୍ରଲେଖାଙ୍କ ମା’ ହାଉସ ୱାଇଫ ଥିଲେ । ତାଙ୍କର ଏକ ଭାଇ ମଧ୍ୟ ଅଛନ୍ତି ଯାହାଙ୍କ ନାଁ ଅଗ୍ନିଶ ପାଲ ।

ହେଲେ ପତ୍ରଲେଖା ଅଭିନୟ କରିବାକୁ ଇଛୁକ ଥିଲେ । ଏବଂ ଅଭିନେତ୍ରୀ ହେବାକୁ ନିଜର ଇଛା ପୂରଣ କରିବାକୁ ସେ ମୁମ୍ବାଇ ପଳାଇଆସିଥିଲେ । ସେ ନିଜେ ଏଫଟିଆଇଆଇରେ ନିଜର ନାଁ ଲେଖାଇଥିଲେ । ଏହିପରି ଭାବେ ଆରମ୍ଭ ହୋଇଥିଲା ତାଙ୍କ ଫିଲ୍ମ କ୍ୟାରିୟର । ମୁମ୍ବାଇ ଆସି ପତ୍ରଲେଖା ନିଜ କ୍ୟାରିୟରର ଆରମ୍ଭ ହସଁଲ ମେହେଟ୍ଟାଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ ‘ସିଟି ଲାଇଟ୍ସ’ରେ କରିଥିଲେ । ଯେଉଁଥିରେ ରାଜକୁମାର ରାଓ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ରାଜକୁମାର ଓ ପତ୍ରଲେଖା ୨୦୧୦ରେ ରିଲେସନସିପରେ ରହିଆସୁଛନ୍ତି । ରାଜକୁମାର ପ୍ରଥମ ଥର ପତ୍ରଲେଖାଙ୍କୁ ଏକ ବିଜ୍ଞାପନରେ ଦେଖିଥିଲେ । ତାଙ୍କୁ ଦେଖିବା ପରେ ରାଜକୁମାର ତାଙ୍କୁ ଗୋଟେ ଦିନ ଭେଟିବା ପାଇଁ ଚିନ୍ତା କରିଥିଲେ । ସେହିପରି ପତ୍ରଲେଖା ରାଜକୁମାରଙ୍କୁ ‘ଲଭ ସେକ୍ସ ଓର ଧୋକା’ଫିଲ୍ମରେ ଦେଖିଥିଲେ । ତେବେ ଉଭୟଙ୍କ ମଧ୍ୟରେ ସାକ୍ଷାତ ପରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଏବଂ ପାଖାପାଖି ୧୧ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଭଲ ପାଇବା କେବେ କମ ହୋଇନଥିଲା । ଶେଷରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏବଂ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

Leave A Reply

Your email address will not be published.