ବଙ୍ଗୋପସାଗରରେ ଆଗକୁ ବଢ଼ୁଛି ବାତ୍ୟା ଜଓ୍ବାଦ
ପୁରୀରେ ସ୍ଥଳଭାଗ ଛୁଇଁଲା ବେଳକୁ ଦୁର୍ବଳ ହୋଇଯିବ
ଗତ ୬ ଘଣ୍ଟା ଧରି ୬ କିଲୋମିଟର ବେଗରେ ଆଗକୁ ବଢୁଛି
ଓଡ଼ିଶା ଉପରେ କମ ପ୍ରଭାବ ପକାଇବ, ଗଞ୍ଜାମ, ପୁରୀ, ଜଗତସିଂହପୁରରେ ଅଧିକ
ସର୍ବାଧିକ ୯୫ କିଲୋମିଟର ବେଗରେ ପବନ ବହିପାରେ
ଆସନ୍ତାକାଲି ମଧ୍ୟାହ୍ନରେ ପୁରୀ ଛୁଇଁପାରେ
ପାରାଦୀପରେ ୬୨ମିମି ବର୍ଷା ରେକର୍ଡ ହୋଇଥିବା ସୂଚନା
ପୁରୀରେ ଘଣ୍ଟାପ୍ରତି ୨୬ କିଲୋମିଟର ବେଗରେ ରହିଛି ପବନର ଗତି
ପୁରୀ ଉପକୂଳରେ ଲାଗିଲା ରେଡ୍ ଫ୍ଲାଗ୍, ୪ ବନ୍ଦରରେ ବିପଦ ସଙ୍କେତ ଜାରି
ଜଓ୍ବାଦ ପ୍ରଭାବରେ ଟ୍ରେନ୍ ବାତିଲ୍, ସରକାର ବି ସତର୍କ

ଗମ୍ଭୀରଙ୍କୁ ଆଇଏସଆଇଏସର ହତ୍ୟା ଧମକ

0

ପୂର୍ବତନ କ୍ରିକେଟର ତଥା ପୂର୍ବ ଦିଲ୍ଲୀ ନିର୍ବଚନମଣ୍ଡଳୀର ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ । ‘ଆଇଏସଆଇଏସ କାଶ୍ମୀର’ ପକ୍ଷରୁ ତାଙ୍କ ହତ୍ୟା ଧମକ ଦିଆଯାଇଥିବା ସେ ଦିଲ୍ଲୀ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ଡିସିପି କେନ୍ଦ୍ରୀୟ ଶ୍ୱେତା ଚୌହ୍ୱାନ କହିଛନ୍ତି, ଏନେଇ ଆମେ ଜାଣିବା ପରେ ହିଁ ଯାଞ୍ଚ ଆରମ୍ଭ କରିଦେଇଛୁ । ଗମ୍ଭୀରଙ୍କ ଘର ଚାରିପଟେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଉଭୟ ଫୋନ ଓ ଇମେଲ ମାଧ୍ୟମରେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଥିବା ଗମ୍ଭୀର ଅଭିଯୋଗ କରିଛନ୍ତି । ଆଇଏସଆଇଏସ କାଶ୍ମୀର ପକ୍ଷରୁ ଏହି ମେଲ ଆସିଛି ।

ତେବେ କ୍ରିକେଟରୁ ରାଜନେତା ପାଲଟିଥିବା ଗୌତମ ଗମ୍ଭୀର ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗରେ ବୟାନ ଦେଇ ଚର୍ଚ୍ଚାରେ ରହିଥାନ୍ତି । ସେ ପୂର୍ବରୁ ମଧ୍ୟ ବହୁଥର ଆତଙ୍କବାଦ ବିରୋଧରେ ବୟାନ ଦେଇଛନ୍ତି । ନିକଟରେ ପଞ୍ଜାବ କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ବଡ଼ ଭାଇ ବୋଲି କହିବା ପରେ ଏହା ଉପରେ ବୟାନ ଦେଇଥିଲେ ଗମ୍ଭୀର । ପ୍ରଥମେ ସୀମାକୁ ନିଜ ପିଲାଙ୍କୁ ପଠାଅ । ଏହା ପରେ ଆତଙ୍କୀଙ୍କ ଆଡ୍ଟା ଥିବା ଦେଶର ମୁଖ୍ୟକୁ ନିଜ ଭାଇ ବୋଲି କହିବ ବୋଲି କଡା ପ୍ରତିକ୍ରିୟା ପ୍ରକାଶ କରିଥିଲେ ଗମ୍ଭୀର ।

ଆଇଏସଆଇଏସ କାଶ୍ମୀର ପକ୍ଷରୁ ଧମକ ନେଇ ଅଭିଯୋଗ ପରେ ପୁଲିସ ଜୋରସୋରେ ଯାଞ୍ଚ ଆରମ୍ଭ କରିଛି ।ଗମ୍ଭୀରଙ୍କ ସୁରକ୍ଷା ପାଇଁ ବାସଭବନର ଚାରିପଟେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ତେବେ ସିଦ୍ଧୁଙ୍କ ଇମରାନକୁ ବଡ଼ଭାଇ କହିବା ଉପରେ ଗମ୍ଭୀରଙ୍କ କଡ଼ା ବୟାନ ଯୋଗୁଁ ଆତଙ୍କବାଦୀ ତାଙ୍କୁ ଏଭଳି ଧମକ ଦେଇଥିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.