ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଖୋଲିବ ଏହି ଯୁବ ଖେଳାଳିଙ୍କ ଭାଗ୍ୟ

0
  • ଟିମ୍ ଇଣ୍ଡିଆରେ ସାମିଲ ହେବେ ୫ ଯୁବ କ୍ରିକେଟର !
  • ସଙ୍କେତ ଦେଲେ ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ୫ ଖେଳାଳିଙ୍କୁ ନେଇ ଭବିଷ୍ୟବାଣୀ କରିଛନ୍ତି । ଏହି ୫ ଖେଳାଳି ହେଉଛନ୍ତି ଯୁବ ପ୍ଲେୟାର । ଏହି ଖେଳାଳିଙ୍କୁ ଆଗାମୀ ଦିନରେ ଦଳରେ ସାମିଲ୍ କରାଯାଇପାରେ ବୋଲି ସେ ସଙ୍କେତ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଶୁକ୍ରବାର ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା କରିଛି । ଏଥିରେ ଋତୁରାଜ ଗାଏକଓ୍ୱାଡ, ଭେଙ୍କଟେଶ ଆୟର ଭଳି ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି । ଆଗାମୀ ଦିନରେ ଆଉ କିଛି ପ୍ରତିଭାବାନ ଯୁବ ଖେଳାଳିଙ୍କୁ ସାମିଲ କରାଯିବ ବୋଲି ଚେତନ ଶର୍ମା ସଙ୍କେତ ଦେଇଛନ୍ତି । ଏହି ୫ ଖେଳାଳି ହେଲେ ହର୍ଷଲ ପଟେଲ, ଶାହରୁଖ ଖାନ, ଋଷି ଧାଓ୍ୱନ, ରବି ବିଶ୍ରାଇ ଓ ଅବେଶ ଖାନ୍ ।

ଚର୍ଚ୍ଚାରେ ପ୍ରଥମରେ ରହିଛନ୍ତି ହର୍ଷଲ ପଟେଲ। ସେ ଆଇପିଏଲରେ ଧମାଲ କରିଥିଲେ । ସେ ହାଟ୍ରିକ୍ ଓ୍ୱିକେଟ୍ ନେବା ସହ ଗତ ସିରିଜରେ ୩୨ ଓ୍ୱିକେଟ୍ ନେଇଥିଲେ । ସେହିପରି ଦ୍ଵିତୀୟ ରେ ଶାହରୁଖ ଖାନ ବ୍ୟାଟିଂରେ ଦବଦବା ରଖିଛନ୍ତି । ସେ ତାମିଲନାଡୁକୁ ମୁସ୍ତାକ ଅଲ୍ଲୀ ଟ୍ରଫି ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବିଜୟ ହଜାରେ ଟ୍ରଫିରେ ସେ ୧୮୬.୦୨ ଷ୍ଟ୍ରାଇକ୍ ରେଟ୍ ସହ ୨୫୩ ରନ୍ କରିଥିଲେ ।

ତୃତୀୟ ରେ ରହିଛନ୍ତି ଋଷି ଧାଓ୍ୱନ। ସେ ହେଉଛନ୍ତି ହିମାଚଳ ପ୍ରଦେଶର ଜଣେ ପ୍ରତିଭାବାନ ଅଲରାଉଣ୍ଡର । ସେ ବିଜୟ ହଜାରେ ଟ୍ରଫିରେ ୪୫୮ ରନ୍ କରିବା ସହ ୧୭ ଓ୍ୱିକେଟ୍ ନେଇଥିଲେ । ସେହିପରି ଚତୁର୍ଥ ରେ ରହିଛନ୍ତି ରବି ବିଶ୍ରାଇ। ସେ ୨୦୨୧ ଆଇପିଏଲରେ ନିଜ ସ୍ପିନ୍ ଯାଦୁରେ ପ୍ରତିପକ୍ଷ ବ୍ୟାଟରଙ୍କୁ ଅଡୁଆରେ ପକାଇଥିଲେ।

ସବା ଶେଷରେ ରହିଛନ୍ତି ଅବେଶ ଖାନ।ଆଇପିଏଲରେ ଦ୍ରୁତ ବୋଲର ଅବେଶ ଖାନ ଦମଦାର ପ୍ରଦର୍ଶନ କରିଥିଲେ । ସେ ଇନ୍ଦୋର ଏକ୍ରପ୍ରେସ୍ ଭାବେ ଜଣାଶୁଣା। ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ସିରିଜ୍ ପାଇଁ ସୁଯୋଗ ମିଳିଥିଲା । ହେଲେ ସେ ପଦାର୍ପଣ କରିପାରି ନଥିଲେ । ଆଗାମୀ ଦିନରେ ସେ ଦଳରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.