ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ବଦଳିବ ଯମୁନା ଏକ୍ସପ୍ରେସ ୱେ ର ନାଁ

0

ବଦିଳିବ ଯମୁନା ଏକ୍ସପ୍ରେସର ନାଁ । ଉତ୍ତର ପ୍ରଦେଶର ଯୋଗୀ ସରକାର ଯମୁନା ଏକ୍ସପ୍ରେସର ନାଁ ବଦଳାଇବାକୁ ବିଚାର କରୁଛନ୍ତି । ସୂଚନା ରହିଛି ଯେ, ଯମୁନା ଏକ୍ସପ୍ରେସକୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ରଖାଯିବ। କୁହାଯାଉଛି ଯେ,ଜେୱର ବିମାନବନ୍ଦର ପାଇଁ ଭୂମି ପୂଜନ ବେଳେ ଏହା ଘୋଷଣା ହୋଇପାରେ ।

ନଭେମ୍ବର ୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜେୱର ଆସୁଛନ୍ତି । ମୋଦୀ ଏଠାରେ ଦେଶର ସବୁଠୁ ବଡ଼ ବିମାନବନ୍ଦରର ଭୂମି ପୂଜନ କରିବେ ଏବଂ ଏକ ବଡ଼ ରାଲିକୁ ସମ୍ବୋଧିତ କରିବେ । ଏହି ରାଲି ସମୟରେ ହିଁ ମୋଦୀ ଯମୁନା ଏକ୍ସପ୍ରେସର ନୂଆ ନାଁ ଘୋଷଣା କରିପାରନ୍ତି । ଯମୁନା ଏକ୍ସପ୍ରେସର ନାଁ ପରିବର୍ତ୍ତନ କରାଯାଇ ଅଟଳ ବିହାରୀ ବାଜପେୟୀ ଏକ୍ସପ୍ରେସ ଦିଆଯିବ ।

ବିଜେପିର ଜଣେ ବରିଷ୍ଠ ନେତା ଏହି ସୂଚନା ଦେଇଛନ୍ତି । କୁହାଯାଉଛି ଯେ, ଏହି ନିଷ୍ପତ୍ତି ଏଥିପାଇଁ ନିଆଯାଉଛି, ଯାହାଦ୍ୱାରା ଭାରତର ସବୁଠୁ ମହାନ ଓ ଲୋକପ୍ରିୟ ନେତାଙ୍କୁ ଉଚିତ ସମ୍ମାନ ଦିଆଯାଇପାରିବ । ସାରା ଦେଶବାସୀ ତାଙ୍କୁ ପସନ୍ଦ କରନ୍ତି । ତେଣୁ ଆଗାମୀ ପିଢିକୁ ତାଙ୍କର ମହାନତା ବିଷୟରେ ଜଣାଇବାକୁ ଯମୁନା ଏକ୍ସପ୍ରେସ ୱେକୁ ତାଙ୍କ ନାଁରେ ନାମିତ କରାଯିବ ।

ଅନ୍ୟପଟେ ବିରୋଧୀ ଏହାକୁ ବିଜେପିର ରାଜନୀତି ରଣନୀତି ବୋଲି କହିବା ଆରମ୍ଭ କଲେଣି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପାଖେଇ ଆସୁଛି । ବ୍ରାହ୍ମଣ ସମାଜ ଉପରେ ଆଖି ରହିଛି । ତେଣ ସେମାନଙ୍କୁ ଖୁସି କରିବାକୁ ଯାଇ ଯୋଗୀ ସରକାର ନାଁ ବଦଳାଇବାକୁ ଢାଲ କରୁଛନ୍ତି ବୋଲି ବିରୋଧୀ କହିଛନ୍ତି

Leave A Reply

Your email address will not be published.