ପ୍ରମୁଖ ଖବର

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୨ ମୃତ, ଅନେକ ଆହତ
ମୁଖ୍ୟମନ୍ତ୍ରୀଙ୍କ ପତାକା ପ୍ରଦର୍ଶନରେ ଆରମ୍ଭ ହେଲା ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’
୨୦ ଜୁନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରକାଶ ପାଇଲା ମିନିଟ୍‌-ଟୁ-ମିନିଟ୍ କାର୍ଯ୍ୟସୂଚୀ
ନିର୍ମାଣାଧୀନ ପୋଲ ତଳକୁ ଖସିଗଲା ବାଇକ, ୨ ଯୁବକଙ୍କ ମୃତ୍ୟୁ
୧୮ରୁ ଖୋଲିବ ସମସ୍ତ ସ୍କୁଲ, ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ପ୍ରଥମ ପରୀକ୍ଷାରେ ଡିଜି ବଂଶଲ ପାସ୍

0

ଭୁବନେଶ୍ବର: ନୂଆବର୍ଷ ଅବ୍ୟବହିତ ପୂର୍ବରୁ ଅର୍ଥାତ୍ ଡିସେମ୍ବର ୩୧ ତାରିଖରେ ପୁଲିସ ମହାନିର୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ୧୯୮୭ ବ୍ୟାଚ୍ ଆଇପିଏସ୍ ସୁନୀଲ ବଂଶଲ। କେନ୍ଦ୍ର ସରକାର ସମ୍ମତି ପ୍ରକାଶ କରିଥିବା ତିନିଟି ନାମ ମଧ୍ୟରେ ଶ୍ରୀବଂଶଲ ଅନ୍ୟତମ ଥିଲେ। ଅନ୍ୟ ଦୁଇଜଣ ଥିଲେ ଆଇପିଏସ୍ ପ୍ରଦୀପ କାପୁର ଓ ମନୋଜ ଛାବ୍ରା। ରାଜ୍ୟ ସରକାର ଶ୍ରୀ ବଂଶଲଙ୍କୁ ହିଁ ଏମାନଙ୍କ ମଧ୍ୟରୁ ଅଧିକ ଯୋଗ୍ୟ ବା ସର୍ବୋତ୍ତମ ଭାବି ତାଙ୍କ ନାମ ଉପରେ ମୋହର ଲଗାଇଥିଲେ। ତେବେ ଶ୍ରୀ ବଂଶଲ ଡିଜି ନିଯୁକ୍ତି ଘୋଷଣା ହେବା ଦିନଠାରୁ ଦୁଇଟି ବିତର୍କ ମୁଣ୍ଡ ଟେକିଥିଲା।

ଗୋଟିଏ ହେଲା ,ଶ୍ରୀ ବଂଶଲ ୧୯୯୪ ମସିହାରୁ କେନ୍ଦ୍ରୀୟ ଡେପୁଟେସନରେ ଥିଲେ। ଅର୍ଥାତ୍ ଗତ ୨୭ ବର୍ଷ ଧରି ଓଡ଼ିଶା ସହିତ ତାଙ୍କର କୌଣସି ସଂପର୍କ ନଥିଲା। ଇତିମଧ୍ୟରେ ଓଡ଼ିଶାରେ ଅନେକ ପରିବର୍ତ୍ତନ ହୋଇଯାଇଛି। ଏଣୁ କେନ୍ଦ୍ରରେ ଗୁଇନ୍ଦା ବିଭାଗର ସ୍ବତନ୍ତ୍ର ନିର୍ଦେଶକ ପଦବି ପର୍ଯ୍ୟନ୍ତ ଗୁରୁ ଦାୟିତ୍ବରେ ଥିଲେ ହେଁ ଓଡ଼ିଶା ସଂପର୍କରେ ସେ ବେଶୀ କିଛି ଜାଣିନଥିବେ, ଏମିତି ଗୋଟିଏ ସଙ୍କେତ ଯାଇଥିଲା।

ଦ୍ବିତୀୟ କଥାଟି ହେଲା, ଏତେ ବର୍ଷ ଧରି ରାଜ୍ୟ ବାହାରେ ବିତାଇଥିବାରୁ ସେ ସମ୍ଭବତଃ ଓଡ଼ିଆ ଭାଷା ଭୁଲିଯାଇଥିବେ। ସେ ପୁଲିସ ବିଭାଗର ବଡ଼ ବଡ଼ିଆଙ୍କ ସହିତ ଇଂରାଜିି ବା ହିନ୍ଦୀରେ କଥା ହୋଇପାରନ୍ତି; ହେଲେ ସାଧାରଣ ଲୋକଙ୍କ ସହିତ ତାଙ୍କର ଆଲୋଚନା କେମିତି ହେବ? ସେ କିଭଳି ଗାଁ ଗଣ୍ଡାର କେହି ଅଭିଯୋଗ ନେଇ ଗଲେ ତାଙ୍କ ସହିତ କଥାବାର୍ତ୍ତା କରିବେ? ଏଣୁ ପୁଲିସ ଓ ଜନତା ମଧ୍ୟରେ ଦୂରତା ବଢିବ ବୋଲି ଗୋଟିଏ ମହଲ ବିଶ୍ବାସ କରୁଥିଲେ। ଡିଜିଙ୍କୁ ଓଡ଼ିଆ ନ ଆସିବାର ସୁଯୋଗ କେହି କେହି ଅଧିକାରୀ ନେଇପାରନ୍ତି ବୋଲି ବି ଆଶଙ୍କା ପ୍ରକାଶ ପାଇଥିଲା।

ହେଲେ ପୁଲିସ ମହାନିର୍ଦେଶକ ପଦବିରେ ବସିବାର ୨୪ ଘଣ୍ଟା ପରେ ଶ୍ରୀ ବଂଶଲ ରାଜ୍ୟବାସୀଙ୍କ ମନରେ ଥିବା ଗୋଟିଏ ପ୍ରଶ୍ନ ଏକ ଭ୍ରମ ଛଡା ଆଉ କିଛି ନୁହେଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ଆଜି ନୂଆବର୍ଷ ଅବସରରେ ଶ୍ରୀ ବଂଶଲ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି। ଏଥିରେ ସେ ଅଭୟଙ୍କ ଠାରୁ ମଧ୍ୟ ଅଧିକ ଶୁଦ୍ଧ ଓଡ଼ିଆ କହୁଥିବା ଦେଖାଯାଇଛି। ଅନେକ ଅଣଓଡ଼ିଆ ଅଧିକାରୀଙ୍କ ଅପେକ୍ଷା ବି ତାଙ୍କର ଓଡ଼ିଆ ଭାଷାର ବ୍ୟବହାର ଆପାତତଃ ଭଲ ବୋଲି ରାଜ୍ୟବାସୀ ଜାଣି ଆଶ୍ବସ୍ତ ହୋଇଛନ୍ତି। ଏଣୁ ସାଧାରଣ ଲୋକଟିଏ ଚାହିଁଲେ, ତାଙ୍କୁ ସରଳ ଓଡ଼ିଆ ଭାଷାରେ କହିପାରିବ ଓ ଡିଜିପି ତାର ଅଭିଯୋଗକୁ ଠିକ୍ ଭାବେ ବୁଝିପାରିବେ।

କିଛି ବରିଷ୍ଠ ପୁଲିସ ଅଧିକାରୀ ଆଉ ଗୋଟିଏ ଦିଗ ସଂପର୍କରେ ଠାରିଛନ୍ତି। ତାଙ୍କର କହିବା କଥା ହେଲା, ନୂଆ ଡିଜିଙ୍କ ଆଭିମୁଖ୍ୟ ପୂରା ସ୍ପଷ୍ଟ ଅଛି। ସେ କଣ କରିବାକୁ ଚାହୁଁଛନ୍ତି, ଏକଥା ଅତି ସରଳ ଓ ସଂକ୍ଷିପ୍ତ ଭାବେ ବୁଝାଇ ପାରୁଛନ୍ତି। ଗଣମାଧ୍ୟମକୁ ଯେଉଁ ବାର୍ତ୍ତା ଦେଲେ, ସେଥରେ ବି ତାଙ୍କର ମତଟି ଅତ୍ୟନ୍ତ ସ୍ପଷ୍ଟ ରହିଛି। ଏହା ଗୋଟିଏ ଭଲ କଥା। ମୁଖିଆ ଯେବେ ଏଭଳି ଆଭିମୁଖ୍ୟ ନେବେ, ସେବେ ତଳକୁ ଗୋଟିଏ ଭଲ ସଙ୍କେତ ଯିବ ଓ ଦ୍ବନ୍ଦ୍ବ ରହିବ ନାହିଁ। ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଲା, ସେ ଗଣମାଧ୍ୟମ ଠାରୁ ଦୂରେଇ ରହିବେ ନାହିଁ, ଏକଥାର ମଧ୍ୟ ଆଭାସ ମିଳିଛି।

Leave A Reply

Your email address will not be published.