ପ୍ରମୁଖ ଖବର

୪୦ ଡିଗ୍ରି ଉପରେ ରାଜ୍ୟର ୩୦ ସହର: ତାଳଚେରରେ ସର୍ବାଧିକ ତାପମାତ୍ରା ୪୩.୨ ଡିଗ୍ରି‌ ରେକର୍ଡ
ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ, ଖପୁରିଆ କରତ କଳରେ ରଥକାଠ ଚିରଟ ଅନୁକୂଳ
ଗୁରୁବାର ରାତିରେ ୧ ଘଣ୍ଟା ପାଇଁ ବନ୍ଦ ରହିବ ରେଳ ଟିକେଟ୍ ସଂରକ୍ଷଣ
୩ ଦିନ ବନ୍ଦ ରହିବ ରାଜ୍ୟର ସବୁ ସ୍କୁଲ, ଗ୍ରୀଷ୍ମ ପ୍ରବାହ ଓ ତାତି ବଢ଼ିବା ଯୋଗୁଁ ଏହି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର
୧୮ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ

ଭାରତ ପାଇଁ ବିପଦ ଆଣିବେ ବିଦେଶ ଫେରନ୍ତା!

0

ନୂଆଦିଲ୍ଲୀ: ଓମିକ୍ରନ ଭୟ ଭିତରେ କର୍ଣ୍ଣାଟକ ବେଙ୍ଗାଲୁରୁକୁ ଦକ୍ଷିଣ ଆଫ୍ରିକାରୁ ଆସିଥିବା ୧୦ ଜଣବିଦେଶୀଙ୍କ ପତ୍ତା ମିଳୁନାହିଁ। ବେଙ୍ଗାଲୁରୁ ମହାନଗରପାଳିକା ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କର ତାଙ୍କ ସହିତ କୌଣସି। ଏଭଳି ସ୍ଥିତିରେ ବିଦେଶ ଫେରନ୍ତାଙ୍କ ସହ ସଂପର୍କ ହୋଇ ନପାରିବା ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି।

ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଏହି ୧୦ ଜଣ ପତ୍ତା କି ଠିକଣା ମିଳୁନଥିବା ବେଳେ ଏମାନଙ୍କ ଫୋନ ମଧ୍ୟ ବନ୍ଦ ରହିଛି। ଯାହାକୁ ନେଇ ଭୟ ବଢିଛି। ସେମାନଙ୍କୁ ଟ୍ରାକିଂ କରିବା ପ୍ରଶାସନ ପାଇଁ କଷ୍ଟକର ହୋଇପଡିଛି। ସେମାନଙ୍କର ଯେଉଁ ଠିକଣା ବିମାନବନ୍ଦରରୁ ମିଳିଛି ସେଠାରେ ସେ ନାହାନ୍ତି। ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଚିହ୍ନଟ ପରେ ଏଯାଏ ବେଙ୍ଗାଲୁରୁକୁ ୫୭ ଜଣ ଯାତ୍ରୀ ଆସି ପହଞ୍ଚିଲେଣି।

ସେପଟେ ମହାରାଷ୍ଟ୍ରରେ ୨୮ ଜଣ ଓମିକ୍ରନ ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ଏମାନଙ୍କ ନମୂନା ଜେନମ ସ୍ୱିକେନ୍ସିଂ ପାଇଁ ପଠାଯାଇଛି। ଆସନ୍ତା ସପ୍ତାହରେ ରିପୋର୍ଟ ଆସିବ। ଏମାନଙ୍କ ମଧ୍ୟରୁ ୧୦ ଜଣ ମୁମ୍ବାଇର ଅଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକାରୁ ରାଜସ୍ଥାନ ଜୟପୁର ଗୋଟିଏ ପରିବାର ଫେରିଛନ୍ତି। ଏମାନଙ୍କ ମଧ୍ୟରେ ୪ ଜଣ କୋଭିଡ ପଜିଟିଭ ଥିବା ଜଣାପଡିଛି। ନଭେମ୍ବର ୨୫ରେ ଏହି ପରିବାରର ୯ ଜଣ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ।ସେମାନଙ୍କୁ ଏବେ ସଙ୍ଗରୋଧରେ ରଖାଯାଇଛି।

ଦିଲ୍ଲୀରେ ମଧ୍ୟ ଓମିକ୍ରନ ଭୟ ଦେଖିବାକୁ ମିଳିଛି। ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ବିଦେଶରୁ ଫେରିଥିବା ୮ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ସମସ୍ତଙ୍କ ନମୁନା ଜେନମ ସ୍ୱିକେନ୍ସିଂ ପାଇଁ ପଠାଯାଇଛି। ଭାରତ ପାଇଁ ଏବେ ବିଦେଶ ଫେରନ୍ତା ବିପଦ ପାଲଟିଛନ୍ତି। ବିଦେଶରୁ ଫେରନ୍ତା ବହୁ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି; ଯାହା ଏବେ ଚିନ୍ତାର କାରଣ ପାଲଟିଛି।

Leave A Reply

Your email address will not be published.