ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

କେଜ୍ରିୱାଲଙ୍କୁ କରୋନା

0

କୋଲକତାରୁ ଦିଲ୍ଲୀ, ମୁମ୍ବାଇ ସବୁଠି କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରେ ହେବାକୁ ଲାଗିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କରୋନା । ଏନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି । ଏବେ କେଜ୍ରୱାଲ ଗୃହ ସଙ୍ଗରୋଧରେ ଅଛନ୍ତି । ତାଙ୍କ ଦେହରେ ସାମାନ୍ୟ ଲକ୍ଷଣ ଥିବା ଜଣାପଡିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନା ପଜିଟିଭ ଥିବା ନେଇ ଟୁଇଟ କରି ସୂଚନା ଦେବା ସହ ତାଙ୍କ ସଂଶର୍ସ୍ପରେ ଆସିଥିବା ଲୋକଙ୍କ କରୋନା ପରୀକ୍ଷା କରାଇନେବାକୁ କହିଛନ୍ତି ।

ଦିଲ୍ଲୀରେ ଦ୍ରୁତ ଗତିରେ କରୋନା ବଢିବାରେ ଲାଗିଛି । ସୋମବାର ଦିଲ୍ଲୀରେ ୪ ହଜାର ୯୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହା ସହିତ ସଂକ୍ରମଣ ହାର ଏବେ ୬.୪୬ ପ୍ରତିଶତରେ ପହଁଞ୍ଚିଛି। ଦିଲ୍ଲୀରେ ସ୍ଥିତି ଅଣାୟ ହେବାରେ ଲାଗିଥିବା ବେଳେ ଲୋକେ ନିୟମ ମାନୁନାହାନ୍ତି । ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କଟକଣାକୁ ଲୋକେ ଖୋଲାଖୋଲି ଉଂଲଘନ କରୁଥିବା ଦେଖିବାକୁ ମିଳୁଛି ।

ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଆଜି ଡିଡିଏମଏ ବୈଠକ ରହିଛି । ବୈଠକରେ କରୋନା ସ୍ଥିତିକୁ ନେଇ ସମୀକ୍ଷା କରାଯିବ । ଦିଲ୍ଲୀରେ ଗ୍ରେଡେଡ୍‌ ରେସପନ୍ସ ଆକ୍ସନ ପ୍ଲାନ(ଜିଆରଏପି)ର ରେଡ ଆଲର୍ଟ ଜାରି କରାଯାଇପାରେ । ଯେଉଁଥିରେ ସଂପୂର୍ଣ୍ଣ କର୍ଫ୍ୟୁ ଭଳି କଟକଣା ରହିଛି । ଏବେ ରାଜଧାନୀରେ ରେସପନ୍ସ ଆକ୍ସନ ପ୍ଲାନର ୟେଲୋ ଆଲର୍ଟ ଜାରି କରାଯାଇଛି ।

ଦିଲ୍ଲୀରେ ଡିସେମ୍ବର ୨୯ ତାରିଖରେ ୯୨୩ କରୋନା ମାମଲା ସାମନାକୁ ଆସିଥିଲା ଏହା ପରେ ଡିସେମ୍ବର ୩୦ରେ ୧୩୧୩, ୩୧ ତାରିଖରେ ୧୭୯୬ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେବେ ନୂଆ ବର୍ଷ ଆରମ୍ଭରୁ ହିଁ ହଠାତ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଜାନୁଆରୀ ୧ରେ ଦିଲ୍ଲୀରେ ୨୭୯୬ ମାମଲା,୨ ତାରିଖରେ ୩ ହଜାର ୧୯୪ ମାମଲା ଆସିଥିବା ବେଳେ ଜାନୁଆରି ୩ ତାରିଖରେ ୪ହଜାର ୯୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ଚିନ୍ତାଜନକ ।

Leave A Reply

Your email address will not be published.