ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଡେଲଟା ଓ ଓମିକ୍ରନ ପରେ, ନୂଆ ପ୍ରଜାତି ‘ଆଇଏଚୟୁ’

0

‘ଡେଲଟା’ ଓ ଓମିକ୍ରନ ବିପଦ ବିଶ୍ୱରୁ ଟଳିନଥିବା ବେଳେ ଏବେ କରୋନାର ନୂଆ ପ୍ରଜାତି ‘ଆଇଏଚୟୁ’ ଚିହ୍ନଟ । ଫ୍ରାନ୍ସରେ ଏହି ନୂଆ ପ୍ରଜାତି ଚିହ୍ନଟ ହୋଇଛି । ଏହି ନୂଆ ଭ୍ୟାରିଆଣ୍ଟରେ ୧୨ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ଭ୍ୟାରିଆଣ୍ଟ ର ୪୬ଟି ମ୍ୟୁଟେସନ ରହିଛି । ଜିନୋମ ବ୍ୟବସ୍ଥା ଅନୁସାରେ ଏହାର ନାମ ହେଉଛି ବି.୧.୬୪୦.୨ । ଏହି ଭ୍ୟାରିଆଣ୍ଟ ରେ ଚିହ୍ନଟ ସମସ୍ତ ସଂକ୍ରମିତ ନଭେମ୍ବର ମଧ୍ୟଭାଗରେ ଆଫ୍ରିକାର କେମରୁନରେ ଫେରିଥିଲେ । ଏହି ଆଇଏଚୟୁ ଭ୍ୟାରିଆଣ୍ଟ ଫ୍ରାନ୍ସକୁ ଛାଡି ଅନ୍ୟ କୌଣସି ଦେଶରେ ଏଯାଏ ଚିହ୍ନଟ ହୋଇନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଏହାକୁ ‘ଭ୍ୟାରିଆଣ୍ଟର ଅଣ୍ଡର ଇନଭେଷ୍ଟିଗେସନ’ ବା ଅନୁଧ୍ୟାନ ଚାଲିଥିବା କହିଛନ୍ତି । ଏହି ଭ୍ୟାରିଆଣ୍ଟ ଉପରେ ଅଧିକ ଅନୁଧ୍ୟାନ ପରେ ସଠିକ ତଥ୍ୟ ଆସିପାରେ ।

ଫ୍ରାନ୍ସର ମେରସିଲ ସହରରେ ଆଇଏଚୟୁ ଭ୍ୟାରିଆଣ୍ଟ ରେ ସଂକ୍ରମିତ ୧୨ ଜଣ ଆଫ୍ରିକାର କେମରୁନ ଫେରିବା ପରେ ବିମାନବନ୍ଦରରେ କରୋନା ପରୀକ୍ଷା କରାଯାଇଥିଲା । କରୋନା ପରୀକ୍ଷା ପରେ ସମସ୍ତଙ୍କର ପଜିଟିଭ ଥିଲା । ସମସ୍ତେ ଓମିକ୍ରନ ଭ୍ୟାରିଆଣ୍ଟ ରେ ସଂକ୍ରମିତ ବୋଲି ସନ୍ଦେହ କରାଯାଉଥିଲା । କିନ୍ତୁ ଜିନୋମ ସ୍ୱିକେନ୍ସଂ ପରେ ସମସ୍ତେ ଏହି ନୂଆ ପ୍ରଜାତି ‘ଆଇଏଚୟୁ’ରେ ସଂକ୍ରମିତ ଥିବା ଜଣାପଡିଛି । ତେବେ ଏହି ଭ୍ୟାରିଆଣ୍ଟ ର କୌଣସି ଗୁରୁତର ଲକ୍ଷଣ ଏଯାଏ ଆକ୍ରାନ୍ତଙ୍କ ଠାରେ ଦେଖାଦେଇନାହିଁ । କିନ୍ତୁ ଏହା ଓମିକ୍ରନଠାରୁ ଅଧିକ ସଂକ୍ରାମକ ବୋଲି ଫ୍ରାନ୍ସର ବିଶେଷଜ୍ଞ କହିଛନ୍ତି ।

Leave A Reply

Your email address will not be published.