ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଚର୍ଚ୍ଚାକୁ ଆସିଲା ଓଡ଼ିଆ ବୋହୁଙ୍କ ଓଡ଼ିଶା ପ୍ରୀତି

0

ଉଷା ପାଢୀଙ୍କୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସିନ୍ଧିଆଙ୍କ ପ୍ରଶଂସା

ଉଷା ଏବେ ଏହି ମନ୍ତ୍ରାଳୟରେ ଯୁଗ୍ମ ସଚିବ ଅଛନ୍ତି, ଉଡ଼ାନ୍ ଦାୟିତ୍ବରେ ବି

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ସଫଳତା ପଛରେ ବି ରହିଛି ଉଷାଙ୍କ ହାତ

ଝାରସୁଗୁଡା ବିମାନବନ୍ଦର ହେଲା, ଉତକେଲା, ଜୟପୁର ପାଇଁ କେନ୍ଦ୍ରର ଆଗ୍ରହ

ଭୁବନେଶ୍ବର: ଓଡ଼ିଶା କ୍ୟାଡର ଆଇଏଏସ୍ ଉଷା ପାଢୀଙ୍କ ପାଇଁ ବିମାନ ବନ୍ଦର କ୍ଷେତ୍ରରେ ଓଡ଼ିଶାକୁ ଗୋଟିଏ ପରେ ଗୋଟିଏ ସଫଳତା ଏବେ ମିଳିବାରେ ଲାଗିଛି। ଏକଥା ଆମେ କହୁନାହୁଁ। କେନ୍ଦ୍ର ବେସମାରିକ ବିମାନ ଚଳାଚଳ ମନ୍ତ୍ରୀ ଝାରସୁଗୁଡାରେ ଉଡ଼ାଣ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେବା ଅବସରରେ ଶ୍ରୀମତୀ ପାଢୀଙ୍କୁ ପ୍ରଶଂସା କରିବା ସହିତ ଏଭଳି ସଙ୍କେତ ଦେଇଥିଲେ। ଆଉପାଦେ ଆଗକୁ ଯାଇ କହିଥିଲେ, ଝାରସୁଗୁଡାରେ ପ୍ରତିଷ୍ଠା ହୋଇଥିବା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ସଫଳତା ପାଇଛି। ଦେଶର ବଡ଼ ବଡ଼ ବିମାନବନ୍ଦର ଯେତେବେଳେ କ୍ଷତିରେ ଚାଲିଛି, ସେବେ ଏହା ଯାତ୍ରୀ ସେବାରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିଛନ୍ତି। ଶ୍ରୀମତୀ ପାଢ଼ୀ ଏ ଅଞ୍ଚଳର ବୋହୁ। ରାଜ୍ୟ ସରକାର ତୁରନ୍ତ ୧୮୦ ଏକର ଜମି ଦେଲେ ଦ୍ବିତୀୟ ପର୍ଯ୍ୟାୟ ବିକାଶ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।

କେବଳ ସେତିକି ନୁହେଁ, ରାଜ୍ୟ ସରକାର ଜୟପୁର ଓ ଉତ୍କେଲା ବିମାନବନ୍ଦର ପାଇଁ ଯେତେଶୀଘ ପ୍ରସ୍ତାବ ଦେବେ, ମନ୍ତ୍ରାଳୟ ସେତେଶୀଘ୍ର ଅନୁମତି ଦେବ ବୋଲି ସୂଚନା ଦେଇ ଶ୍ରୀ ସିନ୍ଧିଆ ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଅନୁମତି ଦିଆଯାଇଥିବା ସୂଚନା ଦେଇଥିଲେ। ରାଜ୍ୟ ସରକାର ବୈଷୟିକ ରିପୋର୍ଟ ଦେବା ପରେ ବିମାନବନ୍ଦର ବିକାଶ ଲାଗି ରାସ୍ତା ଖୋଲିଯିବ।

ଏଠାରେ ପ୍ରକାଶ ଥାଉକି, ଗତ ବର୍ଷ ଜାନୁଆରି ପହିଲାରେ ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ପରେ ପରେ କେନ୍ଦ୍ରୀୟ ଟିମ୍ ଆସି ଅନୁଧ୍ୟାନ କରି ତାଙ୍କ ରିପୋର୍ଟ ଦେଇସାରିଲେଣି। ଶ୍ରୀମତୀ ପାଢୀଙ୍କର ଏ କ୍ଷେତ୍ରରେ ଏକ ବଡ ଯୋଗଦାନ ରହିଥିବା ସେ ସମୟରେ ଚର୍ଚ୍ଚା ହୋଇଥିଲା। ଏବେ ସେ କେନ୍ଦ୍ର ସରକାର ବେସମାରିକ ବିମାନ ଚଳାଚଳ ବିଭାଗରେ ଯୁଗ୍ମ ସଚିବ ଅଛନ୍ତି ଏବଂ ପ୍ରଧାନମନ୍ତ୍ରୀ ତାଙ୍କର ଶ୍ରେଷ୍ଠ କାର୍ଯ୍ୟକ୍ରମ ଉଡ଼ାନ୍ ଦାୟିତ୍ବ ଉଷାଙ୍କୁ ଦେଇଛନ୍ତି।

ଏଠାରେ ଉଲ୍ଲେଖଥାଉକି, ଶ୍ରୀମତୀ ପାଢୀଙ୍କ ସ୍ବାମୀ ଆଇଏଏସ୍ ଅଫିସର ଡ. ଅରବିନ୍ଦ ପାଢୀଙ୍କ ସଫଳତା ତାଲିକା ବି ବେଶ୍ ଲମ୍ବା। ଜିଲ୍ଲାପାଳ ସମୟରୁ ଉଭୟ ଓଡ଼ିଶାବାସୀଙ୍କ ମନ ଜିଣିଛନ୍ତି ଓ ଚର୍ଚ୍ଚାରେ ଅଛନ୍ତି। ଡ. ପାଢୀ ବି ଏବେ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ଅଛନ୍ତି।

Leave A Reply

Your email address will not be published.