ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ଜାନୁଆରୀରୁ ମହଙ୍ଗା ହେବ କାର୍‌!

0

ନୂଆଦିଲ୍ଲୀ: ନୂଆବର୍ଷରୁ ବଢିପାରେ ସବୁ କାରର ମୂଲ୍ୟ। ମହାମାରୀ କରୋନା କାରଣରୁ ୨୦୨୧ ଗାଡି ନିର୍ମାତା ଓ ଗ୍ରାହକଙ୍କ କିଛି ଖାସ ନଥିଲା। ଗାଡି ନିର୍ମାତାଙ୍କୁ ବହୁତ କ୍ଷତି ସହିବାକୁ ପଡିଛି । ଯାନବାହାନ ଉତ୍ପାଦନ ମୂଲ୍ୟର ବୃଦ୍ଧି ହେତୁ କମ୍ପାନିଗୁଡିକ ମଧ୍ୟ ସେମାନଙ୍କ କାରର ମୂଲ୍ୟ କ୍ରମାଗତ ବୃଦ୍ଧି କରିଚାଲିଛନ୍ତି। ଦେଶରେ ସବୁଠୁ ଅଧିକ କାର ବିକ୍ରି କରୁଥିବା କମ୍ପାନୀ ମାରୁତି ସୁଜିକି ପୂର୍ବରୁ ହିଁ ଘୋଷଣା କରିସାରିଛି ଯେ, ୨୦୨୨ ଜାନୁଆରୀରୁ କାରର ମୂଲ୍ୟ ବୃଦ୍ଧି କରିବ।

ସେହିପରି ହୁଣ୍ଡା,ଟାଟା ମୋଟର୍ସ , ରିନଲ୍ଟ ପରି କାର ନିର୍ମାଣକାରୀ କମ୍ପାନି ମଧ୍ୟ ଜାନୁଆରୀରୁ ମୂଲ୍ୟ ବୃଦ୍ଧି ପାଇଁ ଯୋଜନା କରିଛନ୍ତି । ଏହା ବ୍ୟତୀତ ଅଡି, ମର୍ସିଡିଜବେଞ୍ଜ ଭଳି କମ୍ପାନୀ ମଧ୍ୟ ଆସନ୍ତା ମାସରୁ ଗାଡିର ମୂଲ୍ୟ ବୃଦ୍ଧି କରିବେଛ। ମାରୁତି ସୁଜିକି ପକ୍ଷରୁ କୁହାଯାଇଛି ଯେ, କାରର ଅଲଗା ଅଲଗା ମଡେଲ ପାଇଁ ମୂଲ୍ୟ ଭିନ୍ନ ଭିନ୍ନ ବୃଦ୍ଧି କରାଯିବ। ମର୍ସିଡିଜ-ବେଞ୍ଜ କହିଛି ଯେ, ଉତ୍ପାଦନ ମୂଲ୍ୟ ବୃଦ୍ଧି ଓ ଫିଚର୍ସ ବୃଦ୍ଧି ହେତୁ କିଛି ଆକର୍ଷଣୀୟ ମଡେଲ ଗୁଡିକର ମୂଲ୍ୟ ୨ ପ୍ରତିଶତ ପର୍ଯ୍ୟନ୍ତ ବଢାଯିବ।ଅଡି କହିଛି ଯେ , ତାର ନୂଆ ମୂଲ୍ୟ ଜାନୁଆରୀ ୧ରୁ ଲାଗୁ ହେବ। ଅଡି କାରର ସବୁ ମଡେଲ ଉପରେ ୩ ପ୍ରତିଶତ ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି କରାଯିବ ବୋଲି କୁହାଯାଇଛି।

ସେହିପରି ଟାଟା ମୋଟର୍ସ କଞ୍ଚାମାଲର ମୂଲ୍ୟ ଓ ଅନ୍ୟାନ୍ୟ ଆଭ୍ୟନ୍ତରୀଣ ମୂଲ୍ୟ ବୃଦ୍ଧି ହେବାରେ ଲାଗିଥିବା ପରିପ୍ରେକ୍ଷୀରେ ମୂଲ୍ୟ ବୃଦ୍ଧିକୁ ହ୍ରାସ କରିବା ପାଇଁ
କାର ମୂଲ୍ୟ ବଢାଇବା ଜରୁରୀ ହୋଇପଡିଛି ବୋଲି ସୂଚାଇଛି। କହିରଖୁଛୁ ଯେ , ଗତ ଏକ ବର୍ଷରେ ଷ୍ଟିଲ,ଆଲମୁନିୟମ, ତମ୍ବା, ପ୍ଲାଷ୍ଟିକର ଦର ବଢୁଛି । ଅନ୍ୟ ଆବଶ୍ୟକୀୟ ସାମଗ୍ରୀର ଦର ମଧ୍ୟ ବଢିବାରେ ଲାଗିଛି। ଏଥିପାଇଁ କାର ଗୁଡିକର ଦାମ ବଢାଇବା ପାଇଁ କମ୍ପାନି ଗୁଡିକ ବାଧ୍ୟ ହୋଇଛନ୍ତି।

Leave A Reply

Your email address will not be published.