ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ଭାରତ ପାଇଁ ବିପଦ ଆଣିବେ ବିଦେଶ ଫେରନ୍ତା!

0

ନୂଆଦିଲ୍ଲୀ: ଓମିକ୍ରନ ଭୟ ଭିତରେ କର୍ଣ୍ଣାଟକ ବେଙ୍ଗାଲୁରୁକୁ ଦକ୍ଷିଣ ଆଫ୍ରିକାରୁ ଆସିଥିବା ୧୦ ଜଣବିଦେଶୀଙ୍କ ପତ୍ତା ମିଳୁନାହିଁ। ବେଙ୍ଗାଲୁରୁ ମହାନଗରପାଳିକା ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କର ତାଙ୍କ ସହିତ କୌଣସି। ଏଭଳି ସ୍ଥିତିରେ ବିଦେଶ ଫେରନ୍ତାଙ୍କ ସହ ସଂପର୍କ ହୋଇ ନପାରିବା ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି।

ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଏହି ୧୦ ଜଣ ପତ୍ତା କି ଠିକଣା ମିଳୁନଥିବା ବେଳେ ଏମାନଙ୍କ ଫୋନ ମଧ୍ୟ ବନ୍ଦ ରହିଛି। ଯାହାକୁ ନେଇ ଭୟ ବଢିଛି। ସେମାନଙ୍କୁ ଟ୍ରାକିଂ କରିବା ପ୍ରଶାସନ ପାଇଁ କଷ୍ଟକର ହୋଇପଡିଛି। ସେମାନଙ୍କର ଯେଉଁ ଠିକଣା ବିମାନବନ୍ଦରରୁ ମିଳିଛି ସେଠାରେ ସେ ନାହାନ୍ତି। ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଚିହ୍ନଟ ପରେ ଏଯାଏ ବେଙ୍ଗାଲୁରୁକୁ ୫୭ ଜଣ ଯାତ୍ରୀ ଆସି ପହଞ୍ଚିଲେଣି।

ସେପଟେ ମହାରାଷ୍ଟ୍ରରେ ୨୮ ଜଣ ଓମିକ୍ରନ ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ଏମାନଙ୍କ ନମୂନା ଜେନମ ସ୍ୱିକେନ୍ସିଂ ପାଇଁ ପଠାଯାଇଛି। ଆସନ୍ତା ସପ୍ତାହରେ ରିପୋର୍ଟ ଆସିବ। ଏମାନଙ୍କ ମଧ୍ୟରୁ ୧୦ ଜଣ ମୁମ୍ବାଇର ଅଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକାରୁ ରାଜସ୍ଥାନ ଜୟପୁର ଗୋଟିଏ ପରିବାର ଫେରିଛନ୍ତି। ଏମାନଙ୍କ ମଧ୍ୟରେ ୪ ଜଣ କୋଭିଡ ପଜିଟିଭ ଥିବା ଜଣାପଡିଛି। ନଭେମ୍ବର ୨୫ରେ ଏହି ପରିବାରର ୯ ଜଣ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ।ସେମାନଙ୍କୁ ଏବେ ସଙ୍ଗରୋଧରେ ରଖାଯାଇଛି।

ଦିଲ୍ଲୀରେ ମଧ୍ୟ ଓମିକ୍ରନ ଭୟ ଦେଖିବାକୁ ମିଳିଛି। ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ବିଦେଶରୁ ଫେରିଥିବା ୮ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ସମସ୍ତଙ୍କ ନମୁନା ଜେନମ ସ୍ୱିକେନ୍ସିଂ ପାଇଁ ପଠାଯାଇଛି। ଭାରତ ପାଇଁ ଏବେ ବିଦେଶ ଫେରନ୍ତା ବିପଦ ପାଲଟିଛନ୍ତି। ବିଦେଶରୁ ଫେରନ୍ତା ବହୁ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି; ଯାହା ଏବେ ଚିନ୍ତାର କାରଣ ପାଲଟିଛି।

Leave A Reply

Your email address will not be published.