ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ଲାଲୁଙ୍କ ଘରେ ବାଜିବ ସାହାନାଇ

0

ବର ସାଜିବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ସାନ ପୁଅ ତେଜସ୍ୱୀ ଯାଦବ । ଜାତୀୟ ଗଣମାଧ୍ୟରେ ପ୍ରକାଶିତ ଖବର ଅନୁସାରେ ଆଜି କିମ୍ବା କାଲି ଦିଲ୍ଲୀରେ ତାଙ୍କ ନିର୍ବନ୍ଧ ହୋଇପାରେ । ଏଥିପାଇଁ ପୁରା ଲାଲୁଙ୍କ ପରିବାର ଦିଲ୍ଲୀରେ ଅଛନ୍ତି । ନିର୍ବନ୍ଧ ପାଇଁ ଜୋରଦାର ପ୍ରସ୍ତୁତ ଚାଲିଥିବା ବେଳେ କିଛି ପ୍ରିୟଜନ କେବଳ ଏଥିରେ ସାମିଲ ହେବେ । ୫୦ ଜଣ ଅତି ଘନିଷ୍ଠ ନିର୍ବନ୍ଧରେ ସାମିଲ ହୋଇପାରନ୍ତି ।

ଲାଲୁ ଯାଦବଙ୍କ ୭ଟି ଝିଅ ଓ ୨ ପୁଅ ଅଛନ୍ତି । ୩୨ ବର୍ଷର ତେଜସ୍ୱୀ ଯାଦବ ହେଉଛନ୍ତି ସବୁଠୁ ସାନ । ତେବେ ତେଜସ୍ୱୀ ଯାଦବଙ୍କୁ ଲାଲୁ ଯାଦବଙ୍କ ରାଜନୈତିକ ଉ ରାଧିକାରୀ ଭାବେ ମଧ୍ୟ ବିବେଚନା କରାଯାଏ । ଲାଲୁଙ୍କ ଅନୁପସ୍ଥିତିରେ ସେ ଦଳ ସହିତ ଜଡିତ ସମସ୍ତ ନିଷ୍ପତ୍ତି ନେଇଥାନ୍ତି । ଏବେ ତେଜସ୍ୱୀ ବିହାରର ବିରୋଧୀ ଦଳ ନେତା ମଧ୍ୟ ଅଛନ୍ତି ।

ତେଜସ୍ୱୀ ଯାଦବ ରାଘୋପୁର ଆସନରୁ ବିଧାୟକ ଅଛନ୍ତି । ସେ ୨୦୧୫ରୁ ୨୦୧୭ ଯାଏ ବିହାରର ଉପମୁଖ୍ୟମନ୍ତ୍ରୀ ଥିଲେ । ତେବେ ଅନେକ ଥର ବିବାହକୁ ନେଇ ପ୍ରଶ୍ନକୁ ଏଡାଇଦେଇଥାନ୍ତି ତେଜସ୍ୱୀ । ଲାଲୁଙ୍କୁ ଜାମିନ ମିଳିବା ପରେ ଦ୍ୱିତୀୟ ଇନିଂସ ଆରମ୍ଭ କରିବା ନେଇ ସଙ୍କେତ ଦେଇଥିଲେ ତେଜସ୍ୱୀ । ଯାହା ଏବେ ପୁରା ହେବାକୁ ଯାଉଛି । ଏହା ପୂର୍ବରୁ ୨୦୧୮ରେ ବଡ଼ଭାଇ ତେଜପ୍ରତାପ ଯାଦବଙ୍କର ବିବାହ ହୋଇଥିଲା । କିନ୍ତୁ ବିବାହ ବେଶି ଦିନ ତିଷ୍ଠି ପାରିନଥିଲା । କିଛି ଦିନ ପରେ ବଡ଼ ଭାଇଙ୍କର ବିବାହ ବିଚ୍ଚେଦ ହୋଇଯାଇଥିଲା ।

Leave A Reply

Your email address will not be published.