ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ଡରାଇଲା କାନପୁର ଆଇଆଇଟି; ନୂଆବର୍ଷରୁ ତୃତୀୟ ଲହର!

0

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ଓମିକ୍ରନ ଭ୍ୟାରିଆଣ୍ଟର ଭୟ। ଆଉ ଦେଶରେ ମଧ୍ୟ ଏହି କରୋନାର ଏହି ନୂଆ ପ୍ରଜାତିର ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦ୍ରୁତ ଗତିରେ କରୋନାର ନୂଆ ଭ୍ୟାରିଆଣ୍ଟ ବ୍ୟାପିବା ଆରମ୍ଭ ହୋଇଥିବା ବେଳେ ନୂଆବର୍ଷରୁ ଏହାର ପ୍ରଭାବ ଦେଖିବାକୁ ମିଳିବ। ୨୦୨୨ ଜାନୁଆରି ଶେଷ ସପ୍ତାହ କିମ୍ବା ଫେବୁଆରି ପ୍ରଥମ ସପ୍ତାହରେ ଏହି ନୂଆ ଭ୍ୟାରିଆଣ୍ଟ ଓମିକ୍ରନରେ ସଂକ୍ରମିତଙ୍କ ସଂଖ୍ୟା ପିକ୍‌ରେ ପହଞ୍ଚିବ। ଆଇଆଇଟି କାନପୁରର କମ୍ପ୍ୟୁଟର ସାଇନ୍ସ ଏବଂ ଇଂଜିନିୟରିଂ ବିଭାଗର ପ୍ରଫେସର ଓ ଡେପୁଟି ଡାଇରେକ୍ଟର ମଣୀନ୍ଦ୍ର ଅଗ୍ରୱାଲ ଏହି ଦାବି କରିଛନ୍ତି।

ଏବେ ସୁଦ୍ଧା ଭାରତରେ ୨୧ ଜଣ ଓମିକ୍ରନ ଭ୍ୟାରିଆଣ୍ଟ ସଂକ୍ରମିତ ହୋଇସାରିଲେଣି। ରବିବାର ମହାରାଷ୍ଟ୍ରରୁ ୭ ଜଣ, ରାଜସ୍ଥାନରୁ ୯ ଜଣ ଓ ଦିଲ୍ଲୀରେ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଫଳରେ ଗୋଟିଏ ଦିନରେ ଏତେ ସଂଖ୍ୟକ ଓମିକ୍ରନ ଭ୍ୟାରିଆଣ୍ଟରେ ସଂକ୍ରମିତଙ୍କ ସଂଖ୍ୟା ବଢିବା ପରେ ଆତଙ୍କ ଖେଳିଯାଇଛି। କାନପୁର ଆଇଆଇଟିର ବୈଜ୍ଞାନିକ ମଣୀନ୍ଦ୍ର ଅଗ୍ରୱାଲଙ୍କ କହିବା କଥା , ଦକ୍ଷିଣ ଆଫ୍ରିକାରୁ ବ୍ୟାପୁଥିବା ଓମିକ୍ରନ ଭ୍ୟାରିଆଣ୍ଟ ତୃତୀୟ ଲହରର ମୁଖ୍ୟ କାରଣ। ଏହା ସହ ତୃତୀୟ ଲହର ଯେତେବେଳେ ପିକ୍‌ରେ ରହିବ ସେତେବେଳେ ଦେଶରେ ଦୈନିକ ଲକ୍ଷେରୁ ଦେଢ ଲକ୍ଷ ସଂକ୍ରମିତ ଚିହ୍ନଟ ହେବେ ବୋଲି ସେ କହିଛନ୍ତି।

ତେବେ ଆଶ୍ୱସ୍ତିକର କଥା ହେଲା , ତାଙ୍କ କହିବା ଅନୁସାରେ ଛୋଟ ପିଲାଙ୍କର ଉପରେ ଏହାର ପ୍ରଭାବ କମ ରହିବ। ଶିଶୁଙ୍କ ଶରୀରରେ ସାମାନ୍ୟ ଲକ୍ଷଣ ଦେଖାଯିବ ଯଦି ବି ଶିଶୁ କରୋନାରେ ସଂକ୍ରମିତ ହୁଅନ୍ତି ଖୁବ ଜଲଦି ସୁସ୍ଥ ହୋଇଯିବେ। ସେହିପରି ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହର କମ ମାରାତ୍ମକ ରହିବ ବୋଲି ସେ କହିଛନ୍ତି। ପୂର୍ବରୁ ପ୍ରଫେସର ଅଗ୍ରୱାଲ ନିଜର ଗାଣିତିକ ମଡେଲ ସୂତ୍ର ଆଧାରରେ ଦାବି କରିଥିଲେ ଯେ ଦ୍ୱିତୀୟ ଲହର ପରେ ତୃତୀୟ ଲହର ଆସିବ। ତେବେ ଏବେ ଯେମିତି ଓମିକ୍ରନ ଭ୍ୟାରିଆଣ୍ଟ ବ୍ୟାପିବା ଆରମ୍ଭ କଲାଣି ଆଗକୁ ତୃତୀୟ ଲହର ଆସିବା ନେଇ ତାଙ୍କ ଆକଳନ ସତ ହୋଇପାରେ।

ଭାରତରେ ପ୍ରଥମେ କର୍ଣ୍ଣାଟକରୁ ୨ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହା ପରେ ଗୁଜୁରାଟ ଜାମନଗରରୁ ଜଣେ ଓ ମହାରାଷ୍ଟ୍ରରୁ ଜଣେ ଚିହ୍ନଟ ହୋଇଥିଲେ। ହେଲେ ରବିବାର ଏକାସାଙ୍ଗେ ୧୭ ଜଣ ଓମିକ୍ରନ ଭ୍ୟାରିଆଣ୍ଟରେ ସଂକ୍ରମିତ ଚିହ୍ନଟ ପରେ ସ୍ୱାସ୍ଥ୍ୟ ବିଭାଗର ନିଦ ହଜିଯାଇଛି। ତେଣୁ ଆଗକୁ ଯଦି ସମସ୍ତେ ସତର୍କ ନହେବେ ପରିସ୍ଥିତି ପୁଣି ପୂର୍ବ ପରି ଉପୁଜିପାରେ ।

Leave A Reply

Your email address will not be published.