ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଓମିକ୍ରନକୁ ନେଇ ବଡ଼ ଖବର ଦେଲା ‘ହୁ’

0
  • ଡେଲଟା ଠାରୁ ଓମିକ୍ରନ ହେଉଛି ଅଧିକ ସଂକ୍ରାମକ
  • ତୃତୀୟ ଲହର ନେଇ ଆଶଙ୍କା ପ୍ରକାଶ କଲେଣି ବିଶେଷଜ୍ଞ
  • ଆନ୍ଧ୍ରପ୍ରଦେଶ, କେରଳ ଓ ଚଣ୍ଡିଗଡକୁ ଛୁଇଁଗଲା ଓମିକ୍ରନ୍
  • ଭାରତରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୮ ଛୁଇଁଲା

ଜେନେଭା/ ନୂଆଦିଲ୍ଲୀ: କରୋନାର ଡେଲଟା ପ୍ରଜାତି ଅପେକ୍ଷା ଓମିକ୍ରନ୍ ଅଧିକ ସଂକ୍ରାମକ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏଭଳି ସୂଚନା ଏବେ ସମଗ୍ର ବିଶ୍ବକୁ ଚିନ୍ତାରେ ପକାଇ ଦେଇଛି। ଏଥସିହତ ସମଗ୍ର ବିଶ୍ବରେ ଓମିକ୍ରନ୍ କରୋନାର ତୃତୀୟ ଲହରର ଭୟ ବଢ଼ାଇ ଦେଲାଣି। ଯଦିଓ ବିଭିନ୍ନ ଦେଶ କରୋନା ସଂକ୍ରମଣକୁ ରୋକିବା ଲାଗି ଆଫ୍ରିକାର ବିଭିନ୍ନ ଦେଶ, ବିଶେଷକରି ଦକ୍ଷିଣ ଆଫିକ୍ରା ଦେଶ ଉପରେ ଭ୍ରମଣ ନିଷେଧାଦେଶ ଜାରି କରିଛନ୍ତି, ତଥାପି ଏହାର ବିସ୍ତାର ଘଟିବା ଆରମ୍ଭ ହେଲାଣି। ସ୍ଥିତି ଏମିତି ଯାଏ ଗଲାଣି ଯେ ‘ହୁ’ କହିଛି ଯେ ଓମିକ୍ରନ ଡିସେମ୍ବର ୯ ତାରିଖ ସୁଦ୍ଧା ୬୩ ଦେଶକୁ ଛୁଇଁଗଲାଣି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ଦକ୍ଷିଣ ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ କହିଛନ୍ତି ଯେ ନୂତନ ପ୍ରକାର ପ୍ରକାର ପ୍ରଜାତିର ସଂକ୍ରମଣ ବୃଦ୍ଧି ଅର୍ଥ ନୁହେଁ ଯେ ଅବସ୍ଥା ଆହୁରି ଖରାପ ହେବ। ହେଲେ ଅବସ୍ଥା ଅଧିକ ଅନିଶ୍ଚିତ ରହିବ। ଏହାର ବିସ୍ତାର ଏବଂ ବହୁ ସଂଖ୍ୟକ ମ୍ୟୁଟେସନ ସମେତ କେତେକ ବୈଶିଷ୍ଟ୍ୟ ମହାମାରୀ ଉପରେ ବିଶେଷ ପ୍ରଭାବ ପକାଇପାରେ। ଏହାର ପ୍ରଭାବ କ’ଣ ହେବ ତାହା ଜାଣିବା ଟିକେ କଷ୍ଟସାଧ୍ୟ। ଏକ ସ୍ପଷ୍ଟ ଚିତ୍ର ସୃଷ୍ଟି କରିବା କଷ୍ଟକର ହେଉଛି। ଏଣୁ ଏଥିରେ ସହାୟତା ପାଇଁ ‘ହୁ’ ପକ୍ଷରୁ ଦେଶଗୁଡିକୁ ଅଧିକରୁ ଅଧିକ ତଥ୍ୟ ଦାଖଲ କରିବାକୁ କୁହାଯାଇଛି। ତଥ୍ୟ ବିଶ୍ଳେଷଣ କରିବାକୁ ହଜାର ହଜାର ବିଶେଷଜ୍ଞଙ୍କୁ ଡକାଯାଇଛି।

ଏବେ ସମୟ ଆସିଯାଇଛି ଯେ ନୀରିକ୍ଷଣ ବ୍ୟବସ୍ଥା, ଜନସ୍ୱାସ୍ଥ୍ୟ ଏବଂ ସାମାଜିକ ପଦକ୍ଷେପକୁ ଆହୁରି ଦୃଢ କରାଯିବା ଦରକାର ଏବଂ ଟୀକାକରଣର ପରିସର ବିସ୍ତାର କରିବା ଆବଶ୍ୟକ ବୋଲି ‘ହୁ’ ସତର୍କ କରାଇଛି।

ଏପଟେ ଆଜି ଭାରତର କେରଳରେ ଜଣେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଭାରତର ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୮ରେ ପହଞ୍ଚିଛି। କେରଳରେ ସଂକ୍ରମିତ ଜଣକ ୬ ତାରିଖରେ ୟୁନାଇଟେଡ୍ କିଙ୍ଗଡମରୁ ଫେରିଥିଲେ ଓ ୮ ତାରିଖରେ ତାଙ୍କ ଠାରେ କୋଭିଡ୍ ଭୁତାଣୁ ଥିବା ଜଣାପଡ଼ିଥିଲା। ଏମାନଙ୍କ ବ୍ୟତୀତ ଆନ୍ଧ୍ରପ୍ରଦେଶ ଓ ଚଣ୍ଡିଗଡରେ ବି ଓମିକ୍ରନ ଉପସ୍ଥିତି ଜଣାପଡିଛି। ଆନ୍ଧ୍ରର ସଂକ୍ରମିତ ଆର୍ୟାଲାଣ୍ଡରୁ ଫେରିଥିଲେ ଓ ଚଣ୍ଡିଗଡର ବ୍ୟକ୍ତି ଇଟାଲିରୁ ଫେରିଥିଲେ। ବର୍ତ୍ତମାନ ଯାଏ ସବୁଠାରୁ ଅଧିକ ଓମିକ୍ରନ୍ ସଂକ୍ରମିତ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି ଓ ଏହି ସଂଖ୍ୟା ବଢ଼ି ୧୮ ଛୁଇଁଲାଣି। ଏମାନଙ୍କ ବ୍ୟତୀତ ଦିଲ୍ଲୀ, ରାଜସ୍ଥାନ, କର୍ଣ୍ଣାଟକ, ଗୁଜରାଟରେ ମଧ୍ୟ ଓମିକ୍ରନ୍ ତାର ଉପସ୍ଥିତି ଜାହିର କରିସାରିଲେଣି।

ପରିସ୍ଥିତିର ଗମ୍ଭୀରତା ଲକ୍ଷ୍ୟ କରି ବିଶେଷଜ୍ଞମାନେ କହିଛନ୍ତି ଯେ କୋଭିଡ୍ ପାଇଁ ଅନୁସୃତ ନିୟମାବଳୀ ପାଳନରେ କଠୋର ପଦକ୍ଷେପ ନିଆଯିବାର ସମୟ ଆସିଛି। ବିଶେଷକରି ମାସ୍କ ବ୍ୟବହାର ଏବଂ ଟିକାକରଣକୁ ଗୁରୁତ୍ବ ଦିଆଯିବା ଉଚିତ୍। କାହିଁକି ନା ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ଏହା ଦେଖାଯାଉଥିଲେ ହେଁ, ଏହାର ପ୍ରଭାବ ସେତିକି ନାହିଁ। କିଛି କ୍ଷେତ୍ରରେ ଲକ୍ଷଣ ବିହୀନ ରହିଥିବା ଦେଖାଯାଉଛି।

Leave A Reply

Your email address will not be published.