ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

କେନ୍ଦ୍ର ଉପରେ ବର୍ଷିଲା ବିଜେଡି

0

ଭୁବନେଶ୍ବର: ଗ୍ୟାସ ଦର ବୃଦ୍ଧି ବିରୋଧରେ ବିଜୁ ଜନତା ଦଳ ଆନ୍ଦୋଳନ ଚେତାବନୀ ଦେଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଏବଂ ଛାତ୍ର ବିଜେଡି ସଭାପତି ଦେବୀରଂଜନ ତ୍ରିପାଠୀ କେନ୍ଦ୍ର ସରକାରଙ୍କ ବିରୋଧରେ ଅସନ୍ତୋଷ ଝାଡ଼ିଛନ୍ତି। ବିଜେଡି କହିଛି, ଉଜ୍ଜ୍ବଳା ଯୋଜନା କରି କେନ୍ଦ୍ର ସରକାର ଲୋକଙ୍କୁ ଠକିଛନ୍ତି। ମାତ୍ର ୨୦ ପ୍ରତିଶତ ଗ୍ୟାସ ବ୍ୟବହାର ବଢିଛି। ଅଥଚ ମହିଳା ରିଫିଲ୍ ନ କରିପାରି ସମସ୍ୟା ଭୋଗୁଛନ୍ତି। ଏ ସଂକ୍ରାନ୍ତରେ ସିଏଜି ଓ ଜାତୀୟ ସ୍ବାସ୍ଥ୍ଯ ସର୍ଭେ ଭଳି ଏକାଧିକ ରିପୋର୍ଟରେ ବିସ୍ତୃତ ତଥ୍ୟ ରହିଛି। କେବଳ ସେତିକି ନୁହେଁ, ୨୦୧୪ରୁ ୨୦୨୧ ମଧ୍ୟରେ ଏଲପିଜି ଦର ୭୦ ପ୍ରତିଶତ ବୃଦ୍ଧିପାଇଛି। କେନ୍ଦ୍ର ସରକାର ଲୋକମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ପାଳନ କରିନାହାନ୍ତି। କେବଳ ସେତିକି ନୁହେଁ, ଗ୍ୟାସ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ଅତିଷ୍ଠ କଲାଣି। ସବୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ବି ବଢିଚାଲିଛି।

ବିଜେଡି କହିଛି, ଗ୍ୟାସ ଦର ନ କମିଲେ ପୁରପଲ୍ଲୀରେ ଆନ୍ଦୋଳନ ହେବ। ୨୨ ତାରିଖରେ କଟକ ଆରଡିସିଙ୍କ କାର୍ଯ୍ୟାଳୟ ସାମ୍ନାରେ ୨୩ ତାରିଖରେ ସମ୍ବଲପୁର ଏବଂ ୨୪ ତାରିଖରେ ବ୍ରହ୍ମପୁର ଆରଡିସିଙ୍କ ସାମ୍ନାରେ ଦଳ ବିକ୍ଷୋଭ କରିବ। ତଥାପି ଯଦି କେନ୍ଦ୍ର ସରକାର ନ ଚେତନ୍ତି, ତେବେ ପ୍ରତି ଲୋକଙ୍କ ପାଖକୁ ଏହି ପ୍ରସଙ୍ଗ ନେବ ବିଜେଡି ଓ ଆନ୍ଦୋଳନକୁ ତୀବ୍ରତର କରିବ।

Leave A Reply

Your email address will not be published.