ପ୍ରମୁଖ ଖବର

ଶ୍ରୀମନ୍ଦିରରେ ଆସୁଛି ଇ-ହୁଣ୍ଡି ବ୍ୟବସ୍ଥା; ବିଶ୍ୱର ଯେକୌଣସି ସ୍ଥାନରୁ କରିହେବ ଦାନ
ଦିଲ୍ଲୀ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୨୧ ମୃତ, ୪୦ରୁ ଅଧିକ ଉଦ୍ଧାର
ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପକୁ ମିଳିବ ଆଗୁଆ ଟଙ୍କା
୩୯,୨୯୦ କୋଟିର ମେଗା ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
କର୍ଣ୍ଣାଟକର ୩୪ତମ ମୁଖ୍ୟମନ୍ତ୍ରୀ ଭାବେ ଡି.କେ. ଶିବକୁମାରଙ୍କ ଶପଥ ଗ୍ରହଣ
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ,ବିବାହ ପରେ ବି ପିତାମାତାଙ୍କ ପରିବାରର ସଦସ୍ୟ ଝିଅ

ମନେ ରହିବେ ବାୟୁବୀର

0

ଆଜି ଏଭଳି ଏକ ଦୁର୍ଘଟଣା ଘଟିଛି ଯାହା ପୁରା ଦେଶକୁ ଦୋହଲାଇଦେଇଛି । ଦେଶ ଆଜି ଏମିତି ଏକ ବାୟୁବୀରଙ୍କୁ ହରାଇଛି ଯାହାଙ୍କ ବୀରତ୍ୱ ବିଷୟରେ ଯେତେ କହିଲେ ବି କମ ହେବ । ସେନା ହେଲିକପ୍ଟର ଦୁର୍ଘଟଣାରେ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ୍‌ ରାୱତଙ୍କ ମୃତ୍ୟୁ ହୋଇଛି । ତାଙ୍କ ପତ୍ନୀ ମଧୁଲିକା ମଧ୍ୟ ଆଖିବୁଜିଛନ୍ତି ।

ତାମିଲନାଡୁ କୁନ୍ନୁରଠାରେ ବାୟୁ ସେନା ହେଲିକପ୍ଟର ଦୁର୍ଘଟଣା ହେବା ପରେ ବିପିନ ରାୱତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ବାୟୁସେନା ପକ୍ଷରୁ ଏନେଇ ଟ୍ୱିଟ କରି ସୂଚନା ଦିଆଯାଇଛି । ହେଲିକପ୍ଟରରେ ସିଡିଏସ ବିପିନ ରାୱତ, ତାଙ୍କ ପତ୍ନୀଙ୍କ ସମେତ ୧୪ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଗ୍ରୁପ କ୍ୟାପଟେନ ବରୁଣ ସିଂ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଏବେ ହସ୍ପିଟାଲରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଗ୍ରୁପ କ୍ୟାପଟେନ ବରୁଣ ସିଂ । ବିପିନ ରାୱତଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ରାୱତଙ୍କ ବିୟୋଗରେ ଶୋକ ପ୍ରକାଶ କରି ରାଷ୍ଟ୍ରପତି କହିଛନ୍ତି, ଜଣେ ବୀର ପୁଅକୁ ଦେଶ ହରାଇଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଜେନେରାଲ ରାୱତ ଜଣେ ଅଦ୍ୱିତୀୟ ଯୋଦ୍ଧା ଥିଲେ । ଆମେ ଜଣେ ସଚ୍ଚା ଦେଶଭକ୍ତଙ୍କୁ ହରାଇଲୁ । ଦେଶ ବିପିନଙ୍କ ଯୋଗଦାନକୁ କେବେ ଭୁଲିବ ନାହିଁ ।

ସେନାର ଆଧୁନିକୀକରଣରେ ବିପିନଙ୍କ ଭୂମିକା ଅତୁଳନୀୟ । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ସିଡିଏସ ରାୱତଙ୍କ ବିୟୋଗ ଅପୂରଣୀୟ କ୍ଷତି । ଅମିତ ଶାହା କହିଛନ୍ତି, ଏହା ଦେଶ ପାଇଁ ଏକ ଦୁଃଖଦ ଦିନ । ବିପିନ ରାୱତଙ୍କ ସାହାସିକତା ସବୁବେଳେ ମନେ ରହିବ । ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।ଜେପି ନଡ୍ଟା କହିଛନ୍ତି, ବିପିନ ରାୱତଙ୍କ ମୃତ୍ୟୁ ଦେଶ ପାଇଁ ବଡ଼ କ୍ଷତି ।

ତାମିଲନାଡୁର କୁନ୍ନୁର ଠାରେ ଆଜି ଏନଆଇ-୧୭ ଭି୫ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ହେଲିକପ୍ଟରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ସଂପୂର୍ଣ୍ଣ ଅ ଳ ଧୂଆଁମୟ ହୋଇଯାଇଥିଲା । ସାଙ୍ଗେ ସାଙ୍ଗେ ଆରମ୍ଭ କରାଯାଇଥିଲା ଉଦ୍ଧାର କାର୍ଯ୍ୟ । ବିପିନ ରାୱତଙ୍କ ସମେତ ୩ ଜଣଙ୍କୁ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସିଡିଏସ ବିପିନ ରାୱତ ଉଟି ୱେଲିଙ୍ଗଟନ ଯାଇଥିଲେ ।

ସେଠାରେ ଆର୍ମି ଫୋର୍ସର ଏକ କଲେଜ ରହିଛି । କଲେଜରେ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗ ଦେଇ ଅଭିଭାଷଣ ରଖିବାକୁ ଯାଇଥିଲେ ବିପିନ ରାୱତ । ତାଙ୍କ ସହ ପତ୍ନୀ ମଧୁଲିକା ଓ ବ୍ରିଗେଡିୟର ରୢାଙ୍କ ଅଧିକାରୀ ଥିଲେ । ତେବେ କୁନ୍ନୁର ପାଖରେ ହେଲିକପ୍ଟରଟି ବିମାନଟି କ୍ରାସ ହୋଇଥିଲା । ଖରାପ ପାଗ ଯୋଗୁଁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଥିବା ବେଳେ ବାୟୁସେନା ପକ୍ଷରୁ ଯାଞ୍ଚର ନିର୍ଦ୍ଦେଶ ଦିଆଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ବିପିନ ରାୱତଙ୍କ ଘରକୁ ଯାଇ ତାଙ୍କ ସମ୍ପର୍କୀୟଙ୍କୁ ଭେଟିଛନ୍ତି ।

Leave A Reply

Your email address will not be published.