ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ବିମାନକୁ ଠେଲି ଠେଲି ନେଲେ ଯାତ୍ରୀ

0

କାଠମୁଣ୍ଡା: ଆପଣ କେବେ ବାଇକ କିମ୍ବା କାର୍‌କୁ କେହି ଧକ୍କା ମାରି ନେଉଥିବାର ଦୃଶ୍ୟ ଦେଖିଥବେ। କିନ୍ତୁ କେବେ ଦେଖିଛନ୍ତି କି ବିମାନକୁ ଠେଲି ଠେଲି ନେଉଥିବାର ଦୃଶ୍ୟ। ହେଲେ ନେପାଳ ବିମାନବନ୍ଦରରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

ତେବେ ଘଟଣାଟି ହେଉଛି , ହୁମଲା ଜିଲ୍ଲାରୁ ତାରା ଏୟାରଲାଇନ୍ସର ବିମାନ ଆସି ନେପାଳର ବାଜୁରା ବିମାନବନ୍ଦରରେ ଅବତରଣ କରିଥିଲା। ଅବତରଣ ପରେ ବିମାନର ଏକ ଟାୟାର ଫାଟି ଯାଇଥିଲା। ବିମାନର ପଛ ପଟ ଟାୟାରଟି ଫାଟିଯାଇଥିବାରୁ ରନୱେ ଉପରେ ହିଁ ବିମାନଟି ଅଟକି ରହିଥିଲା। ଫଳରେ ଅନ୍ୟ ବିମାନଗୁଡିକର ଉଡାଣ ଓ ଅବତରଣ କରିବାରେ ସମସ୍ୟା ଦେଖାଦେଇଥିଲା।

ତେବେ ବିମାନଟିକୁ ରନୱେ ଉପରୁ ହଟାଇବା ଜରୁରୀ ଥିବା ବେଳେ ବିମାନବନ୍ଦରର କିଛି ସୁରକ୍ଷାକର୍ମୀ ପହଞ୍ଚି ଏକଜୁଟ ହୋଇଥିଲେ ଏବଂ ସମସ୍ତେ ଏକାଠି ମିଶି ବିମାନଟିକୁ ଠେଲିବାରେ ଲାଗିଥିଲେ। ବିମାନରେ ଥିବା କିଛି ଯାତ୍ରୀ ମଧ୍ୟ ତାଙ୍କୁ ଏଥିରେ ସହାୟତା କରିଥିଲେ। ଏବଂ ବିମାନକୁ ଠେଲି ପାର୍କିଂ ସ୍ଥାନରେ
ପହଞ୍ଚାଇବାରେ ସଫଳ ମଧ୍ୟ ହୋଇଥିଲେ। ବିମାନଟିକୁ ଠେଲି ଠେଲି ନେଇ ରନୱେକୁ ଖାଲି କରିଥିଲେ। ଏବେ ବିମାନଟିକୁ ଠେଲି ଠେଲି ନେବାର ଏହି ଭିଡିଓ
ସୋସିଆଲ ମିଡିଆରେ ଘୁରୁ ବୁଲୁଛି।

Leave A Reply

Your email address will not be published.