ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଆଷ୍ଟ୍ରଏଡ୍‌କୁ ଧକ୍କା ଦେବ ନାସାର ସ୍ପେସକ୍ରାଫ୍ଟ

0

ଆମେରିକା ନାସା ଓ ସ୍ପେସଏକ୍ସ ଆସନ୍ତାକାଲି ଅର୍ଥାତ ୨୪ ତାରିଖରେ ଏମିତି ଏକ ସ୍ପେସକ୍ରାଫ୍ଟ ଲଞ୍ଚ କରିବ ଯାହା ଆଷ୍ଟ୍ରଏଡ ଉପରେ ଆକ୍ରମଣ କରିବ। ଏହାର ଉଦ୍ଦେଶ୍ୟ କେବଳ ଏହା ଯେ, ଚନ୍ଦ୍ର ଉପରେ ଏହାର କିଛି ପ୍ରଭାବ ପଡୁଛି କି ନାହଁ ଜାଣିବା। ଫଳରେ ଭବିଷ୍ୟତରେ ଯଦି କୌଣସି ଗ୍ରହାଣୁ ପୃଥିବୀ ଆଡ଼କୁ ଆସିବାର ସମ୍ଭାବନା ରହୁଥାଏ, ତେବେ ଏହାକୁ ଏହି ସ୍ପେସକ୍ରାଫ୍ଟ ମାଧ୍ୟମରେ ଦିଗ ପରିବର୍ତ୍ତନ କରାଯାଇପାରିବ। ଏବଂ ପୃଥିବୀକୁ ଆଷ୍ଟ୍ରଏଡ ପଟୁ ଆସିବାକୁ ଥିବା ବିପଦକୁ ଏଡାଇ ଦିଆଯାଇପାରିବ।

ଆମେରିକାର ନାସା ଏକ ମହାକାଶଯାନ ସହିତ ଆଷ୍ଟ୍ରଏଡ ଉପରେ ଆକ୍ରମଣ କରିବାର ମିସନ ଘୋଷଣା କରିଛି । ଏହି ସ୍ପେସକ୍ରାଫ୍ଟ ଘଣ୍ଟା ପ୍ରତି ୨୪ ହଜାର ୧୪୦ କିଲୋମିଟର ବେଗରେ ଆଷ୍ଟ୍ରଏଡ଼କୁ ଧକ୍କା ଦେବ। ଯାହାଦ୍ୱାରା ଆଷ୍ଟ୍ରଏଡ଼ ଦିଗରେ ପରିବର୍ତ୍ତନକୁ ରେକର୍ଡ କରାଯାଇପାରିବ। ଏହା ସହିତ ଏହା ମଧ୍ୟ ଜଣାପଡିବ ଯେ, ଧକ୍କା ଦେବା ଦ୍ୱାରା ଆଷ୍ଟ୍ରଏଡ ଦିଗ ବଦଳାଉଛି କି ନାହିଁ। ଧକ୍କା ଦେବା ସମୟରେ ଆଷ୍ଟ୍ରଏଡ ବାୟୁମଣ୍ଡଳ, ଧାତୁ, ଧୂଳି, ମାଟି ଉପରେ ମଧ୍ୟ ଅଧ୍ୟୟନ କରାଯିବ।

ନାସାର ବୟାନ ଅନୁସାରେ, ଏହି ମିସନର ନାଁ ହେଉଛି ‘ ଡବଲ ଆଷ୍ଟ୍ରଏଡ ରିଡାଇରେକ୍ସନ ଟେଷ୍ଟ’। ଯେଉଁ କୌଶଳ ବ୍ୟବହାର କରି ଏହି କାର୍ଯ୍ୟ କରାଯିବ, ତାହାକୁ ‘କାଇନେଟିକ ଇମ୍ପାକ୍ଟର ଟେକନିକ’କୁହାଯାଉଛି। ଯେଉଁ ଆଷ୍ଟ୍ରଏଡ ଉପରେ ନାସା ସ୍ପେସକ୍ରାଫ୍ଟ ଜରିଆରେ ଆକ୍ରମଣ କରିବାକୁ ମିଶନ ଆରମ୍ଭ କରିବାକୁ ଯାଉଛି, ଏହାର ନାମ ରହିଛି ଡିଡିମୋସ। ଡିଡିମୋସ ଆଷ୍ଟ୍ରଏଡ଼ର ବ୍ୟାସ ୨୬୦୦ ଫୁଟ । ଏହାର ଚର୍ତୁଦ୍ଦିଗରେ ଏକ ଛୋଟ ଚନ୍ଦ୍ର ପରି ପଥର ମଧ୍ୟ ବୁଲୁଛି।ଏହାର ବ୍ୟାସ ୫୨୫ ଫୁଟ। ନାସା ଏହି ଛୋଟ ଚନ୍ଦ୍ରମା ପରି ପଥରକୁ ଟାର୍ଗେଟ କରିବ। ଯାହା ଡିଡିମୋସ ସହ ଧକ୍କା ହେବ। ଏହା ପରେ ଉଭୟର ଗତିର ପରିବର୍ତ୍ତନ ପୃଥିବୀର ଦୂରବୀକ୍ଷଣ ଯନ୍ତ୍ରରୁ ଅଧ୍ୟୟନ କରାଯିବ।


Leave A Reply

Your email address will not be published.