ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ମନେ ରହିବେ ବାୟୁବୀର

0

ଆଜି ଏଭଳି ଏକ ଦୁର୍ଘଟଣା ଘଟିଛି ଯାହା ପୁରା ଦେଶକୁ ଦୋହଲାଇଦେଇଛି । ଦେଶ ଆଜି ଏମିତି ଏକ ବାୟୁବୀରଙ୍କୁ ହରାଇଛି ଯାହାଙ୍କ ବୀରତ୍ୱ ବିଷୟରେ ଯେତେ କହିଲେ ବି କମ ହେବ । ସେନା ହେଲିକପ୍ଟର ଦୁର୍ଘଟଣାରେ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ୍‌ ରାୱତଙ୍କ ମୃତ୍ୟୁ ହୋଇଛି । ତାଙ୍କ ପତ୍ନୀ ମଧୁଲିକା ମଧ୍ୟ ଆଖିବୁଜିଛନ୍ତି ।

ତାମିଲନାଡୁ କୁନ୍ନୁରଠାରେ ବାୟୁ ସେନା ହେଲିକପ୍ଟର ଦୁର୍ଘଟଣା ହେବା ପରେ ବିପିନ ରାୱତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ବାୟୁସେନା ପକ୍ଷରୁ ଏନେଇ ଟ୍ୱିଟ କରି ସୂଚନା ଦିଆଯାଇଛି । ହେଲିକପ୍ଟରରେ ସିଡିଏସ ବିପିନ ରାୱତ, ତାଙ୍କ ପତ୍ନୀଙ୍କ ସମେତ ୧୪ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଗ୍ରୁପ କ୍ୟାପଟେନ ବରୁଣ ସିଂ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଏବେ ହସ୍ପିଟାଲରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଗ୍ରୁପ କ୍ୟାପଟେନ ବରୁଣ ସିଂ । ବିପିନ ରାୱତଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ରାୱତଙ୍କ ବିୟୋଗରେ ଶୋକ ପ୍ରକାଶ କରି ରାଷ୍ଟ୍ରପତି କହିଛନ୍ତି, ଜଣେ ବୀର ପୁଅକୁ ଦେଶ ହରାଇଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଜେନେରାଲ ରାୱତ ଜଣେ ଅଦ୍ୱିତୀୟ ଯୋଦ୍ଧା ଥିଲେ । ଆମେ ଜଣେ ସଚ୍ଚା ଦେଶଭକ୍ତଙ୍କୁ ହରାଇଲୁ । ଦେଶ ବିପିନଙ୍କ ଯୋଗଦାନକୁ କେବେ ଭୁଲିବ ନାହିଁ ।

ସେନାର ଆଧୁନିକୀକରଣରେ ବିପିନଙ୍କ ଭୂମିକା ଅତୁଳନୀୟ । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ସିଡିଏସ ରାୱତଙ୍କ ବିୟୋଗ ଅପୂରଣୀୟ କ୍ଷତି । ଅମିତ ଶାହା କହିଛନ୍ତି, ଏହା ଦେଶ ପାଇଁ ଏକ ଦୁଃଖଦ ଦିନ । ବିପିନ ରାୱତଙ୍କ ସାହାସିକତା ସବୁବେଳେ ମନେ ରହିବ । ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।ଜେପି ନଡ୍ଟା କହିଛନ୍ତି, ବିପିନ ରାୱତଙ୍କ ମୃତ୍ୟୁ ଦେଶ ପାଇଁ ବଡ଼ କ୍ଷତି ।

ତାମିଲନାଡୁର କୁନ୍ନୁର ଠାରେ ଆଜି ଏନଆଇ-୧୭ ଭି୫ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ହେଲିକପ୍ଟରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ସଂପୂର୍ଣ୍ଣ ଅ ଳ ଧୂଆଁମୟ ହୋଇଯାଇଥିଲା । ସାଙ୍ଗେ ସାଙ୍ଗେ ଆରମ୍ଭ କରାଯାଇଥିଲା ଉଦ୍ଧାର କାର୍ଯ୍ୟ । ବିପିନ ରାୱତଙ୍କ ସମେତ ୩ ଜଣଙ୍କୁ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସିଡିଏସ ବିପିନ ରାୱତ ଉଟି ୱେଲିଙ୍ଗଟନ ଯାଇଥିଲେ ।

ସେଠାରେ ଆର୍ମି ଫୋର୍ସର ଏକ କଲେଜ ରହିଛି । କଲେଜରେ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗ ଦେଇ ଅଭିଭାଷଣ ରଖିବାକୁ ଯାଇଥିଲେ ବିପିନ ରାୱତ । ତାଙ୍କ ସହ ପତ୍ନୀ ମଧୁଲିକା ଓ ବ୍ରିଗେଡିୟର ରୢାଙ୍କ ଅଧିକାରୀ ଥିଲେ । ତେବେ କୁନ୍ନୁର ପାଖରେ ହେଲିକପ୍ଟରଟି ବିମାନଟି କ୍ରାସ ହୋଇଥିଲା । ଖରାପ ପାଗ ଯୋଗୁଁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଥିବା ବେଳେ ବାୟୁସେନା ପକ୍ଷରୁ ଯାଞ୍ଚର ନିର୍ଦ୍ଦେଶ ଦିଆଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ବିପିନ ରାୱତଙ୍କ ଘରକୁ ଯାଇ ତାଙ୍କ ସମ୍ପର୍କୀୟଙ୍କୁ ଭେଟିଛନ୍ତି ।

Leave A Reply

Your email address will not be published.