ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ମହାପ୍ରଭୁଙ୍କ ପାଇଁ ମହାଯୋଜନା

0

ଚମକିବ ଶ୍ରୀମନ୍ଦିର ପରିକ୍ରମା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଗଜପତି ମହାରାଜ ଏବଂ ମହାଯଜ୍ଞରେ ପୂର୍ଣ୍ଣାହୂତି ମଧ୍ୟ ଦେଇଛନ୍ତି । ପ୍ରକଳ୍ପର ଶିଳାନ୍ୟାସ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି , ଆଜିର ଦିନ ଓଡିଶା ପାଇଁ ଐତିହାସିକ ଦିନ । ସାରା ବିଶ୍ୱରେ ଜଗନ୍ନାଥପ୍ରେମୀଙ୍କ ପାଇଁ ଆଜିର ଦିନ ସ୍ମରଣୀୟ ।

ପ୍ରକଳ୍ପର ଶିଳାନ୍ୟାସ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାମର ତଦାରଖ କରିଛନ୍ତି । ବ୍ୟାଟେରୀ ଚାଳିତ ଗାଡିରେ ବସି ଶ୍ରୀମନ୍ଦିର ଚାରିପଟେ ପରିକ୍ରମା କରିଥିଲେ ନବୀନ ପଟ୍ଟନାୟକ । ପ୍ରକଳ୍ପର ଶିଳାନ୍ୟାସ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ପାଇଁ ଜମି ଦେଇଥିବା ୧୦ ଜଣ ବ୍ୟକ୍ତିଙ୍କୁ ସମ୍ମାନିତ କରିଥିଲେ । ଶିଳାନ୍ୟାସ ପରେ ପରିକ୍ରମା ମାର୍ଗ ନିର୍ମାଣ କାମ ଆରମ୍ଭ କରିବ ଟାଟା ପ୍ରକଳ୍ପ । ୧୮ ମାସ ମଧ୍ୟରେ କାମ ସାରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ୩୩୧ କୋଟି ୩୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଶ୍ରୀମନ୍ଦିର ଚାରିପାଖ ମେଘନାଦ ପାଚେରୀଠାରୁ ୭୫ ମିଟର ମଧ୍ୟରେ ପ୍ରତିଷ୍ଠା ହେବ ପରିକ୍ରମା ମାର୍ଗ ବା ଐତିହ୍ୟ କରିଡ଼ର ।

ଆସନ୍ତୁ ନଜର ପକାଇବା ପରିକ୍ରମା ମାର୍ଗର କଣ ରହିବ?
() ଶ୍ରୀମନ୍ଦିର ଚାରିପଟେ ସୁରକ୍ଷା କରିଡର
() ସବୁଜ ବଳୟ ଓ ସୌନ୍ଦର୍ଯ୍ୟକରଣ
() ଭକ୍ତଙ୍କ ପାଇଁ ଅନ୍ତଃ ଓ ବାହ୍ୟ ପ୍ରଦିକ୍ଷଣ ପଥ
() ଭକ୍ତଙ୍କ ପାଇଁ ପଶ୍ଚିମ ଓ ଦକ୍ଷିଣ ପାଶ୍ୱର୍ରେ ଆଶ୍ରୟସ୍ଥଳୀ
() ଭଜନ ମଣ୍ଡପ , ଜିନିଷ ରଖିବା ଘର
() ପୁରୁଷ ଓ ମହିଳା ପାଇଁ ପୃଥକ ଶୌଚାଳୟ
() ପ୍ରାଥମିକ ଚିକିତ୍ସା କେନ୍ଦ୍ର, ପାନୀୟ ଜଳଯୋଗାଣ ବ୍ୟବସ୍ଥା
() ସମସ୍ତ ଦ୍ୱାରରେ ସୂଚନା ଓ ଦାନ କେନ୍ଦ୍ର
() ପଶ୍ଚିମ ଓ ଦକ୍ଷିଣ ପାଶ୍ୱର୍ରେ ଆଶ୍ରୟସ୍ଥଳୀ
() ମଠ ଓ ମନ୍ଦିର ଗୁଡିକର ପୁନଃବିକାଶ
() ଅଭ୍ୟର୍ଥନା ପ୍ରକୋଷ୍ଠ, ସୂଚନା କେନ୍ଦ୍ର ଓ ଏଟିଏମ କେନ୍ଦ୍ର
() ୬ ହଜାର ଭକ୍ତଙ୍କ ନିମନ୍ତେ ଅଭ୍ୟର୍ଥନା ପ୍ରକୋଷ୍ଠ

Leave A Reply

Your email address will not be published.