ପ୍ରମୁଖ ଖବର

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ
ଯୁକ୍ତ ୨ କଳା ଓ ଅନ୍ୟ ଧନ୍ଦାମୂଳକ ପରୀକ୍ଷା ଫଳ ଜୁନ ମାସ ୮ ତାରିଖ ପରେ ବାହାରିବାର ସମ୍ଭାବନା ରହିଛି
ରାଜଧାନୀର ୫୭ଟି ସ୍ଥାନରେ ହେବ ରଥଯାତ୍ରା, ନବଦିନାତ୍ମକ ଯାତ୍ରା ପାଇଁ ସଜାଗ କମିଶନରେଟ୍ ପୋଲିସ
ରଥଯାତ୍ରା ପାଇଁ ହେଲା ନୀତି ନିର୍ଘଣ୍ଟ, ଅପରାହ୍ନ ୪ଟାରେ ଆରମ୍ଭ ହେବ ରଥଟଣା
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ ହେଲେ କିନ୍ନର
ଜୁନ୍‌ ପହିଲାରୁ କର୍ଣ୍ଣାଟକରେ ମହିଳାଙ୍କ ପାଇଁ ମାଗଣା ବସ୍‌ ଯାତ୍ରା
ଆସନ୍ତାକାଲି ଶ୍ରୀମନ୍ଦିରରେ ୪ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣଦର୍ଶନ
ପ୍ରଥମଥର ପାଇଁ ଓଡିଶା ତରଫରୁ ଆୟୋଜନ କରାଯାଉଛି ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ଟିକେଟ ଦେଲେ ଭାରତୀୟ ଦଳର ଅଧିନାୟକ ସୁନୀଲ ଛେତ୍ରୀ
ଶ୍ରୀମନ୍ଦିରରେ ବ୍ୟବହାର ହେବ ସାତ୍ୱିକ ରେଶମ ବସ୍ତ୍ର: ବଦଳିବ ମହାପ୍ରଭୁଙ୍କ ଗୀତଗୋବିନ୍ଦ ଖଣ୍ଡୁଆ ପାଟର ପ୍ରସ୍ତୁତି ପ୍ରଣାଳୀ
ରଦ୍ଦ ହୋଇପାରେ ୧୫୦ଟି ମେଡିକାଲ କଲେଜର ମାନ୍ୟତା, ଏନଏମସି ନେଇପାରେ କଠୋର କାର୍ଯ୍ୟାନୁଷ୍ଠାନ

ମୋଦୀ ବଦଳାଇଦେଲେ ଚେହେରା

0
  • ଆଜି କାଶୀ ବିଶ୍ବନାଥ କରିଡର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
  • ୨ବର୍ଷ ୯ମାସ ମଧ୍ୟରେ ୫ଲକ୍ଷ ବର୍ଗଫୁଟ ଅଞ୍ଚଳର ବିକାଶ କରାଗଲା

ବାରାଣାସୀ: ୨୦୧୯ ମାର୍ଚ୍ଚ ୮ ତାରିଖରେ ଶିଳାନ୍ୟାସ ହୋଇଥିଲା। ପାଖାପାଖି ୨ବର୍ଷ ୯ମାସ ପରେ ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ କରିବେ। ଆମେ ପ୍ରଧାନମନ୍ତ୍ରୀଙ୍କ ବହୁ ପ୍ରତୀକ୍ଷିତ ପ୍ରକଳ୍ପ କାଶୀ ବିଶ୍ବନାଥ କରିଡର କଥା କହୁଛି। ଆଜି ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ କରିବେ। ଏହାର ଅବ୍ୟବହିତ ପୂର୍ବରୁ ରବିବାର ମୁଖ୍ୟମନ୍ତ୍ରୀ ଯୋଗ୍ୟ ଆଦିତ୍ୟନାଥ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୁଦାୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ‘ଦିବ୍ୟ କାଶୀ, ଭବ୍ୟ କାଶୀ’ ସ୍ଲୋଗାନରେ ଏହା ଏବେ ପରିଚିତ ହେବା ଆରମ୍ଭ କରିଛି।

ଏହି ପ୍ରକଳ୍ପ ମୁଖ୍ୟତଃ କାଶୀ ବିଶ୍ବନାଥ ମନ୍ଦିରରୁ ଗଙ୍ଗା ନଦୀ କୂଳକୁ ସଂଯୋଗ କରୁଥିବା ରାସ୍ତା। ପ୍ରଧାନମନ୍ତ୍ରୀଙ୍କର ଏହା ଦୀର୍ଘଦିନର ସ୍ବପ୍ନ ଥିଲା। ଏହି ପ୍ରକଳ୍ପରେ ୪୦ରୁ ଅଧିକ ପ୍ରାଚୀନ ମନ୍ଦିରର ପୁନଃସ୍ଥାପିତ ହୋଇଛି ଓ ସୌନ୍ଦର୍ଯୀକରଣ ମଧ୍ୟ କରାଯାଇଛି। ସମୁଦାୟ ୫ଲକ୍ଷ ବର୍ଗଫୁଟ ଅଞ୍ଚଳରେ ପୂରା ପ୍ରକଳ୍ପର ବିକାଶ କରାଯାଇଛି। ଭକ୍ତମାନଙ୍କ ପାଖରେ ସବୁ ସୁବିଧା ପହଞ୍ଚାଇବା ଲାଗି ୨୩ଟି ନୂତନ କୋଠା ମଧ୍ୟ ନିର୍ମାଣ କରାଯାଇଛି।

ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ବାରାଣାସୀ ବିମାନବନ୍ଦରରେ ପହଞ୍ଚି ହେଲିକପ୍ଟର ଯୋଗେ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରକୁ ଯିବେ। ତା’ପରେ ସେ କାଳ ଭୈରବ ମନ୍ଦିର ଯାତ୍ରା କରିବେ ଏବଂ ତା’ପରେ କରିଡର ସଂଲଗ୍ନ ଘାଟରେ ପହଞ୍ଚିବା ପାଇଁ ଏକ ଜଳ ମାର୍ଗ ଦେଇଯିବେ। ବାରଣାସୀ ପ୍ରଶାସନ କହିଛି ଯେ ପ୍ରକଳ୍ପ ଉଦଘାଟନ ସହିତ ସମୁଦାୟ ଅଞ୍ଚଳକୁ ପ୍ରଧାନମନ୍ତ୍ରୀ ବୁଲିବେ। ପୂରା କାର୍ଯ୍ୟକ୍ରମ ପ୍ରାୟ ୨ରୁ ୩ ଘଣ୍ଟା ଲାଗିବ।ଏହି କାର୍ଯ୍ୟକ୍ରମରେ ପ୍ରାୟ ୩ହଜାରରୁ ଅଧିକ ଲୋକଙ୍କର ସମାଗମ ହେବ ବୋଲି ଆଶା କରାଯାଉଛି।

ଏହି କରିଡରରେ ପରିବେଶର ସୁରକ୍ଷା ବାର୍ତ୍ତା ଦେବାକୁ ବିଚାର କରାଯାଇଛି। ଏହି କରିଡରରେ ରୁଦ୍ରାକ୍ଷ ଠାରୁ ଆରମ୍ଭ କରି ଅଁଳା, ଅଶୋକ ଗଛ ଆଦି ଲଗାଯାଇଛି। ସେହିଭଳି ମନ୍ଦିର ପରିସରରେ ବୃକ୍ଷରୋପଣକୁ ଅଧିକ ଗୁରୁତ୍ବ ଦିଆଯାଇଛି।

ଏଠାରେ ଉଲ୍ଲେଖଥାଉକି, ସୋମବାର ଠାରୁ ବାରାଣାସୀରେ ଦୁଇ ଦିନିଆ କନକ୍ଲେଭରେ ୧୨ଟି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ ଯେଉଁଥିରେ ଦଳର ନଅ ଜଣ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଉତ୍ତମ ଶାସନ ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ବିଚାରବିମର୍ଶ କରିବେ। ଆସାମ, ଅରୁଣାଚଳ ପ୍ରଦେଶ, ଗୋଆ, ଗୁଜୁରାଟ, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମଣିପୁର, ତ୍ରିପୁରା, ଉତ୍ତରପ୍ରଦେଶ ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସହଜ, ସରଳ ଏବଂ ସୁରକ୍ଷିତ ଦର୍ଶନ ପାଇଁ ତିନୋଟି ପାସେଞ୍ଜର ଫ୍ୟାସିଲିଟେସନ୍ କେନ୍ଦ୍ର କରାଯାଇଛି। ବିଭିନ୍ନ ଧାର୍ମିକ କାର୍ଯ୍ୟ ଏବଂ ସୁବିଧା ପାଇଁ କୋଠା ନିର୍ମାଣ କରାଯାଇଛି। ଭକ୍ତମାନଙ୍କ ପାଇଁ ପୂଜା ସାମଗ୍ରୀ ବିକ୍ରି କରୁଥିବା ଲକର, ଟିକେଟ୍ କାଉଣ୍ଟର, ଦୋକାନ ଭଳି ସୁବିଧା ଉପଲବ୍ଧ ହେବ।

ଏହି ଅବସରରେ ବାରାଣସୀ ଜିଲ୍ଲା ପ୍ରଶାସନ ସହରର ୮ ଲକ୍ଷ ପରିବାରକୁ ଲଡୁ ବଣ୍ଟନ କରିବ। ପ୍ରାୟ ୨୮ ରୁ ୩୦ ଲକ୍ଷ ଲଡୁ ବଣ୍ଟନ କରାଯିବ, ଯାହା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ପ୍ରତ୍ୟେକ ପ୍ୟାକେଟରେ ଦୁଇରୁ ଚାରି ଲଡୁ ରହିବ। ଦେଶର ୧୨ ଟି ‘ଜ୍ୟୋତିର୍ଲିଙ୍ଗସ୍’ (ଶିବ ମନ୍ଦିର) ମଧ୍ୟରୁ କାଶୀ ବିଶ୍ୱନାଥ ମନ୍ଦିରର ଆଧ୍ୟାତ୍ମିକ ମହତ୍ତ୍ବ ବିଷୟରେ ସୂଚନା ଥିବା ମିଠା ସହିତ ଏକ ବୁକଲେଟ୍ ମଧ୍ୟ ବଣ୍ଟନ କରାଯିବ।

Leave A Reply

Your email address will not be published.