ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ବଦଳିବ ଯମୁନା ଏକ୍ସପ୍ରେସ ୱେ ର ନାଁ

0

ବଦିଳିବ ଯମୁନା ଏକ୍ସପ୍ରେସର ନାଁ । ଉତ୍ତର ପ୍ରଦେଶର ଯୋଗୀ ସରକାର ଯମୁନା ଏକ୍ସପ୍ରେସର ନାଁ ବଦଳାଇବାକୁ ବିଚାର କରୁଛନ୍ତି । ସୂଚନା ରହିଛି ଯେ, ଯମୁନା ଏକ୍ସପ୍ରେସକୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ରଖାଯିବ। କୁହାଯାଉଛି ଯେ,ଜେୱର ବିମାନବନ୍ଦର ପାଇଁ ଭୂମି ପୂଜନ ବେଳେ ଏହା ଘୋଷଣା ହୋଇପାରେ ।

ନଭେମ୍ବର ୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜେୱର ଆସୁଛନ୍ତି । ମୋଦୀ ଏଠାରେ ଦେଶର ସବୁଠୁ ବଡ଼ ବିମାନବନ୍ଦରର ଭୂମି ପୂଜନ କରିବେ ଏବଂ ଏକ ବଡ଼ ରାଲିକୁ ସମ୍ବୋଧିତ କରିବେ । ଏହି ରାଲି ସମୟରେ ହିଁ ମୋଦୀ ଯମୁନା ଏକ୍ସପ୍ରେସର ନୂଆ ନାଁ ଘୋଷଣା କରିପାରନ୍ତି । ଯମୁନା ଏକ୍ସପ୍ରେସର ନାଁ ପରିବର୍ତ୍ତନ କରାଯାଇ ଅଟଳ ବିହାରୀ ବାଜପେୟୀ ଏକ୍ସପ୍ରେସ ଦିଆଯିବ ।

ବିଜେପିର ଜଣେ ବରିଷ୍ଠ ନେତା ଏହି ସୂଚନା ଦେଇଛନ୍ତି । କୁହାଯାଉଛି ଯେ, ଏହି ନିଷ୍ପତ୍ତି ଏଥିପାଇଁ ନିଆଯାଉଛି, ଯାହାଦ୍ୱାରା ଭାରତର ସବୁଠୁ ମହାନ ଓ ଲୋକପ୍ରିୟ ନେତାଙ୍କୁ ଉଚିତ ସମ୍ମାନ ଦିଆଯାଇପାରିବ । ସାରା ଦେଶବାସୀ ତାଙ୍କୁ ପସନ୍ଦ କରନ୍ତି । ତେଣୁ ଆଗାମୀ ପିଢିକୁ ତାଙ୍କର ମହାନତା ବିଷୟରେ ଜଣାଇବାକୁ ଯମୁନା ଏକ୍ସପ୍ରେସ ୱେକୁ ତାଙ୍କ ନାଁରେ ନାମିତ କରାଯିବ ।

ଅନ୍ୟପଟେ ବିରୋଧୀ ଏହାକୁ ବିଜେପିର ରାଜନୀତି ରଣନୀତି ବୋଲି କହିବା ଆରମ୍ଭ କଲେଣି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପାଖେଇ ଆସୁଛି । ବ୍ରାହ୍ମଣ ସମାଜ ଉପରେ ଆଖି ରହିଛି । ତେଣ ସେମାନଙ୍କୁ ଖୁସି କରିବାକୁ ଯାଇ ଯୋଗୀ ସରକାର ନାଁ ବଦଳାଇବାକୁ ଢାଲ କରୁଛନ୍ତି ବୋଲି ବିରୋଧୀ କହିଛନ୍ତି

Leave A Reply

Your email address will not be published.