ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷ ଓ ଅଗ୍ରଗତିର ସ୍ମୃତିଚାରଣ
ଏସସିବି ମେଡିକାଲ ଆଇସିୟୁ ଅଗ୍ନିକାଣ୍ଡ ଘଟଣା
ଆଉ ଦୁଇ ମାସ ବଢିଲା ଲକ୍ଷ୍ମୀଧର ବିଶ୍ୱାଳ କମିସନ କାର୍ଯ୍ୟକାଳ
ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ କ୍ୟାରିୟର ଗାଇଡାନ୍ସ
ବୋର୍ଡ ପରୀକ୍ଷା ପରେ କେଉଁ କ୍ଷେତ୍ରରେ କ୍ୟାରିୟର ଗଢିବେ ଛାତ୍ରଛାତ୍ରୀ, ସେ ଦିଗରେ ଦିଆଯିବ ପ୍ରଶିକ୍ଷଣ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା
ପଞ୍ଚାୟତିରାଜ ବିଭାଗ ନାଁରେ ନକଲି ପଦୋନ୍ନତି ଆଦେଶ ଭାଇରାଲ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର
ଜିପିଡିଓ ଓ ପିଏଙ୍କ ପଦୋନ୍ନତି ନାଁରେ ଘୁରି ବୁଲୁଛି ନକଲି ଆଦେଶ
ଗୃହବିଭାଗକୁ ଏଫ୍‌ଆଇଆର୍‌ ଓ ସାଇବର ତଦନ୍ତ ପାଇଁ ଚିଠି ଲେଖିଲା ପଞ୍ଚାୟତିରାଜ ବିଭାଗ
ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

ରଗାଇଦେଲା ନିଲମ୍ବନ; ଆଜି ବିରୋଧୀଙ୍କ ରଣନୀତି ବୈଠକ

0

ନୂଆଦିଲ୍ଲୀ: ସଂସଦର ଶୀତ ଅଧବେଶନର ପ୍ରଥମ ଦିନରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଥିଲା। ରାଜ୍ୟସଭାରୁ ୧୨ଜଣଙ୍କୁ ସାଂସଦଙ୍କୁ ଏହି ଅଧିବେଶନ ଲାଗି ନିଲମ୍ବିତ କରାଯାଇଛି, ଯାହାକୁ ବିରୋଧୀ ନିନ୍ଦା କରିଛନ୍ତି। ଆଜି ସକାଳ ୧୦ଟା ବେଳେ ବିରୋଧୀଙ୍କର ଏକ ବୈଠକ ବସିବ। ଏଥିରେ ସରକାରଙ୍କୁ ଘେରିବା ନେଇ ଆଗାମୀ ଋଣନୀତି ପ୍ରସ୍ତୁତି କରାଯିବ। ସଦସ୍ୟଙ୍କ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିରୋଧରେ ଆଜି ଗୃହରେ ପ୍ରବଳ ହଟ୍ଟଗୋଳ କରିପାରନ୍ତି ବିରୋଧୀ ସାଂସଦ।

ଯେଉଁ ମାନେ ଗତ ଅଧିବେଶନରେ କୃଷକ ଆନ୍ଦୋଳନ ଓ ଅନ୍ୟ ପ୍ରସଙ୍ଗରେ ସଂସଦର ଉଚ୍ଚ ସଦନରେ ହଙ୍ଗାମା କରିଥିଲେ, ସେହିମାନଙ୍କୁ ନିଲମ୍ବିତ କରାଯାଇଛି। ସାଂସଦମାନେ ସେବେ ଉପ ସଭାପତି ହରିବଂଶଙ୍କ ଉପରେ କାଗଜ ଫିଙ୍ଗିଥିଲେ ଏବଂ ଗୃହ କର୍ମଚାରୀଙ୍କ ସାମନାରେ ରଖାଯାଇଥିବା ଟେବୁଲ ଉପରେ ଚଢି ହଟ୍ଟଗୋଳ କରିଥିଲେ। ତେବେ ସାଂସଦଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସ,ସମାଜବାଦ ପାର୍ଟି,ଶିବସେନା ସମେତ ୧୪ଟି ଦଳ ମିଳିତ ବିବୃତି ଜାରି କରି ନିନ୍ଦା କରିଛନ୍ତି।

ସେମାନେ କହିଛନ୍ତି ଯେ, ଗତ ମୌସୁମୀ ଅଧିବେଶନରେ ଦୁର୍ଭାଗ୍ୟଜନକ ଘଟଣା ପାଇଁ ସାଂସଦ ମାନଙ୍କୁ ନିଳମ୍ବନ କରିବାକୁ ସରକାର ଆଣିଥିବା ପ୍ରସ୍ତାବ ଅପ୍ରତ୍ୟାଶିତ ଏବଂ ରାଜ୍ୟସଭାର କାର୍ଯ୍ୟ ତଥା ପ୍ରକ୍ରିୟା ସହ ଜଡ଼ିତ ନିୟମ ଉଂଲଘନ କରୁଛି। ବିରୋଧୀ ଦଳ କହଛନ୍ତି, ରାଜ୍ୟସଭାରେ ବିଭିନ୍ନ ଦଳର ନେତା ଆଜିର ବୈଠକ କରିବେ। ଏବଂ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିବା ସହ ସଂସଦୀୟ ଗଣତନ୍ତ୍ରର ସୁରକ୍ଷା ପାଇଁ ପରବର୍ତ୍ତୀ ପଦକ୍ଷେପ ଉପରେ ବିଚାର କରିବେ। ଆଜି ଅଧିବେଶନର ଦ୍ୱିତୀୟ ଦିନରେ ବିରୋଧୀ ଦଳ ଗୃହରେ ସ୍ଥଗିତାଦେଶ ସୃଷ୍ଟି କରିପାରନ୍ତି, ଯେଉଁଥିପାଇଁ ଗୃହର କାର୍ଯ୍ୟକାଳ ଉପରେ ବିଶେଷ ପ୍ରଭାବ ପଡିପାରେ। ଗତକାଲି ନିଲମ୍ବିତ ହୋଇଥିବା ସାଂସଦଙ୍କ ମଧ୍ୟରେ କଂଗ୍ରେସର ୬ଜଣ, ଶିବସେନାର ୨ ଜଣ,ତୃଣମୂଳକଂଗ୍ରେସର ୨ ଜଣ,ସିପିଏମର ଜଣେ ଓ ସିପିଆଇର ଜଣେ ସାଂସଦ ରହିଛନ୍ତି।

Leave A Reply

Your email address will not be published.