ପ୍ରମୁଖ ଖବର

ୟୁଜିସି-ନେଟ୍ ପରୀକ୍ଷା ତାରିଖରେ ପରିବର୍ତ୍ତନ: ଏବେ ୟୁଜିସି-ନେଟ୍ ପରୀକ୍ଷା ଜୁନ୍ ୧୬ ରବିବାର ପରିବର୍ତ୍ତେ ଜୁନ ୧୮ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ
ୟୁଜିସି ମୁଖ୍ୟ ଜଗଦୀଶ କୁମାର ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ରେ ଏ ନେଇ ସୂଚନା ଦେଇଛନ୍ତି
ଇସ୍ତଫା ଦେବା ଖବରକୁ ନୀତେଶ ଗଙ୍ଗଦେବଙ୍କ ଖଣ୍ଡନ, ଫେସବୁକ୍ ଆଇଡି ହ୍ୟାକ୍ ହେଇଥିବା ନେଇ ଦେଲେ ସୂଚନା
୧୦% କର୍ମଚାରୀଙ୍କୁ ଛଟେଇ କରିବ ଓଲା, ଇସ୍ତଫା ଦେଲେ ସିଇଓ ହେମନ୍ତ ବକ୍ସି
ଆସନ୍ତାକାଲି ହିଞ୍ଜିଳି ଏବଂ ଆସନ୍ତା ୨ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
୪୪.୮ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର, ଆହୁରି ୪ରୁ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ଲହରୀ

ସୋସିଆଲ ମିଡିଆକୁ କମ୍‌ବ୍ୟାକ୍ କଲେ ଅନନ୍ୟା

0

ମୁମ୍ବାଇ: ଆର୍ୟନ ଖାନ୍ ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଲିଙ୍କ ନେଇ ଜଣାପଡିବା ପରେ ବଢିଥିଲା ଅନନ୍ୟାଙ୍କ ଅଡୁଆ। ପଚରାଉଚରା କରିବାକୁ ଡାକିଥିଲା ଏନସିବି। ଏହା ପରେ ଅନନ୍ୟାଙ୍କୁ ଏନସିବି ଅଫିସ ବାହାରେ ଦେଖିବାକୁ ମିଳିଥିଲା। ହେଲେ ଏହି ଘଟଣା ପରେ ସୋସିଆଲ ମିଡିଆରୁ ଦୂରେଇ ଯାଇଥିଲେ ଅନନ୍ୟା। ଏବେ ବହୁତ ଦିନ ପରେ ପୁଣି ସେ ସୋସିଆଲ ମିଡିଆକୁ ଫେରିଛନ୍ତି। ଇନ୍ଦ୍ରଧନୁର ଏକ ଭିଡିଓ ଫ୍ୟାନ୍ସଙ୍କ ସହିତ ସେ ସେୟାର କରିଛନ୍ତି।

ଅନନ୍ୟା ପାଣ୍ଡେ ଇନଷ୍ଟାଗ୍ରାମରେ କାରରେ ବସି ଏକ ଇନ୍ଦ୍ରଧନୁର ଭିଡିଓ ସେୟାର କରି ଲେଖିଛନ୍ତି ଯେ, ଅଳ୍ପ ବର୍ଷା ବିନା ଆପଣ ଇନ୍ଦ୍ରଧନୁ ଦେଖିପାରିବେନି।ପୋଷ୍ଟରୁ ଲାଗୁଥିଲା ଯେ, ଅନନ୍ୟା କିଛି ଫିଲ୍ମର ସୁଟିଂ ପାଇଁ ବାହାରକୁ ଯାଇଛନ୍ତି। ଅନନ୍ୟାଙ୍କ ପୋଷ୍ଟ ଦେଖିବା ପରେ ଫ୍ୟାନ୍ସ ତାଙ୍କୁ ମିସ କରୁଥିବା ନେଇ କମେଂଟରେ ଲେଖିଛନ୍ତି। ଅନନ୍ୟାଙ୍କ ମା’ ମଧ୍ୟ ଏକ ହାର୍ଟ ଇମୋଜି ସହିତ କମେଂଟ ଦେଇଛନ୍ତି।

ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ସହିତ ଅନନ୍ୟାଙ୍କ ବିବାଦୀୟ ହ୍ୱାଟସ ଆପ ଚାଟ୍‌ ସାମନାକୁ ଆସିବା ପରେ ଏନସିବି ଅନନ୍ୟାଙ୍କୁ ପଚରାଉଚରା ପାଇଁ ଡାକିଥିଲା। ଏହା ସହିତ ଏନସିବିର କିଛି ଅଫିସର ମଧ୍ୟ ଅନନ୍ୟାଙ୍କ ଘରକୁ ଯାଇଥିଲେ। ପଚରାଉଚରାର ପ୍ରଥମ ଦିନ ଅନନ୍ୟାଙ୍କୁ ୪ ଘଂଟା ଧରି ଡ୍ରଗ୍ସ ଲିଙ୍କ ନେଇ ଜେରା କରାଯାଇଥିଲା। ଅନନ୍ୟାଙ୍କ ଲାପଟପ ଓ ସମସ୍ତ ସୋସିଆଲ ମିଡିଆ ଆକାଉଂଟ ମଧ୍ୟ ଯାଂଚ କରାଯାଇଥିଲା। ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ(ଏନସିବି) ରିପୋର୍ଟରେ ଏହା ସାମନାକୁ ଆସିଥିଲା ଯେ, ଆର୍ୟନ, ଅନନ୍ୟାଙ୍କୁ ଡ୍ରଗ୍ସ ଯୋଗାଡ଼ କରିବାକୁ କହିଛନ୍ତି। କିନ୍ତୁ ଅନନ୍ୟା ଜେରା ବେଳେ କହିଥିଲେ ଯେ, ଆର୍ୟନ ଏଭଳି ଥଟ୍ଟାରେ ତାଙ୍କୁ କହିଥିଲେ।

ତେବେ ଡ୍ରଗ୍ସ ଲିଙ୍କ ନେଇ ଏନସିବି ଅନନ୍ୟାଙ୍କୁ ଜେରା କରିଥିବା ବେଳେ ସେହି ସମୟରେ ଅନନ୍ୟାଙ୍କ ବୟଫ୍ରେଣ୍ଡ ଇଶାନ୍ ଖଟ୍ଟର ତାଙ୍କୁ ବହୁ ସର୍ପୋଟ କରିଥିଲେ। ଦୁଇ ଜଣଙ୍କ ସମ୍ପର୍କକୁ ନେଇ ବହୁ ଚର୍ଚ୍ଚା ହେଉଥିବା ବେଳେ ଉଭୟ ଏନେଇ କିଛି ସ୍ପଷ୍ଟ କରିନାହାଁନ୍ତି। ଅନନ୍ୟା ଏବେ ପୁରୀ ଜଗତଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ଲାଇଗର ସୁଟିଂରେ ବ୍ୟସ୍ତ ଅଛନ୍ତି।

Leave A Reply

Your email address will not be published.