ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଅକ୍ଷୟଙ୍କ ବାକି ଫିଲ୍ମରୁ ଭିନ୍ନ ପୃଥ୍ୱୀରାଜ? ଜାଣନ୍ତୁ କାହିଁକି

0

ମୁମ୍ବାଇ: ବଲିଉଡ୍‌ର ଖିଲାଡି କୁମାର ଅକ୍ଷୟ କୁମାରଙ୍କ ବର୍ଷକ ଭିତରେ ଅନେକ ଫିଲ୍ମ ରିଲିଜ ହୋଇଥାଏ। ଫ୍ୟାନ୍ସଙ୍କ ନଜରରୁ କେବେ ବି ହଟନ୍ତି ନାହିଁ ଅକ୍ଷୟ କାରଣ ତାଙ୍କର ଗୋଟିଏ ଫିଲ୍ମ ଯାଉ ଯାଉ ଆଉ ଗୋଟେ ଫିଲ୍ମ ପଳାଇ ଆସିଥାଏ। ବର୍ଷକରେ ଅନେକ ଫିଲ୍ମ ପାଇଁ ଅକ୍ଷୟ ସାଇନ କରିଥାନ୍ତି। ତେବେ ଏବେ ତାଙ୍କ ଫିଲ୍ମ ‘ପୃଥ୍ୱୀରାଜ’କୁ ଜୋରସୋରରେ ଚର୍ଚ୍ଚା।

କୁହାଯାଉଛି ଯେ ଅକ୍ଷୟଙ୍କ ଅନ୍ୟ ଫିଲ୍ମ ଅପେକ୍ଷା ଏହି ଫିଲ୍ମଟି ସମ୍ପୂର୍ଣ୍ଣ ଭିନ୍ନ। ଅକ୍ଷୟ କୁମାର ନୂଆ ଫିଲ୍ମ ପାଇଁ ଯେତିକି ଜଲଦି ସାଇନ କରନ୍ତି ,ସେତେ ଜଲଦି ତାର ସୁଟିଂ ମଧ୍ୟ ଶେଷ କରିଥାନ୍ତି। ଅକ୍ଷୟ ପୂରା ନିୟମ ଓ ସମୟ ସହ ଚାଲିଥାନ୍ତି। ଏହି କାରଣରୁ ସେ ନିଜ ପରିବାରକୁ ଭରପୁର ସମୟ ଦେଇପାରିଥାନ୍ତି। କିନ୍ତୁ ଶୁଣିବାକୁ ମିଳୁଛି ଯେ ‘ପୃଥ୍ୱୀରାଜ’ ମାମଲାରେ ସବୁ କିଛି ବଦଳିଯାଇଛି।

ପୃଥ୍ୱୀରାଜ ଫିଲ୍ମର ସୁଟିଂ ବହୁତ ଲମ୍ବା ସମୟ ଲାଗିଛି। ସୂଚନା ଅନୁସାରେ ‘ପୃଥ୍ୱୀରାଜ’ ଫିଲ୍ମର ସୁଟିଂ ପାଇଁ ଅକ୍ଷୟଙ୍କୁ ୧୧୦ ଦିନ ଲାଗିଛି। ସାଧାରଣ ଗୋଟିଏ ଫିଲ୍ମର ସୁଟିଂ ଶେଷ କରିବାକୁ ଅକ୍ଷୟଙ୍କୁ ୩୦ରୁ ୪୦ ଦିନ ଲାଗିଥାଏ। ସେଥିପାଇଁ ତାଙ୍କର ଅନେକ ନୂଆ ଫିଲ୍ମ ବର୍ଷକ ମଧ୍ୟରେ ପରଦାକୁ ଆସିପାରେ। କିନ୍ତୁ ଏହି ଫିଲ୍ମ ସବୁ କିଛି ବଦଳାଇଦେଇଛି। ଜାଣିବାକୁ ମିଳିଛି ଯେ, ପୃଥ୍ୱୀରାଜରେ ଭିଏଫକ୍ସ ବହୁତ ବ୍ୟବହାର ହୋଇଛି। ଏଥିପାଇଁ ଫିଲ୍ମର ଅଧିକାଂଶ ସିନ୍ ଗ୍ରୀନ୍ କ୍ରୋମାରେ ସୁଟ୍ କରାଯାଇଛି।

ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ଫିଲ୍ମ ପୃଥ୍ୱୀରାଜର ଏବେ ପୋଷ୍ଟ ପ୍ରଡକ୍ସନ କାମ ଚାଲିଛି। ସାଉଥ ଆଫ୍ରିକାର ଆକ୍ସନ ଡାଇରେକ୍ଟର ଫ୍ରାଞ୍ଜ ସ୍ୱିଲହସ ଫିଲ୍ମର ଆକ୍ସନ ସିନ୍‌ର କୋରିଓଗ୍ରାଫ କରିଛନ୍ତି। ଏହା ପର୍ବରୁ ସେ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ ‘ଫୋର୍ସ’ ଓ ‘କମାଣ୍ଡୋ’ ପରି ଆକ୍ସନ ଫିଲ୍ମର ଆକ୍ସନ ସିନର କୋରିଓଗ୍ରାଫ କରିଥିଲେ। ୨୦୨୨, ଜାନୁଆରି ୨୧ରେ ଫିଲ୍ମକୁ ସିନେମା ହଲରେ ରିଲିଜ କରିବା ନେଇ ଏବେ ପ୍ରସ୍ତୁତି ଚାଲିଛି।

Leave A Reply

Your email address will not be published.