ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଗିରଫ ହେବେ କି ଏହି ଡ୍ୟାନ୍ସର ?

0

ମୁମ୍ବାଇ: ହରିୟାଣା ନୃତ୍ୟଶିଳ୍ପୀ ସପନା ଚୌଧୁରୀଙ୍କ ଅଡ଼ୁଆ ବଢିଲା। ସପନାଙ୍କ ବିରୋଧରେ ଗିରଫ ୱାରେଂଟ ଜାରି କରିଛନ୍ତି ଲକ୍ଷ୍ନୌ କୋର୍ଟ। ଏକ ଇଭେଣ୍ଟକୁ ବାତିଲ କରି ଟିକେଟ କିଣିଥିବା ଲୋକଙ୍କ ଟଙ୍କା ଫେରସ୍ତ ନକରିବା ନେଇ ସପନାଙ୍କ ବିରୋଧରେ ଅଭିଯୋଗ ରହିଛି। ଏବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କୋର୍ଟରେ ଆସନ୍ତା ୨୨ ତାରିଖରେ ହେବ।

ଅତରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଶାନ୍ତନୁ ତ୍ୟାଗି ସପନା ଚୌଧୁରୀଙ୍କ ବିରୋଧରେ ଗିରଫ ୱାରେ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ୧୪ ଅକ୍ଟୋବର, ୨୦୧୮ରେ ଆଶିୟାନା ପୁଲିସ ଷ୍ଟେସନରେ ଇନ୍ସପେକ୍ଟର ଫିରୋଜ ଖାନ ଏକ ମାମଲା ରୁଜୁ କରିଥିଲେ। ଏଥିରେ ସପନାଙ୍କ ସମେତ ଆୟୋଜକ ଜୁନୈଦ ଅହମ୍ମଦ, ନବୀନ ଶର୍ମା,ଇୱାଦ ଅଲି,ଅମିତ ପାଣ୍ଡେ ଏବଂ ରତ୍ନାକର ଉପାଧ୍ୟାୟଙ୍କ ନାଁ ବି ସାମିଲ ଥିଲା।

ପୁରା ମାମଲା ୩ ବର୍ଷ ପୂର୍ବର । ଅକ୍ଟୋବର ୧୩, ୨୦୧୮ରେ ଦିନ ୩ରୁ ରାତି ୧୦ ଯାଏଁ ସ୍ମୃତି ଉପବନରେ ସପନାଙ୍କ ଏକ କାର୍ଯ୍ୟକ୍ରମ ଥିଲା। ଯାହା ପାଇଁ ଅଫଲାଇନ ଓ ଅନଲାଇନରେ ଟିକେଟ ପିଛା ୩୦୦ ଟଙ୍କା ମୂଲ୍ୟରେ ଟିକେଟ ବିକ୍ରି କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଦେଖିବାକୁ ହଜାର ହଜାର ଲୋକ ଟିକେଟ କିଣି ଉପସ୍ଥିତ ଥିଲେ। କିନ୍ତୁ ସପନା ଚୌଧୁରୀ ରାତି ୧୦ଟା ଭିତରେ ପହଞ୍ଚିନଥିଲେ। ଯାହାକୁ ନେଇ ସେଠାରେ ହଙ୍ଗାମା ହୋଇଥିଲା। ଏହା ପରେ ଟିକେଟ ପଇସା ମଧ୍ୟ ଲୋକଙ୍କୁ ଫେରାଯାଇନଥିଲା। କୋର୍ଟ ସେପ୍ଟେମ୍ବର ୪, ୨୦୨୧ରେ ମାମଲାକୁ ଶେଷ କରିବାକୁ ଚାହୁଁଥିବା ସପନା ଚୌଧୁରୀଙ୍କ ଆବେଦନକୁ ଖାରଜ କରିଦେଇଥିଲେ ।

Leave A Reply

Your email address will not be published.