ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଦିଲ୍ଲୀରେ ସ୍କୁଲ, କଲେଜ ବନ୍ଦ

0

ଦିଲ୍ଲୀରେ ସୀମା ଟପିଲାଣି ପ୍ରଦୂଷଣ । ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବେ ବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ ସମସ୍ତ ସ୍କୁଲ,କଲେଜ ବନ୍ଦ ନେଇ ଘୋଷଣା କରାଯାଇଛି । ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ ରହିବ । ଛାତ୍ରଛାତ୍ରୀଙ୍କ ପୁଣି ଥରେ ଅନଲାଇନ କ୍ଲାସ ଆରମ୍ଭ ହେବ । କରୋନା ସଂକ୍ରମଣ ହ୍ରାସ ପାଇବା ପରେ ସ୍କୁଲ ,କଲେଜ ଖୋଲିଥିଲା । କିନ୍ତୁ ପ୍ରଦୂଷଣ ଯୋଗୁଁ ଏବେ ପୁଣି ଥରେ ପାଠପଢା ବନ୍ଦ କରିବାକୁ ପଡିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି କରାଯାଇଛି । ଏପରିକି ପଡୋଶୀ ସହରରେ ବି ଏହି ନିର୍ଦ୍ଦେଶ ଲାଗୁ ହେବ ।

ସେହିପରି ନଭେମ୍ବର ୨୧ ଯାଏଁ ଟ୍ରକ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି ।୫୦ ପ୍ରତିଶତ ଲୋକରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୦ ଏବଂ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । ଏପଟେ ଦିଲ୍ଲୀ ଓ ଏହାର ଆଖାପାଖ ଅ ଳରେ ଲଗାତର ବଢୁଥିବା ପ୍ରଦୂଷଣକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଅଛି । ଶୁଣାଣି ସକାଳ ପ୍ରାୟ ସାଢେ ୧୦ଟା ପାଖାପାଖି ହେବ । ଏହା ପୂର୍ବରୁ କେନ୍ଦ୍ର ଓ ରାଜ୍ୟକୁ ଚେତାବନୀ ଦେବା ସହ ପ୍ରଦୂଷଣ କମ କରିବା ନେଇ ତୁରନ୍ତ ପଦକ୍ଷେପ ନେବାକୁ କୋର୍ଟ କହିଥିଲେ ।

ଏପଟେ, ବାୟୁ ଗୁଣବତ୍ତା ପରିଚାଳନା ଆୟୋଗର ଭର୍ଚୁଆଲ ବୈଠକରେ କେନ୍ଦ୍ର ସରକାରଙ୍କ ପରିବେଶ ମନ୍ତ୍ରାଳୟର ସଚିବ ଆର.ପି ଗୁପ୍ତା, ଆୟୋଗର ଅଧ୍ୟକ୍ଷ ଏମ.ଏମ କୁଟି, ହରିୟାଣାର ମୁଖ୍ୟ ଶାସନ ସଚିବ, ଡିଜିପି ପ୍ରଶାନ୍ତ ଅଗ୍ରୱାଲ, ରାଜସ୍ଥାନର ମୁଖ୍ୟ ସଚିବ,ଦିଲ୍ଲୀ ସରକାରଙ୍କ ପିଡବ୍ଲୁଡ଼ି,ୟୁଡି, ପରିବହନ ଓ ଶିଳ୍ପ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଶିଳ୍ପ ପ୍ରଦୂଷଣ, ଯାନାବାହାନ ପ୍ରଦୂଷଣ, ନିର୍ମାଣ କାର୍ଯ୍ୟ ଯୋଗୁ ପ୍ରଦୂଷଣ ଓ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ନିର୍ଗତ ଧୂଆଁ ଉପରେ ଆଲୋଚନା ହୋଇଥିଲା । ଏହା ସହିତ ବୈଠକରେ ଜାରି କରାଯାଇଥିବା ଗାଇଡଲାଇନ କଡ଼ାକଡି ଭାବେ ପାଳନ ହେଉଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା ।

ଦିଲ୍ଲୀରେ ମଙ୍ଗଳବାର ବାୟୁର ଗୁଣବତ୍ତା ର(ଏକ୍ୟୁଆଇ)୩୯୬ ରହିଥିଲା । ଲଗାତର ତୃତୀୟ ଦିନ ପାଇଁ ବାୟୁ ଗୁଣବତ୍ତା ବହୁ ଖରାପ ସ୍ତରରେ ରହିଥିବା ରେକର୍ଡ କରାଯାଇଥିଲା । ଏକ୍ୟୁଆଇ ସକାଳ ସମୟରେ ଗାଜିଆବାଦରେ ୩୪୯, ଗ୍ରେଟର ନୋଏଡାରେ ୩୫୯, ଗୁରଗାଓଁରେ ୩୬୩, ନୋଏଡାରେ ୩୮୨ ଥିଲା। ଦ୍ୱାରକା ସେକ୍ଟର ୮,ପଟପଡ଼ଗଞ୍ଜ,ଅଲିପୁର, ସାଦିପୁର, ପଞ୍ଜାବୀ ବାଗ ପରି କିଛି ସ୍ଥାନରେ ଏକ୍ୟୁଆଇ ୪୦୦ ଅତିକ୍ରମ କରିବା ସହିତ ଗୁରୁତର ବର୍ଗ ଥିଲା।

Leave A Reply

Your email address will not be published.