ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ଆଜି ଚାଷୀ ଆନ୍ଦୋଳନରେ ପଡିବ ପୂର୍ଣ୍ଣଚ୍ଛେଦ!

0

ନୂଆଦିଲ୍ଲୀ: ପାଖାପାଖି ଏକ ବର୍ଷ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକ ଆଜି ଘରକୁ ଫେରିବା ନେଇ ଘୋଷଣା କରିପାରନ୍ତି । କୃଷକ ଓ ସରକାର ମଧ୍ୟରେ ସହମତି ପ୍ରକାଶ ପାଇଛି। ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଗତକାଲି କୁହାଯାଇଥିଲା ଯେ, ସେମାନଙ୍କ ବିଚାରଧୀନ ଦାବି ଗୁଡିକ ଉପରେ କେନ୍ଦ୍ରର ସଂଶୋଧିତ ପ୍ରସ୍ତାବ ନେଇ ସହମତି ପ୍ରକାଶ ପାଇଛି। ଆଜି ମଧ୍ୟାହ୍ନରେ ଦିଲ୍ଲୀ ସିଂଘୁ ସୀମାରେ ଏନେଇ ବୈଠକ ବସିବ।ବୈଠକରେ କୃଷକ ମାନେ ଆନ୍ଦୋଳନ ଶେଷ କରି ନିଜ ନିଜ ଘରକୁ ଫେରିବା ନେଇ ଘୋଷଣା କରିପାରନ୍ତି।

ଚାଷୀଙ୍କ ଦାବି ନେଇ କେନ୍ଦ୍ର ସରକାର ଏକ ପ୍ରସ୍ତାବ ପଠାଇଛନ୍ତି। ଯାହାକୁ ନେଇ ଚାଷୀ ସଂଗଠନ ସକାରାତ୍ମକ ରହିଛି। କୃଷକ ନେତା ଗୁରୁନମ ସିଂ ଚାଡୁନି କହିଛନ୍ତି ଯେ, ବିଚାରଧୀନ ଦାବି ସମ୍ପର୍କରେ କେନ୍ଦ୍ର ସରକାର ପୂର୍ବରୁ ଦେଇଥିବା ପ୍ରସ୍ତାବ ଗ୍ରହଣ ଯୋଗ୍ୟ ନଥିଲା, ତେବେ ଗତକାଲି ଏକ ନୂତନ ପ୍ରସ୍ତାବ ଦେଇଛନ୍ତି। ସୂତ୍ର ଅନୁଯାୟୀ, ନୂଆ ପ୍ରସ୍ତାବରେ ଏହା ସ୍ପଷ୍ଟ କରାଯାଇଛି ଯେ, ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) କମିଟିରେ ସରକାର ଏସକେଏମ ସଦସ୍ୟଙ୍କୁ ସାମିଲ କରିବେ ଏବଂ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ଓ ହରିୟାଣା ସରକାର ଚାଷୀଙ୍କ ବିରୋଧରେ ଥିବା ମାମଲାକୁ ତୁରନ୍ତ ପ୍ରତ୍ୟାହାର କରିବେ।

ଦିଲ୍ଲୀରେ କୃଷକଙ୍କ ବିରୋଧରେ ହୋଇଥିବା ପଞ୍ଜୀକୃତ ମାମଲା ମଧ୍ୟ ପ୍ରତ୍ୟାହାର ହେବ। ଏସକେଏମ କୋର କମିଟି ବୈଠକ ପରେ ଗୁରୁନମ ସିଂ ଚାଡୁନି କହିଛନ୍ତି, ଆମର ଦାବି ଉପରେ ସରକାର ସହମତ। ଆଜି ବୈଠକରେ ଆମେ ଆନ୍ଦୋଳନ ସ୍ଥଗିତ କରିବାକୁ ନିଷ୍ପତ୍ତି ନେବୁ। ଗତକାଲି ଚାଷୀ ଆନ୍ଦୋଳନ ପ୍ରତ୍ୟାହାର ହେବ ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ ଆନ୍ଦୋଳନକାରୀ ଚାଷୀ ଦାବି କରିଥିଲେ ଯେ, ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଯାଇ ସରକାର ମିଛ ପ୍ରତିଶ୍ରୁତି ଦେଇପାରନ୍ତି। ତେଣୁ ଆଗ ଦାବି ପୂରଣ ହେଲେ ତା ପରେ ଆନ୍ଦୋଳନ ଶେଷ କରାଯିବ। ଏହା ପରେ ସନ୍ଧ୍ୟାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନୂଆ ପ୍ରସ୍ତାବ ଆସିଥିଲା।। କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବକୁ ଚାଷୀ ସଂଗଠନ ଗ୍ରହଣ କରିଥିବା ଜଣାପଡିଛି। ଦୀର୍ଘ ୧୫ ମାସ ହେବ ଆନ୍ଦୋଳନରେ ବସିଛନ୍ତି ଚାଷୀ।

Leave A Reply

Your email address will not be published.