ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ମନ୍ତ୍ରିମଣ୍ଡଳ ପୂର୍ବରୁ ପାଇଲଟଙ୍କ ବଡ ବୟାନ

0

ଜୟପୁର: ରାଜସ୍ଥାନ ମନ୍ତ୍ରିମଣ୍ଡଳ ପୁର୍ନଗଠନ ପୂର୍ବରୁ କଂଗ୍ରେସ ନେତା ସଚିବ ପାଇଲଟଙ୍କର ଏବ ବଡ ମନ୍ତବ୍ୟ ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିବାର ବର୍ଷକ ପରେ ଆଜି ସକାଳେ ସେ କହିଛନ୍ତି ଯେ ଆମେ କୌଣସି ନୀତି ଉପରେ ମନ୍ତବ୍ୟ ଦେଉଛୁ। ସମସ୍ତଙ୍କ ମତ ଗୁରୁତ୍ବପୂର୍ଣ୍ଣ ଅଟେ। ମୁଁ ଖୁସି ଯେ ମୋର ଅସନ୍ତୋଷର ସମାଧାନ ପାଇଁ ଉଦ୍ୟମ ହୋଇଛି। ପରିବର୍ତ୍ତନ ନିରନ୍ତର ଅଟେ। କିନ୍ତୁ ଏହି ପଦକ୍ଷେପ ଲୋକଙ୍କୁ ଜାଗ୍ରତ କରିବାରେ ସାହାଯ୍ୟ କରିବ। ୨୦୨୩ ନିର୍ବାଚନରେ କଂଗ୍ରେସ ଜିତିବ ବୋଲି ସେ ଆଶା ବ୍ୟସ୍ତ କରିଛନ୍ତି।

ତାଙ୍କ ବିଶ୍ବସ୍ତ ନେତାଙ୍କୁ ମନ୍ତ୍ରୀ ପଦ ମିଳିବା ସଂପର୍କରେ ଦୃଷ୍ଟି ଆକର୍ଷଣ କରାଯିବାରେ ଶ୍ରୀ ପାଇଲଟ କହିଥିଲେ, ତୁମେମାନେ ଗଣମାଧ୍ୟମ ଏହାକୁ ଦୁଇ ଗୋଷ୍ଠୀ ମଧ୍ୟରେ ଯୁଦ୍ଧ ବା ବିବାଦ ଭାବେ ଚିତ୍ରଣ କରିଥାଅ। ଅସଲ ସତ୍ୟ ହେଲା, ଆମେ ସମସ୍ତେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କାର୍ଯ୍ୟ କରୁଛୁ।

Leave A Reply

Your email address will not be published.