ପ୍ରମୁଖ ଖବର

ଗୃହପାଳିତ ପୋଷା ପ୍ରାଣୀଙ୍କ ଯତ୍ନ ନିମନ୍ତେ ସୋଆ ଆଇଭିଏସ୍‌ଏଏଚ୍‌ରେ ଖୋଲିଲା ସ୍ପା ଏବଂ ଗ୍ରୁମିଂ ସେଂଟର
ପିପିଲି: ଅଟୋକୁ ଧକ୍କା ଦେଲା ବାଇକ: ଜଣେ ମୃତ, ୪ ଆହତ
ପୁରୀରେ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ
ବିହାର: ମାଲଗାଡ଼ି ଟ୍ରେନ ଲାଇନଚ୍ୟୁତ, ନଦୀକୁ ଖସିଲା ଅନେକ ବଗି

ମନ୍ତ୍ରିମଣ୍ଡଳ ପୂର୍ବରୁ ପାଇଲଟଙ୍କ ବଡ ବୟାନ

0

ଜୟପୁର: ରାଜସ୍ଥାନ ମନ୍ତ୍ରିମଣ୍ଡଳ ପୁର୍ନଗଠନ ପୂର୍ବରୁ କଂଗ୍ରେସ ନେତା ସଚିବ ପାଇଲଟଙ୍କର ଏବ ବଡ ମନ୍ତବ୍ୟ ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିବାର ବର୍ଷକ ପରେ ଆଜି ସକାଳେ ସେ କହିଛନ୍ତି ଯେ ଆମେ କୌଣସି ନୀତି ଉପରେ ମନ୍ତବ୍ୟ ଦେଉଛୁ। ସମସ୍ତଙ୍କ ମତ ଗୁରୁତ୍ବପୂର୍ଣ୍ଣ ଅଟେ। ମୁଁ ଖୁସି ଯେ ମୋର ଅସନ୍ତୋଷର ସମାଧାନ ପାଇଁ ଉଦ୍ୟମ ହୋଇଛି। ପରିବର୍ତ୍ତନ ନିରନ୍ତର ଅଟେ। କିନ୍ତୁ ଏହି ପଦକ୍ଷେପ ଲୋକଙ୍କୁ ଜାଗ୍ରତ କରିବାରେ ସାହାଯ୍ୟ କରିବ। ୨୦୨୩ ନିର୍ବାଚନରେ କଂଗ୍ରେସ ଜିତିବ ବୋଲି ସେ ଆଶା ବ୍ୟସ୍ତ କରିଛନ୍ତି।

ତାଙ୍କ ବିଶ୍ବସ୍ତ ନେତାଙ୍କୁ ମନ୍ତ୍ରୀ ପଦ ମିଳିବା ସଂପର୍କରେ ଦୃଷ୍ଟି ଆକର୍ଷଣ କରାଯିବାରେ ଶ୍ରୀ ପାଇଲଟ କହିଥିଲେ, ତୁମେମାନେ ଗଣମାଧ୍ୟମ ଏହାକୁ ଦୁଇ ଗୋଷ୍ଠୀ ମଧ୍ୟରେ ଯୁଦ୍ଧ ବା ବିବାଦ ଭାବେ ଚିତ୍ରଣ କରିଥାଅ। ଅସଲ ସତ୍ୟ ହେଲା, ଆମେ ସମସ୍ତେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କାର୍ଯ୍ୟ କରୁଛୁ।

Leave A Reply

Your email address will not be published.