ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ଚାଷୀ ଆନ୍ଦୋଳନକୁ ଆଜି ବର୍ଷେ: ନରମିବେ କ’ଣ ଗର୍ଜିଲେଣି

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିବା ପରେ ଚାଷୀ ନେତା ଆନ୍ଦୋଳନରୁ ଓହରୁନାହାନ୍ତି କି ତୁନି ପଡୁନାହାନ୍ତି। ବରଂ ଏମଏସପି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବା ଆରମ୍ଭ କରିଦେଲେଣି। ଆଉ ପାଦେ ଆଗକୁ ଯାଇ ଭାରତୀୟ କିଷାନ ସଂଗଠନ ନେତା ରାକେଶ ଟିକା‌ୟତ ଏମ୍‌ଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ପ୍ରସଙ୍ଗରେ ମୋଦୀ ସରକାର ବିରୋଧରେ ତମ୍ବିତୋଫାନ୍ ଆରମ୍ଭ କରିଦେଲେଣି।

ଗୁରୁବାର ହାଇଦ୍ରାବାଦରେ ଟିକାୟତ କହିଛନ୍ତି ଯେ ସେମାନେ ଆରମ୍ଭରୁ ଏମଏସପି ପ୍ରସଙ୍ଗ ସହିତ ଅଛନ୍ତି। କେନ୍ଦ୍ର ସରକାରଙ୍କ ସହିତ ଯେଉଁ ୧୧ଥର ଆଲୋଚନା ହୋଇଛି, ସେଥିରେ ଏହା ସ୍ଥାନ ପାଇଥିଲା। ଯଦି ସରକାର ଏମଏସପି କ୍ଷେତ୍ରରେ ଚାଷୀଙ୍କୁ ନ୍ୟାୟ ନ ଦିଅନ୍ତି, ତେବେ ଚାଷୀମାନେ ଉତ୍ତରପ୍ରଦେଶ ଯିବେ। ସେଠାରେ କେନ୍ଦ୍ର ସରକାରଙ୍କ ଦଳ ବିଜେପିକୁ ହରାଇବାକୁ ସ୍ଲୋଗାନ ଦେବେ। କେବଳ ସେତିକି ନୁହେଁ, ଚାଷୀ ଦିଲ୍ଲୀ ସୀମାର ଆନ୍ଦୋଳନ ସ୍ଥଳ ଛାଡ଼ି ଚାଲିଯିବା ସଂପର୍କରେ ଏଯାଏ ଚିନ୍ତା ମଧ୍ୟ କରିନାହାନ୍ତି। ଅର୍ଥାତ୍ ଚାଷୀମାନେ ଯେ ଆନ୍ଦୋଳନ ଜାରି ରଖିବେ, ଏକଥା ସ୍ପଷ୍ଟ ହୋଇଯାଇଛି। ଟିକାୟତ ଆହୁରି ଧମକାଇଛନ୍ତି ଯେ ସରକାର ନ ଚେତିଲେ, ବିଜେପିକୁ ପ୍ରତି ଗାଁରେ ବର୍ଜନ କରାଯିବ, ସେମାନଙ୍କୁ ପ୍ରଚାର ପାଇଁ ପୂରାଇ ଦିଆଯିବ ନାହିଁ। ଉତ୍ତର ପ୍ରଦେଶରେ ସେମାନେ ଏମିତି କରିବାକୁ ରଣନୀତି କରିଥିବା ସେ ସୂଚାଇଛନ୍ତି।

ଏପଟେ ପଞ୍ଜାବ ଓ ହରିୟାଣାରୁ ହଜାର ହଜାର ଚାଷୀ ପୁଣି ଦିଲ୍ଲୀ ମୁହାଁ ହେଲେଣି। ଶୁକ୍ରବାର ଅର୍ଥାତ୍ ଆଜି ଚାଷୀ ଆନ୍ଦୋଳନକୁ ବର୍ଷେ ପୂରଣ ହେଉଛି। ଏମାନେ ମହାପଞ୍ଚାୟତରେ ଯୋଗଦେବା ଲାଗି ଆସୁଥିବା ଜଣାପଡିଛି। ଏହାକୁ ନେଇ କେନ୍ଦ୍ର ସରକାରଙ୍କର ଚିନ୍ତା ବଢ଼ିଲାଣି। ପଞ୍ଜାବରୁ କାର୍, ଜିପ୍, ଟ୍ରାକ୍ଟର ଆଦି ଜରିଆରେ ଚାଷୀଙ୍କ ସୂଅ ଛୁଟୁଛି।

ଗତ ୧୯ ତାରିଖ ଦିନ ପ୍ରଧାନମନ୍ତ୍ରୀ ତିନି ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରି ନେଇଥିଲେ। ଗତ ବୁଧବାର କ୍ୟାବିନେଟ ବୈଠକରେ ଏହାର ଉଚ୍ଛେଦ ପ୍ରସ୍ତାବକୁ ମଧ୍ୟ ଅନୁମତି ମିଳିଛି। ହେଲେ ଚାଷୀମାନଙ୍କ ଉପରେ ଏହାର ପ୍ରଭାବ ପଡିନି। ବରଂ ଏମଏସପି ସହିତ ଅନ୍ୟ ପାଞ୍ଚଟି ପ୍ରସଙ୍ଗ ରଖି ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କୁ ଗୋଟିଏ ଚିଠି ଲେଖିଛନ୍ତି ଆନ୍ଦୋଳନ ଜାରି ରଖିବା ଲାଗି ଆପାତତଃ ନିଷ୍ପତ୍ତି ନେଇସାରିଲେଣି।

Leave A Reply

Your email address will not be published.