ପ୍ରମୁଖ ଖବର

ଭାରତୀୟ ଷ୍ଟକବଜାରରେ ଉତ୍ସାହ ଫେରିଲା, ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି
ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ
ଲଖନପୁର ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ଆତ୍ମୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି
ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ମଣିପୁରରେ ଗୁଳିମାଡ, ସିଆରପିଏଫ୍ ଯବାନ ଆହତ
ଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି,ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵରର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି
ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା
ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଶବ, କର୍ପୋରେଟ୍‌ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ
ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ, ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ଥିବା ଜଣାପଡିଛି

ଆଜି ସନ୍ଧ୍ୟାରେ ନୂଆ ମନ୍ତ୍ରିମଣ୍ଡଳ!

0

ଜୟପୁର: ରାଜସ୍ଥାନ ରାଜନୀତିରେ ହଲଚଲ। ଆଜି ସନ୍ଧ୍ୟାରେ ନୂଆ ମନ୍ତ୍ରିମଣ୍ଡଳ ତାଲିକା ଘୋଷଣା ହେବ। ତୁରନ୍ତ ଶପଥ ନେଇପାରନ୍ତି ନୂଆ ମନ୍ତ୍ରୀ।ସୂଚନା ଅନୁସାରେ, ନୂଆ ମନ୍ତ୍ରିମଣ୍ଡଳରେ ୧୧ କ୍ୟାବିନେଟ ଓ ୪ ରାଜ୍ୟ ଶପଥ ନେଇପାରନ୍ତି। ଆଜି ଅପରାହ୍ନରେ କଂଗ୍ରେସ କାର୍ଯ୍ୟାଳୟରେ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ବୈଠକ ପରେ ମନ୍ତ୍ରୀ ମାନେ ଶପଥ ନେବେ।

ଶନିବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାସଭବନରେ ବୈଠକ ପରେ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିଲେ। ଗତକାଲି ସକାଳେ ୩ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ସନ୍ଧ୍ୟାରେ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିଲେ। କୁହାଯାଉଛି ଯେ, ଗେହଲଟଙ୍କ କ୍ୟାବିନେଟରେ ୮ ଜଣ ନୂଆ ମନ୍ତ୍ରୀ ହେବେ। ୩ ଜଣ ରାଜ୍ୟ ମନ୍ତ୍ରୀଙ୍କ ପଦୋନ୍ନତି କରାଯିବ ଏବଂ ୪ ନୂଆ ରାଜ୍ୟ ମନ୍ତ୍ରୀ ହେବେ। ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜସ୍ଥାନରେ ନୂଆ ମନ୍ତ୍ରିମଣ୍ଡଳ ଗଠନ କରାଯାଉଛି ବୋଲି କୁହାଯାଉଛି।

କଂଗ୍ରେସ ରାଜସ୍ଥାନରେ ପଞ୍ଜାବ ଫର୍ମୁଲା ଆପଣାଇବ ବୋଲି କୁହାଯାଉଛି। ଦୀର୍ଘଦିନ ହେବ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ନୂଆ ମନ୍ତ୍ରିମଣ୍ଡଳ ବିଭାଗକୁ ନେଇ ମଧ୍ୟ ବିବାଦ ଥିଲା। ନିକଟରେ ଗେହଲଟ ଦିଲ୍ଲୀ ଯାଇ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ। ପାଇଲଟ କଂଗ୍ରେସର ଶୀର୍ଷ ନେତାଙ୍କୁ ଭେଟିଥିଲେ । ଏହା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ ବୋଲି ସୂଚନା ମିଳିଥିଲା । ତେଣୁ ଗେହଲଟ ଯଦି ମୁଖ୍ୟମନ୍ତ୍ରୀ ରହୁଛନ୍ତି ତାହେଲେ ପାଇଲଟ ସମର୍ଥକ ବିଧାୟକ କେଉଁ କେଉଁ ବିଭାଗର ମନ୍ତ୍ରୀ ହେବେ ତା ଉପରେ ସମସ୍ତଙ୍କ ନଜର। ରାଜ୍ୟର ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ ନେତୃତ୍ୱକୁ ନେଇ କନ୍ଦଳ ରହିଛି । ଏହାର ସମାଧାନ କରିବାକୁ ଯାଇ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ନିଷ୍ପତ୍ତି କ୍ରମେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେଉଛି।

Leave A Reply

Your email address will not be published.