ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଆଜି ଚାଷୀ ଆନ୍ଦୋଳନରେ ପଡିବ ପୂର୍ଣ୍ଣଚ୍ଛେଦ!

0

ନୂଆଦିଲ୍ଲୀ: ପାଖାପାଖି ଏକ ବର୍ଷ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକ ଆଜି ଘରକୁ ଫେରିବା ନେଇ ଘୋଷଣା କରିପାରନ୍ତି । କୃଷକ ଓ ସରକାର ମଧ୍ୟରେ ସହମତି ପ୍ରକାଶ ପାଇଛି। ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଗତକାଲି କୁହାଯାଇଥିଲା ଯେ, ସେମାନଙ୍କ ବିଚାରଧୀନ ଦାବି ଗୁଡିକ ଉପରେ କେନ୍ଦ୍ରର ସଂଶୋଧିତ ପ୍ରସ୍ତାବ ନେଇ ସହମତି ପ୍ରକାଶ ପାଇଛି। ଆଜି ମଧ୍ୟାହ୍ନରେ ଦିଲ୍ଲୀ ସିଂଘୁ ସୀମାରେ ଏନେଇ ବୈଠକ ବସିବ।ବୈଠକରେ କୃଷକ ମାନେ ଆନ୍ଦୋଳନ ଶେଷ କରି ନିଜ ନିଜ ଘରକୁ ଫେରିବା ନେଇ ଘୋଷଣା କରିପାରନ୍ତି।

ଚାଷୀଙ୍କ ଦାବି ନେଇ କେନ୍ଦ୍ର ସରକାର ଏକ ପ୍ରସ୍ତାବ ପଠାଇଛନ୍ତି। ଯାହାକୁ ନେଇ ଚାଷୀ ସଂଗଠନ ସକାରାତ୍ମକ ରହିଛି। କୃଷକ ନେତା ଗୁରୁନମ ସିଂ ଚାଡୁନି କହିଛନ୍ତି ଯେ, ବିଚାରଧୀନ ଦାବି ସମ୍ପର୍କରେ କେନ୍ଦ୍ର ସରକାର ପୂର୍ବରୁ ଦେଇଥିବା ପ୍ରସ୍ତାବ ଗ୍ରହଣ ଯୋଗ୍ୟ ନଥିଲା, ତେବେ ଗତକାଲି ଏକ ନୂତନ ପ୍ରସ୍ତାବ ଦେଇଛନ୍ତି। ସୂତ୍ର ଅନୁଯାୟୀ, ନୂଆ ପ୍ରସ୍ତାବରେ ଏହା ସ୍ପଷ୍ଟ କରାଯାଇଛି ଯେ, ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) କମିଟିରେ ସରକାର ଏସକେଏମ ସଦସ୍ୟଙ୍କୁ ସାମିଲ କରିବେ ଏବଂ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ଓ ହରିୟାଣା ସରକାର ଚାଷୀଙ୍କ ବିରୋଧରେ ଥିବା ମାମଲାକୁ ତୁରନ୍ତ ପ୍ରତ୍ୟାହାର କରିବେ।

ଦିଲ୍ଲୀରେ କୃଷକଙ୍କ ବିରୋଧରେ ହୋଇଥିବା ପଞ୍ଜୀକୃତ ମାମଲା ମଧ୍ୟ ପ୍ରତ୍ୟାହାର ହେବ। ଏସକେଏମ କୋର କମିଟି ବୈଠକ ପରେ ଗୁରୁନମ ସିଂ ଚାଡୁନି କହିଛନ୍ତି, ଆମର ଦାବି ଉପରେ ସରକାର ସହମତ। ଆଜି ବୈଠକରେ ଆମେ ଆନ୍ଦୋଳନ ସ୍ଥଗିତ କରିବାକୁ ନିଷ୍ପତ୍ତି ନେବୁ। ଗତକାଲି ଚାଷୀ ଆନ୍ଦୋଳନ ପ୍ରତ୍ୟାହାର ହେବ ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ ଆନ୍ଦୋଳନକାରୀ ଚାଷୀ ଦାବି କରିଥିଲେ ଯେ, ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଯାଇ ସରକାର ମିଛ ପ୍ରତିଶ୍ରୁତି ଦେଇପାରନ୍ତି। ତେଣୁ ଆଗ ଦାବି ପୂରଣ ହେଲେ ତା ପରେ ଆନ୍ଦୋଳନ ଶେଷ କରାଯିବ। ଏହା ପରେ ସନ୍ଧ୍ୟାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନୂଆ ପ୍ରସ୍ତାବ ଆସିଥିଲା।। କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବକୁ ଚାଷୀ ସଂଗଠନ ଗ୍ରହଣ କରିଥିବା ଜଣାପଡିଛି। ଦୀର୍ଘ ୧୫ ମାସ ହେବ ଆନ୍ଦୋଳନରେ ବସିଛନ୍ତି ଚାଷୀ।

Leave A Reply

Your email address will not be published.