ପ୍ରମୁଖ ଖବର

ଜବତ ହେଲା ଦୁର୍ଘଟଣାଘଟାଇଥିବା ଥର୍
ରାଜଧାନୀରେ ବଧୂହତ୍ୟା ଅଭି​‌ଯୋଗ, ସ୍ଵାମୀ ଗିରଫ
ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ଗିରଫ
୩ ଦିନିଆ ଓଡିଶା ଗସ୍ତରେ ଆସିବେ ମୋହନ ଭାଗବତ
ଚନ୍ଦ୍ରଭାଗାରେ ଗାଧୋଇବା ବେଳେ ଅଘଟଣ, ସମୁଦ୍ରରେ ବୁଡି ୩ ମୃତ
ଶହୀଦ ଲକ୍ଷ୍ମଣ ନାୟକ ହସ୍ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଲାଲୁଙ୍କ ଘରେ ବାଜିବ ସାହାନାଇ

0

ବର ସାଜିବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ସାନ ପୁଅ ତେଜସ୍ୱୀ ଯାଦବ । ଜାତୀୟ ଗଣମାଧ୍ୟରେ ପ୍ରକାଶିତ ଖବର ଅନୁସାରେ ଆଜି କିମ୍ବା କାଲି ଦିଲ୍ଲୀରେ ତାଙ୍କ ନିର୍ବନ୍ଧ ହୋଇପାରେ । ଏଥିପାଇଁ ପୁରା ଲାଲୁଙ୍କ ପରିବାର ଦିଲ୍ଲୀରେ ଅଛନ୍ତି । ନିର୍ବନ୍ଧ ପାଇଁ ଜୋରଦାର ପ୍ରସ୍ତୁତ ଚାଲିଥିବା ବେଳେ କିଛି ପ୍ରିୟଜନ କେବଳ ଏଥିରେ ସାମିଲ ହେବେ । ୫୦ ଜଣ ଅତି ଘନିଷ୍ଠ ନିର୍ବନ୍ଧରେ ସାମିଲ ହୋଇପାରନ୍ତି ।

ଲାଲୁ ଯାଦବଙ୍କ ୭ଟି ଝିଅ ଓ ୨ ପୁଅ ଅଛନ୍ତି । ୩୨ ବର୍ଷର ତେଜସ୍ୱୀ ଯାଦବ ହେଉଛନ୍ତି ସବୁଠୁ ସାନ । ତେବେ ତେଜସ୍ୱୀ ଯାଦବଙ୍କୁ ଲାଲୁ ଯାଦବଙ୍କ ରାଜନୈତିକ ଉ ରାଧିକାରୀ ଭାବେ ମଧ୍ୟ ବିବେଚନା କରାଯାଏ । ଲାଲୁଙ୍କ ଅନୁପସ୍ଥିତିରେ ସେ ଦଳ ସହିତ ଜଡିତ ସମସ୍ତ ନିଷ୍ପତ୍ତି ନେଇଥାନ୍ତି । ଏବେ ତେଜସ୍ୱୀ ବିହାରର ବିରୋଧୀ ଦଳ ନେତା ମଧ୍ୟ ଅଛନ୍ତି ।

ତେଜସ୍ୱୀ ଯାଦବ ରାଘୋପୁର ଆସନରୁ ବିଧାୟକ ଅଛନ୍ତି । ସେ ୨୦୧୫ରୁ ୨୦୧୭ ଯାଏ ବିହାରର ଉପମୁଖ୍ୟମନ୍ତ୍ରୀ ଥିଲେ । ତେବେ ଅନେକ ଥର ବିବାହକୁ ନେଇ ପ୍ରଶ୍ନକୁ ଏଡାଇଦେଇଥାନ୍ତି ତେଜସ୍ୱୀ । ଲାଲୁଙ୍କୁ ଜାମିନ ମିଳିବା ପରେ ଦ୍ୱିତୀୟ ଇନିଂସ ଆରମ୍ଭ କରିବା ନେଇ ସଙ୍କେତ ଦେଇଥିଲେ ତେଜସ୍ୱୀ । ଯାହା ଏବେ ପୁରା ହେବାକୁ ଯାଉଛି । ଏହା ପୂର୍ବରୁ ୨୦୧୮ରେ ବଡ଼ଭାଇ ତେଜପ୍ରତାପ ଯାଦବଙ୍କର ବିବାହ ହୋଇଥିଲା । କିନ୍ତୁ ବିବାହ ବେଶି ଦିନ ତିଷ୍ଠି ପାରିନଥିଲା । କିଛି ଦିନ ପରେ ବଡ଼ ଭାଇଙ୍କର ବିବାହ ବିଚ୍ଚେଦ ହୋଇଯାଇଥିଲା ।

Leave A Reply

Your email address will not be published.