ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

କେଜ୍ରିୱାଲଙ୍କୁ କରୋନା

0

କୋଲକତାରୁ ଦିଲ୍ଲୀ, ମୁମ୍ବାଇ ସବୁଠି କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରେ ହେବାକୁ ଲାଗିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କରୋନା । ଏନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି । ଏବେ କେଜ୍ରୱାଲ ଗୃହ ସଙ୍ଗରୋଧରେ ଅଛନ୍ତି । ତାଙ୍କ ଦେହରେ ସାମାନ୍ୟ ଲକ୍ଷଣ ଥିବା ଜଣାପଡିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନା ପଜିଟିଭ ଥିବା ନେଇ ଟୁଇଟ କରି ସୂଚନା ଦେବା ସହ ତାଙ୍କ ସଂଶର୍ସ୍ପରେ ଆସିଥିବା ଲୋକଙ୍କ କରୋନା ପରୀକ୍ଷା କରାଇନେବାକୁ କହିଛନ୍ତି ।

ଦିଲ୍ଲୀରେ ଦ୍ରୁତ ଗତିରେ କରୋନା ବଢିବାରେ ଲାଗିଛି । ସୋମବାର ଦିଲ୍ଲୀରେ ୪ ହଜାର ୯୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହା ସହିତ ସଂକ୍ରମଣ ହାର ଏବେ ୬.୪୬ ପ୍ରତିଶତରେ ପହଁଞ୍ଚିଛି। ଦିଲ୍ଲୀରେ ସ୍ଥିତି ଅଣାୟ ହେବାରେ ଲାଗିଥିବା ବେଳେ ଲୋକେ ନିୟମ ମାନୁନାହାନ୍ତି । ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କଟକଣାକୁ ଲୋକେ ଖୋଲାଖୋଲି ଉଂଲଘନ କରୁଥିବା ଦେଖିବାକୁ ମିଳୁଛି ।

ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଆଜି ଡିଡିଏମଏ ବୈଠକ ରହିଛି । ବୈଠକରେ କରୋନା ସ୍ଥିତିକୁ ନେଇ ସମୀକ୍ଷା କରାଯିବ । ଦିଲ୍ଲୀରେ ଗ୍ରେଡେଡ୍‌ ରେସପନ୍ସ ଆକ୍ସନ ପ୍ଲାନ(ଜିଆରଏପି)ର ରେଡ ଆଲର୍ଟ ଜାରି କରାଯାଇପାରେ । ଯେଉଁଥିରେ ସଂପୂର୍ଣ୍ଣ କର୍ଫ୍ୟୁ ଭଳି କଟକଣା ରହିଛି । ଏବେ ରାଜଧାନୀରେ ରେସପନ୍ସ ଆକ୍ସନ ପ୍ଲାନର ୟେଲୋ ଆଲର୍ଟ ଜାରି କରାଯାଇଛି ।

ଦିଲ୍ଲୀରେ ଡିସେମ୍ବର ୨୯ ତାରିଖରେ ୯୨୩ କରୋନା ମାମଲା ସାମନାକୁ ଆସିଥିଲା ଏହା ପରେ ଡିସେମ୍ବର ୩୦ରେ ୧୩୧୩, ୩୧ ତାରିଖରେ ୧୭୯୬ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେବେ ନୂଆ ବର୍ଷ ଆରମ୍ଭରୁ ହିଁ ହଠାତ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଜାନୁଆରୀ ୧ରେ ଦିଲ୍ଲୀରେ ୨୭୯୬ ମାମଲା,୨ ତାରିଖରେ ୩ ହଜାର ୧୯୪ ମାମଲା ଆସିଥିବା ବେଳେ ଜାନୁଆରି ୩ ତାରିଖରେ ୪ହଜାର ୯୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ଚିନ୍ତାଜନକ ।

Leave A Reply

Your email address will not be published.