ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ବିଦେଶ ପଳାଉଥିଲେ,ବିମାନବନ୍ଦରରେ ଫସିଗଲେ

0

ନୂଆଦିଲ୍ଲୀ: ବିମାନ ବନ୍ଦରରେ ଫସିଗଲେ ଅଭିନେତ୍ରୀ। ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ ଗତକାଲି ଦୁବାଇ ଯାଉଥିବା ବେଳେ ମୁମ୍ବାଇ ବିମାନ ବନ୍ଦରରେ ତାଙ୍କୁ ଇଡି ଅଟକାଇଦେଇଥିଲା। ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କ ନାଁରେ ଇଡି ଏହି ଲୁକ୍ ଆଉଟ ନୋଟିସ ଜାରି କରିଥିବା ଜଣାପଡିଛି। ତେବେ ଲୁକ ଆଉ ନୋଟିସ ସତ୍ୱେ ଦୁବାଇରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ସେ ଯାଉଥିବା ବେଳେ ବିମାନବନ୍ଦରରେ ତାଙ୍କୁ ଅଟକାଯାଇଥିଲା। କଷ୍ଟମ ଅଧିକାରୀ ମାନେ ତାଙ୍କୁ ବିଦେଶ ଯିବାକୁ ଦେଇନଥିଲେ। ତେବେ କିଛି ସମୟ ଅଟକାଇବା ପରିବର୍ତ୍ତୀ ବିମାନ ବନ୍ଦର ବାହାରକୁ ଯିବାକୁ ଅନୁମତି ଦିଆଯାଇଥିଲା।

୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଇଡି ଠକ ସୁକେଶ ଚନ୍ଦ୍ରଶେଖର ଓ ଅନ୍ୟମାନଙ୍କ ନାଁରେ ଦିଲ୍ଲୀ ହାଇକୋର୍ଟରେ ଚାର୍ଜସିଟ ଦାଖଲ କରିଛି। ଜେଲରେ ଥାଇ ମଧ୍ୟ ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କଠାରୁ ୨ ଶହ କୋଟି ଟଙ୍କା ଠକି ନେଇଥିବା ସୁକେଶଙ୍କ ଅଭିଯୋଗ ରହିଛି। ସୁକେଶଙ୍କ ଆକାଉଣ୍ଟରୁ ଜ୍ୟାକଲିନଙ୍କ ପାଖକୁ ଟଙ୍କା କାରବାର ସହ ତାଙ୍କୁ ମୂଲ୍ୟବାନ ଉପହାର ଦେଇଥିବା ଜଣାପଡିଛି। ସୁକେଶ ୧୦ କୋଟି ଟଙ୍କାର ମୂଲ୍ୟବାନ ଉପହାର ଜ୍ୟାକଲିନଙ୍କୁ ଦେଇଥିବା ଇଡି ଚାର୍ଜସିଟରେ ଉଲ୍ଲେଖ କରିଛି।

ଚାର୍ଜସିଟରେ ଅଭିନେତ୍ରୀ ନୋରା ଫତେହିଁଙ୍କୁ ମଧ୍ୟ ସୁକେଶ ଦାମୀ କାର ଉପହାର ଦେଇଥିବା ଇଡି ଦର୍ଶାଇଛି। ତେବେ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀରେ ଇଡି ଜେରା ବେଳେ ହାଜର ହେବାକୁ ଜ୍ୟାକଲିନଙ୍କୁ କୁହାଯାଇଛି। ତେଣୁ ଖୁବ ଶୀଘ୍ର ତାଙ୍କ ବିରୋଧରେ ନୂଆ ସମନ ଜାରି କରାଯାଇପାରେ ।

Leave A Reply

Your email address will not be published.