ପ୍ରମୁଖ ଖବର

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ
ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି
ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର : ସରକାରଙ୍କ ଚେତାବନୀ
୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ
ମହିଳା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର

0

ପୁରୀ: ଧନ୍ୟରେ ପୁଅ ଧନ୍ୟ… ପିଲାବେଳେ ଯେଉଁ ମାଆ ଉପାସ ରହି ତୁମ ମୁହଁରେ ଦାନା ଗଣ୍ଡେ ଦେଇଥିଲା,ମଲାବେଳେ ସେହି ମାଆର ମୁହଁକୁ ଚାହିଁଲନି! ଶବକୁ ଛୁଇଁଲାନି କି ତାକୁ ମଶାଣି ନେଲନି?ଧିକ୍ ତୁମ ପୁଅ ପଣିଆକୁ ଧିକ୍‌..

ଯେତେବେଳେ ଘର ଭିତରେ ମଲା ମାଆର ଶବ ପଡି ରହିଛି ଆଉ ତା ଅନ୍ତିମ ସଂସ୍କାର ପାଇଁ ଅନ୍ତ ଫାଡି ଜନ୍ମ ଦେଇଥିବା ପୁଅ ମାନେ ଆସୁନାହାନ୍ତି। ସେତେବେଳେ ମାଆର ଶବକୁ ଅସମ୍ମାନ ସହିପାରିଲେନି ତାଠୁ ଜନ୍ମ ନେଇଥିବା ଝିଅ। ଦାହ ସଂସ୍କାର ପାଇଁ ଏକଜୁଟ ହେଲେ । ଛ’ ଖଣ୍ଡ କାଠର କୋକେଇରେ ମାଆକୁ ନିଜ କାନ୍ଧରେ ବୋହି ବୋହି ସ୍ୱର୍ଗଦ୍ୱାର ଚାଲିଲେ। ଯେଉଁଠି ପୁଅମାନେ କାନ୍ଧ ଦେବା କଥା ସେଠି ୪ ଝିଅଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଉଥିଲେ ଲୋକ ହେଲେ ଯୁଗ ଯୁଗ ପାଇଁ ଏହି ବିରଳ ଘଟଣାର ସାକ୍ଷୀ ରହିଥିଲା ବଡ଼ଦାଣ୍ଡ, ସାକ୍ଷୀ ସାଜିଥିଲା ସ୍ୱର୍ଗଦ୍ୱାର……।

ନୂଆବର୍ଷ ଆରମ୍ଭରୁ ଶ୍ରୀକ୍ଷେତ୍ରରେ ଏକ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖଣାହାରୀଙ୍କ ଛାତି ଥରାଇ ଦେଉଥିଲା। ପୁରୀ ମଙ୍ଗଳାଘାଟର ୮୧ ବର୍ଷୀୟା ଜଟି ସାହୁଙ୍କର ଦେହାନ୍ତ ହୋଇଥିଲା। କିନ୍ତୁ ମୃତ୍ୟୁ ପରେ ପାଖ ମାଡିନଥଲେ ଦୁଇ ପୁଅ। ଶେଷରେ କାନ୍ଧ ଦେଇଥିଲେ ୪ ଝିଅ। ୪ ଝିଅଙ୍କ ବୟସ ବି ୩୪ରୁୃ ୬୦ ବର୍ଷ ମଧ୍ୟରେ ହେବ। ହେଲେ ପରିଣତ ବୟସରେ ଝିଅମାନେ ମାଆର କୋକେଇକୁ କାନ୍ଧେଇ ୪ କିଲୋମିଟର ଚାଲିଚାଲି ଯାଇଥିଲେ। ମଙ୍ଗଳାଘାଟରୁ ବଡ଼ଦାଣ୍ଡ ଦେଇ ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲେ ୪ଝିଅ।

ବଡ଼ଦାଣ୍ଡରେ ଯିବା ବେଳେ ଲୋକମାନେ ମଧ୍ୟ ସ୍ତବ୍ଧ ହୋଇଯାଇଥିଲେ। ଆଶ୍ଚର୍ଯ୍ୟ ହୋଇ ୪ ଝିଅଙ୍କୁ ଚାହିଁରହିଥିଲେ। ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଚାଲିଚାଲି ଯାଇ ୪ ଝିଅ,ଜ୍ୱାଇଁ,ନାତି ଓ ସାହି ଲୋକେ ଅନ୍ତିମ ସଂସ୍କାର କରିଥିଲେ। କିନ୍ତୁ ଦୁଇ ପୁଅ ଥାଉ ଥାଉ କେହି ମାଆର ଅନ୍ତିମ ସଂସ୍କାର ପାଇଁ କେହି ଆସିନଥିଲେ। ଜଟି ସାହୁଙ୍କୁ ପୂର୍ବରୁ ମଧ୍ୟ ପୁଅମାନେ ବହୁତ ହଇରାଣ କରୁଥିଲେ। ପୂର୍ବରୁ ମଧ୍ୟ ମାଆ କଥା ଭଲ ଭାବେ ବୁଝୁନଥିଲେ ଦୁଇ ପୁଅ।

ତେବେ ଏଠି ପ୍ରଶ୍ନ ଉଠୁଛି ପୁଅ ଜନ୍ମ କରିବା କ’ଣ ଭୁଲ। ଜନ୍ମ କରି ସ୍ନେହରେ ଶ୍ରଦ୍ଧାରେ ଏଡିକିରୁ ଏଡେଟେ କରି ବାପା, ମାଆ ଗୋଟେ ପୁଅଠୁ କେତେ କଣ ଆଶା ରଖିଥାନ୍ତି । ଯେ ପରିଣତ ବୟସରେ ପୁଅ ତାଙ୍କ ମୁହଁ ଚାହିଁବ। ମଲା ବେଳକୁ କାନ୍ଧ ଦେବ। କିନ୍ତୁ ପୁରୀର ଏ ଘଟଣା ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠାଇଛି?

Leave A Reply

Your email address will not be published.