ପ୍ରମୁଖ ଖବର

ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ସାକା ସୁଜିତ ହେଲେ ନୂଆ ପ୍ରାର୍ଥୀ
ପ୍ରଥମ ନିର୍ବାଚନୀ ପ୍ରଚାରରେ ଓଡିଶା ଆସିବେ ଗୃହମନ୍ତ୍ରୀ ଅମିତ୍ ଶାହା, ସୋନପୁରରେ ପ୍ରଥମ ନିର୍ବାଚନୀ ସଭା କରି ଓଡିଶାବାସୀଙ୍କୁ ଭୋଟ ମାଗିବେ

ମୁଖ୍ୟମନ୍ତ୍ରୀ କହିଲେ, ଯିଏ ବି ଥିବେ କାହାକୁ ଛାଡ଼ିବୁନି

0
  • ମମିତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି
  • ରାଜନୀତିକରଣ ନ କରିବା ଲାଗି ନିବେଦନ
  • ଖରାପ ପରମ୍ପରା ସୃଷ୍ଟି ହେଉଛି ବୋଲି କହିଲେ

ଭୁବନେଶ୍ବର: ମମିତା ହତ୍ୟା ପ୍ରସଙ୍ଗରେ ଶେଷରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କହିଛନ୍ତି , ବିନା ଭୟ ଓ ଦ୍ୱନ୍ଦ୍ୱରେ ପୁଲିସ ତଦନ୍ତ କରୁଛି।ଯିଏ ଦୋଷୀ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଏହା ଏକ ଅତି ସମ୍ବେଦନଶୀଳ ଘଟଣା। ଏହାକୁ ନେଇ ରାଜନୀତିକରଣ କରାଯାଉଛି। ମମିତାଙ୍କ ପରିବାର ହାତ ଯୋଡି ଅନୁରୋଧ କରିଛନ୍ତି। ଏହାକୁ ନେଇ ରାଜନୀତିକରଣ କରାନଯାଉ। ଫାଷ୍ଟକୋର୍ଟରେ ଏହାର ବିଚାର କରାଯାଇ ଆଇନ ଅନୁଯାୟୀ ଯେତେ ଶୀଘ୍ର ହେବ ତାଙ୍କୁ ନ୍ୟାୟ ଦିଆଯିବ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଅବସରପ୍ରାପ୍ତ ଜିଲ୍ଲା ଜଜ ତଦନ୍ତ ପ୍ରକ୍ରିୟାର ତଦାରଖ କରିବେ। ହାଇକୋର୍ଟଙ୍କୁ ଏନେଇ ରାଜ୍ୟ ସରକାର ଅନୁରୋଧ କରିଥିଲେ।
ଦାୟିତ୍ୱରେ ଯିଏ ଅବହେଳା କରିଥିବ,ଦୃଢ କାଯ୍ୟାନୁଷ୍ଠାନ ହେବ। ଯଦି କୌଣସି ପ୍ରମାଣ ଥାଏ ଯେତେ ବଡ଼ ଲୋକ ହେଲେ ବି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ
ନିଆଯିବ। ଯଦି କାହା ପାଖରେ କିଛି ପ୍ରମାଣ ଅଛି ତାହେଲେ କୋର୍ଟଙ୍କୁ ଦିଅନ୍ତୁ। ଗୃହ କାର୍ଯ୍ୟରେ ସହଯୋଗ କରିବା ପାଇଁ ସେ ବିରୋଧୀଙ୍କୁ ନିବେଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଧାୟକ ମାନଙ୍କୁ ସମ୍ବିଧାନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି। ଯଦି ସେମାନେ ତାଙ୍କ ଦାୟିତ୍ୱ ଠିକ ଭାବେ ନକରିବେ ତେବେ ଖରାପ ପରମ୍ପରା ସୃଷ୍ଟି ହେବ। ତେଣୁ ସମସ୍ତଙ୍କୁ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମମିତା ହତ୍ୟାକାଣ୍ଡକୁ ନେଇ ଗତ ତିନି ହେବ ବିଧାନସଭାରେ ଅଚଳାବସ୍ଥା ଜାରି ରହିଥିଲ।। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଚାଲିପାରୁନଥିଲା। ମନ୍ତ୍ରୀ
ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ହଟ୍ଟଗୋଳ କରୁଥିଲେ ବିରୋଧୀ। ମମିତା ହତ୍ୟାକାଣ୍ଡକୁ ଦୁଇ ମାସ ବିତିବାକୁ ବସିଥିବା ବେଳେ ସାରା ରାଜ୍ୟରେ ଏହାକୁ ନେଇ ହଇଚଇ ହେଉଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଗୃହରେ ଏନେଇ ବିବୃତି ରଖିଛନ୍ତି। ସେପଟେ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଆଜି ହାଇକୋର୍ଟରେ ମମିତା ପ୍ରସଙ୍ଗରେ ଷ୍ଟାଟସ ରିପୋର୍ଟ ମଧ୍ୟ ଦାଖଲ କରାଯାଇଛ। ଆସନ୍ତା ୨୩ରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ।

ମମିତା ପ୍ରସଙ୍ଗରେ ବିବୃତି ରଖିବା ସହ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ଆସନ୍ତା ୪୮ଘଣ୍ଟା ମଧ୍ୟରେ ବାତ୍ୟା ଆସୁଛି। କୋଭିଡ ମହାମାରୀ ସମସ୍ୟା ସୃଷ୍ଟି
କରିଛି। ସେପଟେ ଚାଷୀଙ୍କ ସମସ୍ୟା, ଚାଉଳ ନଉଠିବା, କେନ୍ଦ୍ରୀୟ ଅନୁଦାନ କାଟିବା,ଗ୍ୟାସ ଦର ବୃଦ୍ଧି ସହିତ ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କୁ ବାଧୁଛି।

Leave A Reply

Your email address will not be published.