ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ମାଡ଼ିଆସିଲା ବିପଦ! ରାଜ୍ୟରେ ଏକାଥରକେ ୨୩ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

0

ସ୍ବାସ୍ଥ୍ୟ ବିଭାଗକୁ ରିପୋର୍ଟ ଦେଲା ଆଇଏଲ୍ଏସ୍

୨୩ ଜଣଙ୍କ ମଧ୍ୟରେ ବିଦେଶ ଫେରନ୍ତା ଅଛନ୍ତି

ପାଖାପାଖି ୫୦ ପ୍ରତିଶତ ସ୍ଥାନୀୟ ଅଞ୍ଚଳରେ ସଂକ୍ରମିତ

ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଞ୍ଚଲା

ଭୁବନେଶ୍ବର: ପୂର୍ବାହ୍ନରେ କରୋନା ସଂକ୍ରମିତଙ୍କ ଚିତ୍ର ଚିନ୍ତା ବଢ଼ାଇ ଦେଇଥିଲା। ଅପରାହ୍ନରେ ଓମିକ୍ରନ ସଂକ୍ରାନ୍ତରେ ଆଇଏଲ୍ଏସ୍ ରାଜ୍ୟ ସରକାରଙ୍କୁ ଯେଉଁ ରିପୋର୍ଟ ଦେଇଛି, ତାହା ଛାତି ଧରାଇ ଦେବାଭଳି। ଗୋଟିଏ କି ଦୁଇଟି ନୁହେଁ, ଏକାଥରକେ ୨୩ଜଣଙ୍କ ନିକଟରେ ଓମିକ୍ରନ୍ ଭୂତାଣୁ ଚିହ୍ନଟ କରାଯାଇଛି। ଏଥିସହତ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୭ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ଓ ବିଦେଶ ଫେରନ୍ତା ମଧ୍ୟ।

ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ ୧୨ ଦିନ ମଧ୍ୟରେ ଏହି ୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଡିସେମ୍ବର ୨୧ ତାରିଖରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ବିଶେଷଜ୍ଞଙ୍କ କହିବା କଥା ହେଉଛି, ଆଦୌ ବିଦେଶ ଯିବାର କୌଣସି ସୂଚନା ନଥିଲେ ହେଁ, ଓମିକ୍ରନ ଭୁତାଣୁ ଲୋକଙ୍କ ଦେହରୁ ଆସିଲାଣି। ଆଜି ଚିହ୍ନଟ ହୋଇଥିବା ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରୁ ୫୦ ପ୍ରତିଶତ ବିଦେଶ ଫେରନ୍ତା ଓ ୫୦ ପ୍ରତିଶତ ଲୋକାଲ ବା ସ୍ଥାନୀୟ ସଂକ୍ରମଣରୁ ବୋଲି କୁହାଯାଉଛି।

ଏଠାରେ ଉଲ୍ଲେଖଥାଉକି, ଗତ ଡିସେମ୍ବର ୨୧ ତାରିଖରେ ପ୍ରଥମେ ରାଜ୍ୟରେ ୨ଜଣ ଓମିକ୍ରନ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ପରେ ୨୩ ତାରିଖରେ ୪ଜଣ, ୨୬ ତାରିଖରେ ୪ଜଣ, ୨୯ ତାରିଖରେ ଜଣେ, ୩୦ ତାରିଖରେ ୫ଜଣଙ୍କ ଠାରେ କରୋନାର ଏହି ନୂଆ ପ୍ରଜାତିର ଭୂତାଣୁ ଥିବା ସୂଚନା ମିଳିଛି।

Leave A Reply

Your email address will not be published.