ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

ରଗାଇଦେଲା ନିଲମ୍ବନ; ଆଜି ବିରୋଧୀଙ୍କ ରଣନୀତି ବୈଠକ

0

ନୂଆଦିଲ୍ଲୀ: ସଂସଦର ଶୀତ ଅଧବେଶନର ପ୍ରଥମ ଦିନରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଥିଲା। ରାଜ୍ୟସଭାରୁ ୧୨ଜଣଙ୍କୁ ସାଂସଦଙ୍କୁ ଏହି ଅଧିବେଶନ ଲାଗି ନିଲମ୍ବିତ କରାଯାଇଛି, ଯାହାକୁ ବିରୋଧୀ ନିନ୍ଦା କରିଛନ୍ତି। ଆଜି ସକାଳ ୧୦ଟା ବେଳେ ବିରୋଧୀଙ୍କର ଏକ ବୈଠକ ବସିବ। ଏଥିରେ ସରକାରଙ୍କୁ ଘେରିବା ନେଇ ଆଗାମୀ ଋଣନୀତି ପ୍ରସ୍ତୁତି କରାଯିବ। ସଦସ୍ୟଙ୍କ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିରୋଧରେ ଆଜି ଗୃହରେ ପ୍ରବଳ ହଟ୍ଟଗୋଳ କରିପାରନ୍ତି ବିରୋଧୀ ସାଂସଦ।

ଯେଉଁ ମାନେ ଗତ ଅଧିବେଶନରେ କୃଷକ ଆନ୍ଦୋଳନ ଓ ଅନ୍ୟ ପ୍ରସଙ୍ଗରେ ସଂସଦର ଉଚ୍ଚ ସଦନରେ ହଙ୍ଗାମା କରିଥିଲେ, ସେହିମାନଙ୍କୁ ନିଲମ୍ବିତ କରାଯାଇଛି। ସାଂସଦମାନେ ସେବେ ଉପ ସଭାପତି ହରିବଂଶଙ୍କ ଉପରେ କାଗଜ ଫିଙ୍ଗିଥିଲେ ଏବଂ ଗୃହ କର୍ମଚାରୀଙ୍କ ସାମନାରେ ରଖାଯାଇଥିବା ଟେବୁଲ ଉପରେ ଚଢି ହଟ୍ଟଗୋଳ କରିଥିଲେ। ତେବେ ସାଂସଦଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସ,ସମାଜବାଦ ପାର୍ଟି,ଶିବସେନା ସମେତ ୧୪ଟି ଦଳ ମିଳିତ ବିବୃତି ଜାରି କରି ନିନ୍ଦା କରିଛନ୍ତି।

ସେମାନେ କହିଛନ୍ତି ଯେ, ଗତ ମୌସୁମୀ ଅଧିବେଶନରେ ଦୁର୍ଭାଗ୍ୟଜନକ ଘଟଣା ପାଇଁ ସାଂସଦ ମାନଙ୍କୁ ନିଳମ୍ବନ କରିବାକୁ ସରକାର ଆଣିଥିବା ପ୍ରସ୍ତାବ ଅପ୍ରତ୍ୟାଶିତ ଏବଂ ରାଜ୍ୟସଭାର କାର୍ଯ୍ୟ ତଥା ପ୍ରକ୍ରିୟା ସହ ଜଡ଼ିତ ନିୟମ ଉଂଲଘନ କରୁଛି। ବିରୋଧୀ ଦଳ କହଛନ୍ତି, ରାଜ୍ୟସଭାରେ ବିଭିନ୍ନ ଦଳର ନେତା ଆଜିର ବୈଠକ କରିବେ। ଏବଂ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିବା ସହ ସଂସଦୀୟ ଗଣତନ୍ତ୍ରର ସୁରକ୍ଷା ପାଇଁ ପରବର୍ତ୍ତୀ ପଦକ୍ଷେପ ଉପରେ ବିଚାର କରିବେ। ଆଜି ଅଧିବେଶନର ଦ୍ୱିତୀୟ ଦିନରେ ବିରୋଧୀ ଦଳ ଗୃହରେ ସ୍ଥଗିତାଦେଶ ସୃଷ୍ଟି କରିପାରନ୍ତି, ଯେଉଁଥିପାଇଁ ଗୃହର କାର୍ଯ୍ୟକାଳ ଉପରେ ବିଶେଷ ପ୍ରଭାବ ପଡିପାରେ। ଗତକାଲି ନିଲମ୍ବିତ ହୋଇଥିବା ସାଂସଦଙ୍କ ମଧ୍ୟରେ କଂଗ୍ରେସର ୬ଜଣ, ଶିବସେନାର ୨ ଜଣ,ତୃଣମୂଳକଂଗ୍ରେସର ୨ ଜଣ,ସିପିଏମର ଜଣେ ଓ ସିପିଆଇର ଜଣେ ସାଂସଦ ରହିଛନ୍ତି।

Leave A Reply

Your email address will not be published.