ପ୍ରମୁଖ ଖବର

କର୍ଣ୍ଣାଟକରେ ଓଡ଼ିଆ ଯୁବକଙ୍କୁ ହତ୍ୟା ଘଟଣାରେ ଗାଁକୁ ଆସିଲା ବିଭାଷଙ୍କ ପାର୍ଥିବ ଶରୀର
ଭାରତ-ନ୍ୟୁଜିଲାଣ୍ଡ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ବାଜି ମାରି ନେଇଛି ଭାରତ
ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ
ଜୟା ହୋଟେଲ ପରିସରରେ ୧୬୩ ଲାଗୁ
ତୀର୍ଥଯାତ୍ରୀଙ୍କୁ ନେଇ ବ୍ରହ୍ମପୁରରୁ ଅଯୋଧ୍ୟା-ବାରଣାସୀକୁ ଗଡିଲା ସ୍ୱତନ୍ତ୍ର ଟ୍ରେନ

ଆସିବନି କରୋନାର ତୃତୀୟ ଲହର!

0

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । କରୋନାର ଦ୍ୱିତୀୟ ଲହର ପରେ ତୃତୀୟ ଲହର ଆସିବା ନେଇ ଅନେକ ବିଶେଷଜ୍ଞ ଆକଳନ କରିଛନ୍ତି । ଅକ୍ଟୋବରରୁ ନଭେମ୍ବର ଭିତରେ ତୃତୀୟ ଲହର ଆସିବାର ସମ୍ଭାବନା ଥିବା ମଧ୍ୟ ବିଶେଷଜ୍ଞ କହିଥିଲେ । କିନ୍ତୁ ଦେଶରେ ଏବେ କରୋନା ସ୍ଥିତିରେ ସୁଧାର ଆସୁଛି । ପ୍ରତିଦିନ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୮୭ ଦିନ ପରେ ସୋମବାର ଦେଶରେ ସବୁଠୁ କମ କରୋନା ମାମଲା ସାମାନାକୁ ଆସିଥିଲା । ଯାହାକି ଭଲ ସଂକେତ ।

ମଙ୍ଗଳବାର ସକାଳୁ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କରୋନା ମାମଲାର ନୂଆ ଅପଡେଟ ଦିଆଯାଇଛି । ଗତ ୨୪ ଘଂଟାରେ ୮ ହଜାର ୮୬୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୯୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ସେହିପରି ୧୧ ହଜାର ୯୭୧ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ୩୦୩କୁ ଖସିଛି । କରୋନା ମହାମାରୀ ଆରମ୍ଭରୁ ନେଇକି ଏବେ ଯାଏଁ ମୋଟ ଦେଶରେ ୪୪ ଲକ୍ଷ ୫୬ ହଜାର ଲୋକ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ୪ ଲକ୍ଷ ୬୩ ହଜାର ୮୫୨ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଆଶ୍ୱସ୍ତିର କଥା ହେଉଛି ଯେ, ଏଯାଏଁ ୩ କୋଟି ୩୮ ଲକ୍ଷ ୬୧ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ୧.୫ ଲକ୍ଷକୁ ଖସିଆସିଛି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି ଯେ, ନଭେମ୍ବର ୧୬ ପର୍ଯ୍ୟନ୍ତ ସାରା ଦେଶରେ ୧୧୨ କୋଟି ୯୭ ଲକ୍ଷ ୮୪ ହଜାର ଡୋଜ କରୋନା ଟିକା ଦିଆଯାଇଛି । ଶେଷ ଦିନରେ ୫୯.୭୫ ଲକ୍ଷ ଟିକା ଦିଆଯାଇଥିଲା । ଏଥିସହିତ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ଅନୁଯାୟୀ,ଏଯାଏଁ ୬୨ .୫୭ କୋଟି କରୋନା ପରୀକ୍ଷା କରାଯାଇଛି । ଶେଷ ଦିନରେ ପ୍ରାୟ ୧୧.୦୭ ଲକ୍ଷ କରୋନା ପରୀକ୍ଷା କରାଯାଇଥିଲା, ଯାହାର ପଜିଟିଭିଟି ରେଟ ୨ ପ୍ରତିଶତରୁ କମ ଅଟେ । ଦେଶରେ କରୋନା ମୃତ୍ୟୁହାର ୧.୩୫ ପ୍ରତିଶତ ଥିବା ବେଳେ ସୁସ୍ଥତା ହାର ୯୮.୨୭ ରହିଛି । ସକ୍ରିୟ ମାମଲା ଗୁଡିକ ହେଉଛି ୦.୩୮ ପ୍ରତିଶତ ।

କରୋନା ସକ୍ରିୟ ମାମଲା ଦୃଷ୍ଟିରୁ ଭାରତ ଏବେ ବିଶ୍ୱରେ ୧୮ ତମ ସ୍ଥାନରେ ରହିଛି । ସଂକ୍ରମିତଙ୍କ ମୋଟ ସଂଖ୍ୟା ଅନୁଯାୟୀ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା,ବ୍ରାଜିଲ ପରେ ଭାରତର ମୃତ୍ୟୁ ସଂଖ୍ୟା ଅଧିକ ରହିଛି । ତେବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ମଧ୍ୟ ୟୁରୋପୀୟ ଦେଶ ମାନଙ୍କରେ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ଏବେ ବି ବିପଦ ଟଳିନି । ଯଦି ସମସ୍ତେ କରୋନା ଗାଇଡଲାଇନ ମାନି ସତର୍କ ହୋଇ ରହିବେ ତାହେଲେ କରୋନା କବଳରୁ ମୁକୁଳିପାରିବା ।

Leave A Reply

Your email address will not be published.