ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଅନୁଷ୍କାଙ୍କ ସହ ଫଟୋ ସେୟାର କରି ଲେଖିଲେ…

0

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ମୁମ୍ବାଇରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଖେଳିବେ ବିରାଟ କୋହଲି। କିନ୍ତୁ ଏହା ପୂର୍ବରୁ ଟିମ ଇଣ୍ଡିଆର ଏହି ଷ୍ଟାର ପତ୍ନୀ ଅନୁଷ୍କାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି।

ବିରାଟ କୋହଲି ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଅନୁଷ୍କାଙ୍କ ସହ ଏକ ନଦୀ କୂଳେ, ପାହାଡ଼ ମଝିରେ ବସିଥିବା ନଜର ଆସୁଛନ୍ତି। ବିରାଟ ଫଟୋରେ କ୍ୟାପସନ ଲେଖିଛନ୍ତି ଯେ, ‘ଅଗର ଆପ ମେରୀ ତରଫ ହୋ ତୋ କିସି ଭି ଜାଗା ମାନେ ମେଁ ଘର ପର ହିଁ ହୁଁ’। ବିରାଟ କୋହଲିଙ୍କ ଏହିଫଟୋରେ ଅନୁଷ୍କା ବି କମେଣ୍ଟ କରିଛନ୍ତି। ସେ ଲେଖିଛନ୍ତି ବହୁତ ଭଲ କାରଣ ପାଇଁ ଘରେ ତୁମ ବହୁତ କମ ସମୟ ହିଁ ରହିଥାଅ।

ଟି-୨୦ ବିଶ୍ୱକପ ପରେ ବିରାଟ କ୍ରିକେଟରୁ ବ୍ରେକ୍ ନେଇଛନ୍ତି। ସେ ନ୍ୟୁଜିଲାଣ୍ଡ ବିପକ୍ଷ ଟି -୨୦ ସିରିଜରେ ଖେଳୁନାହାନ୍ତି। ତେବେ ମୁମ୍ବାଇରେ ହେବାକୁ ଥିବା
ଦ୍ୱିତୀୟ ମ୍ୟାଚରେ ସେ ଖେଳିବେ। କୋହଲି ଏହାର ପ୍ରସ୍ତୁତି ବି ଆରମ୍ଭ କରିଦେଇଛନ୍ତି। ସେ ମୁମ୍ବାଇର ସିସିଆଇରେ ଅଭ୍ୟାସ ଆରମ୍ଭ କରିଛନ୍ତି। କିଛିଦିନ
ତଳେ ସେ ଝାଳ ବୁହାଉଥିବାର ଏକ ଫଟୋ ପୋଷ୍ଟ କରିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ପରେ ଟିମ ଇଣ୍ଡିଆ ସାଉଥ ଆଫ୍ରିକା ଗସ୍ତ କରିବ।

Leave A Reply

Your email address will not be published.