ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

ଆନ୍ଧ୍ରରେ ଭୀଷଣ ବନ୍ୟା; ୨୫ ମୃତ, ବହୁ ନିଖୋଜ

0

ହାଇଦ୍ରାବାଦ: ଆନ୍ଧ୍ରରେ ବନ୍ୟା ସ୍ଥିତି ଉଦବେଗଜନକ। ବର୍ଷା ଓ ବନ୍ୟାରେ ୨୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଏବେ ବି ନିଖୋଜ ଅଛନ୍ତି। ୧୭ଟି ଏନଡିଆରଏଫ ଓ ଏସଡିଆରଏଫ ରୟାଲସିମା ଅଂଚଳର ୩ଟି ବନ୍ୟା ପ୍ରଭାବିତ ଜିଲ୍ଲା ତଥା ଦକ୍ଷିଣ ଉପକୂଳ ଆନ୍ଧ୍ରର ଏସପିଏସ ନେଲୋରରେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏଯାଏ ଏନଡିଆରଏଫ ଓ ଅଗ୍ନିଶମ ବାହିନୀ ୬୪ ଜଣଙ୍କ ଜୀବନ ବଞ୍ଚାଇଛନ୍ତି।

ଚୌତ୍ତର,କଡ଼ପା, କୁରନୁଲ,ଅନନ୍ତପୁର ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି। ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନମୋହନ ରେଡ୍ଡୀ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲା ଗୁଡିକୁ ଆକାଶ ମାର୍ଗରୁ ବୁଲି ଦେଖିଛନ୍ତି। ଜିଲ୍ଲାର ମାଜିଷ୍ଟ୍ରେଟଙ୍କ ସହ କଥା ହୋଇ କ୍ଷୟକ୍ଷତିର ସମ୍ପର୍କରେ ପଚାରିବୁଝିଛନ୍ତି। ବନ୍ୟା ଜଳ କମିବା ମାତ୍ରେ ଫସଲ କ୍ଷୟକ୍ଷତିର ଆକଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ବନ୍ୟାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ଆନ୍ଧ୍ର ସରକାର।

ଏବେ ଯାଏ କଡ଼ପାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଅନନ୍ତପୁରମରେ ପ୍ରବଳ ବର୍ଷା ଯୋଗୁଁ ଘର ଭୁଶୁଡିପଡିବା ଫଳରେ ୩ ଶିଶୁଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରୁ ୨୦ ହଜାର ୯୨୩ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି।

ସେହିପରି ଶନିବାର ଓ ରବିବାର ଅତି କମରେ ୧୦ଟି ଏକ୍ସପ୍ରେସ ଟ୍ରେନ ବାତିଲ କରାଯାଇଛି। ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ୫ କୋଟିରୁ ଅଧିକ ଟଙ୍କାର ୧୫ ଶହ ୪୯ ଘର ନଷ୍ଟ ହୋଇଥିବା ବେଳେ ୪୮୮ ଘର ଜଳମଗ୍ନ ହୋଇ ରହିଛି। ଶନିବାର ବର୍ଷା ଟିକେ କମ ହୋଇଥିଲା, କିନ୍ତୁ ଭୂସ୍ଖଳନ ହେତୁ ଅନେକ ବସ୍ତି ଜଳରେ ବୁଡିରହିଛି। ତିରୁପତି ସହରର ଅବସ୍ଥାରେ ଏବେ ବି ସଂଗୀନ ରହିଛି।

ସହରର ଅନେକ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି। ତିରୁପତି ତିରୁମାଲା ଦେବସ୍ଥାନମରେ ଯାନବାହାନ ଚଳାଚଳ ପାଇଁ ମୁଖ୍ୟ ରାସ୍ତା ଖୋଲି ଦିଆଯାଇଛି।
ହେଲେ ବର୍ଷା ଯୋଗୁଁ ତୀର୍ଥଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ଅନଲାଇନ ଟିକେଟ କରିଥିବା ଶ୍ରଦ୍ଧାଳୁଙ୍କ ଭଗବାନ ଭେଙ୍କେଟେଶ୍ୱରଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଉଛି।

Leave A Reply

Your email address will not be published.