ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଡେଲଟା ଓ ଓମିକ୍ରନ ପରେ, ନୂଆ ପ୍ରଜାତି ‘ଆଇଏଚୟୁ’

0

‘ଡେଲଟା’ ଓ ଓମିକ୍ରନ ବିପଦ ବିଶ୍ୱରୁ ଟଳିନଥିବା ବେଳେ ଏବେ କରୋନାର ନୂଆ ପ୍ରଜାତି ‘ଆଇଏଚୟୁ’ ଚିହ୍ନଟ । ଫ୍ରାନ୍ସରେ ଏହି ନୂଆ ପ୍ରଜାତି ଚିହ୍ନଟ ହୋଇଛି । ଏହି ନୂଆ ଭ୍ୟାରିଆଣ୍ଟରେ ୧୨ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ଭ୍ୟାରିଆଣ୍ଟ ର ୪୬ଟି ମ୍ୟୁଟେସନ ରହିଛି । ଜିନୋମ ବ୍ୟବସ୍ଥା ଅନୁସାରେ ଏହାର ନାମ ହେଉଛି ବି.୧.୬୪୦.୨ । ଏହି ଭ୍ୟାରିଆଣ୍ଟ ରେ ଚିହ୍ନଟ ସମସ୍ତ ସଂକ୍ରମିତ ନଭେମ୍ବର ମଧ୍ୟଭାଗରେ ଆଫ୍ରିକାର କେମରୁନରେ ଫେରିଥିଲେ । ଏହି ଆଇଏଚୟୁ ଭ୍ୟାରିଆଣ୍ଟ ଫ୍ରାନ୍ସକୁ ଛାଡି ଅନ୍ୟ କୌଣସି ଦେଶରେ ଏଯାଏ ଚିହ୍ନଟ ହୋଇନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଏହାକୁ ‘ଭ୍ୟାରିଆଣ୍ଟର ଅଣ୍ଡର ଇନଭେଷ୍ଟିଗେସନ’ ବା ଅନୁଧ୍ୟାନ ଚାଲିଥିବା କହିଛନ୍ତି । ଏହି ଭ୍ୟାରିଆଣ୍ଟ ଉପରେ ଅଧିକ ଅନୁଧ୍ୟାନ ପରେ ସଠିକ ତଥ୍ୟ ଆସିପାରେ ।

ଫ୍ରାନ୍ସର ମେରସିଲ ସହରରେ ଆଇଏଚୟୁ ଭ୍ୟାରିଆଣ୍ଟ ରେ ସଂକ୍ରମିତ ୧୨ ଜଣ ଆଫ୍ରିକାର କେମରୁନ ଫେରିବା ପରେ ବିମାନବନ୍ଦରରେ କରୋନା ପରୀକ୍ଷା କରାଯାଇଥିଲା । କରୋନା ପରୀକ୍ଷା ପରେ ସମସ୍ତଙ୍କର ପଜିଟିଭ ଥିଲା । ସମସ୍ତେ ଓମିକ୍ରନ ଭ୍ୟାରିଆଣ୍ଟ ରେ ସଂକ୍ରମିତ ବୋଲି ସନ୍ଦେହ କରାଯାଉଥିଲା । କିନ୍ତୁ ଜିନୋମ ସ୍ୱିକେନ୍ସଂ ପରେ ସମସ୍ତେ ଏହି ନୂଆ ପ୍ରଜାତି ‘ଆଇଏଚୟୁ’ରେ ସଂକ୍ରମିତ ଥିବା ଜଣାପଡିଛି । ତେବେ ଏହି ଭ୍ୟାରିଆଣ୍ଟ ର କୌଣସି ଗୁରୁତର ଲକ୍ଷଣ ଏଯାଏ ଆକ୍ରାନ୍ତଙ୍କ ଠାରେ ଦେଖାଦେଇନାହିଁ । କିନ୍ତୁ ଏହା ଓମିକ୍ରନଠାରୁ ଅଧିକ ସଂକ୍ରାମକ ବୋଲି ଫ୍ରାନ୍ସର ବିଶେଷଜ୍ଞ କହିଛନ୍ତି ।

Leave A Reply

Your email address will not be published.